ଡାଇବେଟିସ୍ ଓ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରେ ଧନିଆ ପାଣି

ଖାଦ୍ୟ ପ୍ରସ୍ତୁତ କରିବାରେ ଧନିଆ ଏକ ସାମଗ୍ରୀ ଯାହାର ମସଲା ସୁସ୍ବାଦ ଖାଦ୍ୟ ପାଇଁ ବ୍ୟବହାର କରାଯାଇଥାଏ । ତେବେ ଆଜିକାଲି ପରିସ୍ଥିତକୁ ଲକ୍ଷ ରଖି ଡାକ୍ତରମାନେ ଅତ୍ୟଧିକ ମସଲା ଖାଇବାକୁ ବାରଣ କରୁଛନ୍ତି । ତେବେ ଏହି ସବୁ ମସଲା ମଧ୍ୟରେ ଧନିଆ ଏପରି ଏକ ମସଲା ଯାହାକୁ ଖାଇବା ପାଇଁ ଆୟୁର୍ବେଦ ପରାମର୍ଶ ଦେଇଥାଏ।
ଧନିଆରେ ରହିଛି ଅନେକ ପ୍ରକାରର ଔଷଧୀୟ ଗୁଣ। ଯାହାକୁ ଖାଇବା ଦ୍ବାରା ଶରୀରର ବିଭିନ୍ନ ରୋଗ ଯଥା- ଡାଇବେଟିସ୍, କୋଲେଷ୍ଟ୍ରଲ୍ ଆଦି ମାରାତ୍ମକ ରୋଗ ନିୟନ୍ତ୍ରିତ ହୋଇଥାଏ। ଡାଇବେଟିସ୍ ଏପରି ଏକ ରୋଗ ଯାହା ମଣିଷ ଶରୀରରେ ରୋଗପ୍ରତିରୋଧକ ଶକ୍ତିକୁ ନଷ୍ଟ କରିଦେଇଥାଏ । ଯାହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଧନିଆ ହେଉଛି ଏପରି ଏକ ମସଲା ଯାହାକୁ ପ୍ରାୟ ଲୋକ ବ୍ୟବହାର କରିଥାନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଧନିଆ ପାଣି ଶରୀର ପାଇଁ ଅତି ଲାଭ ଦାୟକ । ଆପଣଙ୍କ ଶରୀରର ସୁଗାର ସ୍ତରକୁ ଏହା ନିୟନ୍ତ୍ରଣ କରିଥାଏ।
ରିପୋର୍ଟ ଅନୁସାରେ ଧନିଆ ପାଣିରେ କିଛି ଯୌଗିକ ପଦାର୍ଥ ରହିଛି। ଯାହା ରକ୍ତରେ ମିଶିବା ପରେ ଆଣ୍ଟି-ହାଇପର୍ଗ୍ଲାଇକେମିକ୍ ଇନ୍ସୁଲିନ୍କୁ ଡିସ୍ଚାର୍ଜ କରି ନୂଆ ଇନ୍ସୁଲିନ୍ ଉତ୍ପାଦନ କରିଥାଏ। ଯାହାଫଳରେ ରକ୍ତରେ ଗ୍ଳୁକୋଜ୍ର ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ।
୨୦୦ ଗ୍ରାମ ଗୋଟା ଧନିଆକୁ ଆଣି ୨ଲିଟର ପାଣିରେ ବତୁରାଇ ରଖନ୍ତୁ । ଏହାକୁ ରାତିତମାମ ଏଭଳି ଭାବରେ ରହିବାକୁ ଦିଅନ୍ତୁ । ସକାଳେ ଖାଲି ପେଟରେ ଏହି ପାଣିକୁ ସେବନ କରନ୍ତୁ । ଦିନ ସାରେ ଆପଣ ଏହି ପାଣି ପିଇ ପାରିବେ । ଏହା ଦ୍ବାରା ଆପଣଙ୍କ ସୁଗାର ଲେବଲ୍ କଣ୍ଟ୍ରୋଲ ହେବ ।

Share

Leave a Reply

Your email address will not be published. Required fields are marked *

6 + four =