BusinessHealth

ବର୍ଷାଦିନେ ବାରମ୍ବାର ଜଳଖିଆ ଖାଇବା ଦାନ୍ତ ପାଇଁ କ୍ଷତିକାରକ ହୋଇପାରେ ତେଣୁ ଦାନ୍ତ ଓ ମାଢ଼ିର ଯତ୍ନ ଜରୁରୀ: ଡା. ସୋନିଆ ଦତ୍ତ

ଭୁବନେଶ୍ୱର : ବର୍ଷାଦିନ ଆସିଲେ ଗରମ ଚା’ ସହ ପକୋଡ଼ି, ପୋଡ଼ା ମକା ଓ ମିଠା ଖାଦ୍ୟ ଭଳି ବିଭିନ୍ନ ସ୍ୱାଦିଷ୍ଟ ଖାଦ୍ୟ ଖାଇବାର ଆଗ୍ରହ ବଢ଼ିଯାଏ। ବର୍ଷାଦିନର ଏହି ଖାଦ୍ୟଗୁଡ଼ିକ ଆମର ପରମ୍ପରାର ଏକ ଅଂଶ ହୋଇଥିବା ବେଳେ, ଦାନ୍ତ ବିଶେଷଜ୍ଞମାନେ କହିଛନ୍ତି ଯେ, ଏହି ସମୟରେ ବାରମ୍ବାର ଜଳଖିଆ ଖାଇବା ଅଭ୍ୟାସ ଦାନ୍ତର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ। ତେଣୁ ଏହି ସମୟରେ ଦାନ୍ତ ଓ ମାଢ଼ିର ଠିକ୍‌ ଭାବେ ଯତ୍ନ ନେବା ଜରୁରୀ।
ପ୍ରମୁଖ ଦନ୍ତ ଚିକିତ୍ସକ ଡା. ସୋନିଆ ଦତ୍ତଙ୍କ କହିବା ଅନୁସାରେ, ଚିନି ଓ ମଇଦା ଭଳି ଷ୍ଟାର୍ଚ୍ଚ ଥିବା ଖାଦ୍ୟ ବାରମ୍ବାର ଖାଇଲେ ଦାନ୍ତରେ ପ୍ଲାକ୍‌ ଜମିବା ଓ ଦାନ୍ତ କ୍ଷୟ ହେବାର ଆଶଙ୍କା ବଢ଼ିପାରେ।
ଡା. ଦତ୍ତ କହିଛନ୍ତି, “ବର୍ଷାଦିନେ ଆମର ଖାଦ୍ୟ ଖାଇବାର ଅଭ୍ୟାସରେ ପରିବର୍ତ୍ତନ ଆସିଥାଏ। ଅନେକ ଲୋକ ଏହି ସମୟରେ ଦିନସାରା ବାରମ୍ବାର ବିଭିନ୍ନ ଖାଦ୍ୟ ଖାଇଥାନ୍ତି। ବିଶେଷକରି ଚିନି ଓ ଷ୍ଟାର୍ଚ୍ଚ ଥିବା ଖାଦ୍ୟ ଖାଇବା ପ୍ରତିଥର ମୁହଁରେ ଥିବା ଜୀବାଣୁ ଏସିଡ୍‌ ସୃଷ୍ଟି କରନ୍ତି, ଯାହା ଦାନ୍ତର ଉପରିଭାଗକୁ କ୍ଷତି ପହଞ୍ଚାଇଥାଏ। ବାରମ୍ବାର ଖାଦ୍ୟ ଖାଇଲେ ଏହି ଏସିଡ୍‌ର ପ୍ରଭାବ ମଧ୍ୟ ବାରମ୍ବାର ପଡ଼େ। ଫଳରେ ଦାନ୍ତରେ ଛିଦ୍ର ହେବା ସହ ଅନ୍ୟାନ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ବଢ଼ିଥାଏ।”
ଡା. ଦତ୍ତ କହିଛନ୍ତି ଯେ, ବର୍ଷାଦିନର ନିଜ ପସନ୍ଦର ଖାଦ୍ୟକୁ ସମ୍ପୂର୍ଣ୍ଣ ଭାବେ ଏଡ଼ାଇବାର ଆବଶ୍ୟକତା ନାହିଁ। ତେବେ ଦାନ୍ତ ଓ ମାଢ଼ିକୁ ସୁସ୍ଥ ରଖିବା ପାଇଁ ନିୟମିତ ଭାବେ ମୁହଁ ଓ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଜରୁରୀ।
