ଆଇସିଆଇସିଆଇ ପ୍ରୁଡେନ୍ସିଆଲ୍ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣା ପୀଡ଼ିତଙ୍କ ପାଇଁ ଦାବି ଫଇସଲା ପ୍ରକ୍ରିୟା କୋହଳ

  • କେବଳ ତିନି ମୌଳିକ କାଗଜପତ୍ର ଆଧାରରେ ଦାବିର ଫଇସଲା କରାଯିବ
  • ଦାବି ସମ୍ପର୍କିତ ଅନୁସନ୍ଧାନରେ ସହାୟତା ପାଇଁ ଚବିଶ ଘଂଟା ଉତ୍ସର୍ଗୀକୃତ ହେଲ୍‌ପଲାଇନ୍

ଭୁବନେଶ୍ୱର: ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍‌ସ୍ୟୁରାନ୍ସ ପକ୍ଷରୁ ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପ୍ରଭାବିତ ପରିବାର ପାଇଁ ଦାବି ଫଇସଲା ପ୍ରକ୍ରିୟାକୁ କୋହଳ କରାଯିବା ସହ ସେମାନଙ୍କ ସହିତ ଏକଜୁଟ ହୋଇ ଠିଆ ହୋଇଛି । ଏହି ଦୁଃଖଦ ଘଟଣାରେ ପ୍ରଭାବିତ ଲୋକଙ୍କୁ ଆର୍ଥିକ ରିଲିଫ୍ ପ୍ରଦାନ କରାଯିବା ଲାଗି କଂପାନି ପକ୍ଷରୁ ଦାବି ଫଇସଲାକୁ ତ୍ୱରାନ୍ୱିତ କରାଯିବ ।
ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (ପିଏମ୍‌ଜେଜେବିୱାଇ) ଅଧୀନରେ ସାମିଲ ଥିବା ଲୋକଙ୍କ ସମେତ ମୃତ୍ୟୁ ଓ ସ୍ୱାସ୍ଥ୍ୟ ବୀମା ଦାବିର ପ୍ରକ୍ର୍ରିୟାକରଣକୁ ମାତ୍ର ତିନିଟି ମୌଳିକ କାଗଜପତ୍ର ଆଧାରରେ କରାଯିବ ।
ଦାବି ଫଇସଲା ପାଇଁ ଆବଶ୍ୟକ କାଗଜପତ୍ର:
ଚା ବ୍ୟାଙ୍କ ଖାତା ବିବରଣୀ
ଚା ମୁନିସିପାଲିଟି କର୍ତୃପକ୍ଷଙ୍କଠାରୁ ମୃତ୍ୟୁ ସାର୍ଟିଫିକେଟ୍ । ଯଦି ମୃତ୍ୟୁ ସାର୍ଟିଫିକେଟ୍ ଉପଲବ୍ଧ ନାହିଁ, ହସ୍ପିଟାଲ୍‌, ସରକାରୀ ଅଧିକାରୀ କିମ୍ବା ପୋଲିସ ତରଫରୁ ଜାରି କରାଯାଇଥିବା ମୃତ ଯାତ୍ରୀଙ୍କ ତାଲିକା
ଚା ନୋମିନିଙ୍କ ବୈଧ ଠିକଣା ପ୍ରମାଣପତ୍ରର ନକଲ
ଦାବି ସମ୍ପର୍କିତ ଅନୁସନ୍ଧାନରେ ସହାୟତା ପାଇଁ କଂପାନି ପକ୍ଷରୁ ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ ହେଲ୍‌ପଲାଇନ୍ ନମ୍ବର (୧-୮୬୦-୨୬୬-୭୭୬୬) ସ୍ଥାପନ କରାଯାଇଛି ।
ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍ ଇନ୍‌ସ୍ୟୁରାନ୍ସର ବରିଷ୍ଠ କାର୍ଯ୍ୟନିର୍ବାହୀ ଉପସଭାପତି-ଗ୍ରାହକ ସେବା ଓ ପରିଚାଳନା ଶ୍ରୀ ଅମିଶ ବାଙ୍କର କହିଛନ୍ତି ଯେ, “ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜୀବନ ପ୍ରତି ଆମେ ଗଭୀର ସମବେଦନା ଜ୍ଞାପନ କରୁଛୁ । ଶୋକର ଏହି ସମୟରେ ଆମ ଗ୍ର।।ହକଙ୍କ ପ୍ରତି ସହାୟକ ହେବା ଏବଂ ସେମାନଙ୍କ ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ଲାଗି ଗ୍ରାହକମାନେ ଆମଠାରୁ ଆଶା କରିପାରିବେ । ତେଣୁ ସେଥିପାଇଁ ଆମେ ଦାବି ଫଇସା ପ୍ରକ୍ରିୟାର ସରଳୀକରଣ କରିଛୁ ଯେଉଁଥିରେ ନୋମିନିଙ୍କୁ କେବଳ ତିନିଟି ମୌଳିକ କାଗଜପତ୍ର ଦାଖଲ କରିବାକୁ ପଡ଼ିବ । ଆମର ଉତ୍ସର୍ଗୀକୃତ ୨୪ ଘଂଟିଆ ହେଲ୍‌ପଲାଇନ୍ ଦାବି ସମ୍ପର୍କିତ ସବୁ ପ୍ରକାର ପ୍ରଶ୍ନର ପରିଚାଳନା କରିବାକୁ ସକ୍ଷମ । ନିଜର ପ୍ରଶ୍ନର ସ୍ପଷ୍ଟୀକରଣ ପାଇଁ ନୋମିନିମାନେ ଆମ ହେଲ୍‌ପଲାଇନ୍‌ରେ କଲ୍ କରିପାରିବେ ।’’

Share

Leave a Reply

Your email address will not be published. Required fields are marked *

eight + 9 =