ସେ ଆହୁରି କହିଛନ୍ତି, “ଜଳଖିଆ କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ ମୁହଁକୁ ପାଣିରେ ଭଲ ଭାବେ କୁଳି କରିବା, ପର୍ଯ୍ୟାପ୍ତ ପାଣି ପିଇବା ଏବଂ ଦିନକୁ ଦୁଇଥର ଦାନ୍ତ ଘଷିବା ଭଳି ସରଳ ଅଭ୍ୟାସ ଦାନ୍ତର ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାରେ ବେଶ୍‌ ସହାୟକ ହୋଇପାରେ। ନିୟମିତ ଭାବେ ଏହି ଅଭ୍ୟାସଗୁଡ଼ିକ ପାଳନ କରିବା ହିଁ ସବୁଠାରୁ ଜରୁରୀ, ବିଶେଷକରି ବର୍ଷାଦିନେ ଯେତେବେଳେ ଆମର ଖାଦ୍ୟ ଖାଇବାର ଅଭ୍ୟାସରେ ପରିବର୍ତ୍ତନ ଆସିଥାଏ।”
ଦନ୍ତ ବିଶେଷଜ୍ଞମାନେ ପ୍ରତିଦିନ ଦାନ୍ତର ଯତ୍ନ ନେବା ସମୟରେ ଏକ ଭଲ ଟୁଥପେଷ୍ଟ ବ୍ୟବହାର କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଲବଙ୍ଗ ଓ ଶୁଣ୍ଠି ଭଳି ଭରସାଯୋଗ୍ୟ ଆୟୁର୍ବେଦିକ ଉପାଦାନରେ ପ୍ରସ୍ତୁତ ଡାବର ରେଡ୍‌ ଟୁଥପେଷ୍ଟ ଦାନ୍ତ ଓ ମାଢ଼ିର ସମ୍ପୂର୍ଣ୍ଣ ଯତ୍ନ ନେବାରେ ସହାୟକ ହୋଇଥାଏ। ଲବଙ୍ଗ ଜୀବାଣୁ ସହ ଲଢ଼ିବାର ଗୁଣ ପାଇଁ ପରିଚିତ ଏବଂ ଦାନ୍ତର ଅସୁବିଧା କମାଇବାରେ ସହାୟକ ହୋଇଥାଏ। ସେହିପରି, ଶୁଣ୍ଠି ମାଢ଼ିରେ ହେଉଥିବା ଫୁଲା କମାଇ ମାଢ଼ିକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଇଣ୍ଡିଆନ୍‌ ଡେଣ୍ଟାଲ୍‌ ଆସୋସିଏସନ୍‌ (ଆଇଡ଼ିଏ)ର ଅନୁମୋଦନ ଥିବା ଡାବର ରେଡ୍‌ ଟୁଥପେଷ୍ଟ ଦାନ୍ତ ଓ ମାଢ଼ିକୁ ସୁସ୍ଥ ରଖିବା ପାଇଁ ଦୈନନ୍ଦିନ ଦାନ୍ତ ଯତ୍ନରେ ଏକ ପ୍ରଭାବଶାଳୀ ଆୟୁର୍ବେଦିକ ବିକଳ୍ପ ଭାବେ ବ୍ୟବହାର କରାଯାଇପାରେ।
ବର୍ଷାଦିନର ଏହି ସରଳ ଓ ସୁନ୍ଦର ଅନୁଭୂତିକୁ ପରିବାର ସହ ଉପଭୋଗ କରିବା ସମୟରେ ଦନ୍ତ ବିଶେଷଜ୍ଞମାନେ ସନ୍ତୁଳିତ ଭାବେ ଖାଦ୍ୟ ଖାଇବା ସହ ଦାନ୍ତର ନିୟମିତ ଯତ୍ନ ନେବାକୁ ପରାମର୍ଶ ଦେଇଛନ୍ତି। ଏହା ଦ୍ୱାରା ବର୍ଷାଦିନର ନିଜ ପସନ୍ଦର ଖାଦ୍ୟ ଖାଇବାର ଆନନ୍ଦ ଉପଭୋଗ କରିବା ସହ ଦୀର୍ଘକାଳୀନ ଭାବେ ଦାନ୍ତର ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିହେବ।
ଡା. ଦତ୍ତ ଶେଷରେ କହିଛନ୍ତି, “ବର୍ଷାଦିନରେ ଦାନ୍ତର ସମସ୍ୟାକୁ ନେଇ ଚିନ୍ତା ନକରି ଉପଭୋଗ କରିବା ଉଚିତ। କିଛି ଭଲ ଅଭ୍ୟାସ ସହ ନିୟମିତ ଭାବେ ଦାନ୍ତର ଯତ୍ନ ନେଲେ, ଆମେ ନିଜ ପସନ୍ଦର ବର୍ଷାଦିନର ଖାଦ୍ୟକୁ ଉପଭୋଗ କରିବା ସହ ଦାନ୍ତ ଓ ମାଢ଼ିକୁ ମଧ୍ୟ ସୁସ୍ଥ ରଖିପାରିବା।”

Share

Leave a Reply

Your email address will not be published. Required fields are marked *

10 − 3 =