ୱି ପକ୍ଷରୁ ‘କ୍ଲାଉଡ୍ ପ୍ଲେ’ ମୋବାଇଲ୍ କ୍ଲାଉଡ୍ ଗେମିଂର ଶୁଭାରମ୍ଭ

ଭୁବନେଶ୍ୱର: ଭାରତରେ ଗେମିଂ ଶିଳ୍ପ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । ଶିଳ୍ପର ବିଭିନ୍ନ ରିପୋର୍ଟ ଅନୁସାରେ ଭାରତରେ ଗେମିଂ ଏକ ବିଲିଅନ ଡଲାର ଶିଳ୍ପରେ ରୂପାନ୍ତରୀତ ହେବାକୁ ଯାଉଛି ଏବଂ ସେଥିରେ କ୍ଲାଉଡ୍ ଗେମିଂ ଆଗରେ ରହିବ । ଗ୍ରାହକମାନଙ୍କ ଏହି ନୂତନ ଚାହିଦାକୁ ପୂରଣ କରିବା ଲାଗି ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନି ୱି ପକ୍ଷରୁ ପ୍ୟାରିସ୍‌ରେ ମୁଖ୍ୟ କାର୍ଯ୍ୟାଳୟ ଥିବା ସଂସ୍ଥା କେୟାର ଗେମ୍ ସହ ସହଯୋଗିତା ମାଧ୍ୟମରେ କ୍ଲାଉଡ୍ ଗେମିଂ ସେବା “କ୍ଲାଉଡ୍ ପ୍ଲେ’ର ଶୁଭାରମ୍ଭ କରାଯାଇଛି ।
ମୋବାଇଲ୍ ଗେମିଂ ଉପସ୍ଥାପନାକୁ ୁସୁଦୃଢ଼ କରି କ୍ଲାଉଡ୍ ପ୍ଲେ ଲୋକମାନଙ୍କୁ ଆକ୍ସନ, ରୋମାଂଚ, ଆର୍କେଡ୍‌, ରେସିଂ, ସ୍ପୋର୍ଟସ୍ ଭଳି ବିଭିନ୍ନ ବର୍ଗରେ ପ୍ରିମିୟମ୍ ଏଏଏ ଗେମ୍ ପ୍ରଦାନ କରିବ । ଏଥିରେ ଆସଫାଲ୍‌ଟ ୯, ସାଡୋ ଫାଇଟ୍‌, ଷ୍ଟର୍ମ ବ୍ଲେଡ୍‌ସ, ରିପ୍‌ଟାଇଡ୍‌, ବିଚ୍ ବଗି ରେସିଂ, ଗ୍ରାଭିଟି ରାଇଡର୍‌, କଟ୍ ଦି ରୋପ୍‌, ସବ୍‌ୱେ ସର୍ଫର୍ସ, ଜେଟ୍ ପ୍ୟାକ୍ ଜୟରାଇଡ୍ ଭଳି ଗେମ୍ ରହିଛି । ଏହି ଗେମ୍‌ଗୁଡ଼ିକ ଆସନ୍ତା ସପ୍ତାହରେ ରିଲିଜ୍ ହେବ ।
କ୍ଲାଉଡ୍ ପ୍ଲେ ହେଉଛି ଏକ ସବ୍‌ସ୍କ୍ରିପ୍‌ସନ୍ ଭିତିକ ସେବା ଯାହାର ଦାମ୍ ମାସିକ ୧୦୦ ଟଙ୍କା ରଖାଯାଇଥିବା ବେଳେ ପ୍ରିପେଡ୍ ଗ୍ରାହକମାନେ ୧୦୪ ଟଙ୍କା ରିଚାର୍ଜ କରିବେ ସବ୍‌ସ୍କ୍ରିପ୍‌ସନ୍ ପ୍ୟାକ୍ କିଣିବା ପୂର୍ବରୁ ଗ୍ରାହକମାନେ ଶୁଭାରମ୍ଭ ଅଫରରେ ଏହି ସେବାର ନମୁନାକୁ ମାଗଣାରେ ବ୍ୟବହାର କରିପାରିବେ ।
ୱି କ୍ଲାଉଡ୍ ପ୍ଲେ ଜରିଆରେ ଲୋକମାନେ ସିଧାସଳଖ ଗେମ୍ ଖେଳିପାରିବେ । ସେମାନଙ୍କୁ ଗେମ୍ ଡାଉନ୍‌ଲୋଡ୍ କରିବାକୁ ପଡ଼ିବନି । ଏହା ଡିଭାଇସ୍‌ର ମେମୋରି ସଂଚୟ କରିବ ଏବଂ ଅତିରିକ୍ତ ହ୍ୟାଣ୍ଡସେଟ୍ ନେବାକୁ ପଡ଼ିବନି । ଫଳରେ ଲୋକମାନଙ୍କ ବ୍ୟାପକ ସଂଚୟ ହେବ ।
ଭୋଡାଫୋନ୍ ଆଇଡିଆର ସିଏମ୍‌ଓ ଅବନୀଶ ଖୋସଲା କହିଛନ୍ତି ଯେ “ୱିରେ ଆମେ ସର୍ବଦା ଆମର ଗ୍ରାହକଙ୍କ ଅଫରକୁ ସୁଦୃଢ଼ କରିବା ପାଇଁ ଏକ ସହଯୋଗୀ ଆଭିମୁଖ୍ୟରେ ବିଶ୍ୱାସ କରୁଛୁ । ଆମେ ଦ୍ରୁତ ବିକଶିତ ଗେମିଂ ଦୃଶ୍ୟପଟ୍ଟରେ ସମ୍ଭାବନାକୁ ସ୍ୱୀକାର କରୁଛୁ ଯେଉଁଥିରେ ସ୍ମାର୍ଟଫୋନ ଯେକୌଣସି ସମୟରେ, ଯେକୌଣସି ସ୍ଥାନରେ ଗେମିଂକୁ ଅଧିକ ସୁଲଭ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । କେୟାରଗେମ୍ ସହ ସହଯୋଗିତାରେ “କ୍ଲାଉଡ୍ ପ୍ଲେ’ ସହିତ ଆମେ ଆମ ଗ୍ରାହକଙ୍କୁ ଗେମିଂର ଭବିଷ୍ୟତକୁ ସ୍ୱାଗତ କରୁଛୁ ଯେଉଁଠାରେ କ୍ଲାଉଡ୍ ହେଉଛି ଆପଣଙ୍କ ଖେଳ ପଡ଼ିଆ ଏବଂ ସମ୍ଭାବନା ଅସୀମିତ ଅଟେ । ଏହା କେବଳ ଏକ ଗେମ୍ ନୁହେଁ, ଏହା ଏକ ଦୁନିଆର ଏକ ନିରବଚ୍ଛିନ୍ନ ଯାତ୍ରା ଯେଉଁଠାରେ କଳ୍ପନା ଜ୍ଞାନକୌଶଳ ସହ ଯୋଡ଼ି ହୋଇଥାଏ । ନିଜ ଖେଳ ସମୟକୁ ଉନ୍ନତ କରିବା ପାଇଁ ପ୍ରସ୍ତୁତ ହୁଅନ୍ତୁ ଏବଂ ଅସାଧାରଣ ବିଷୟକୁ ଅନୁସନ୍ଧାନ କରନ୍ତୁ ।’’
କେୟାରଗେମ୍‌ର ସହ-ପ୍ରତିଷ୍ଠାତା ତଥା ସିଇଓ ଫିଲିପ୍ ୱାଙ୍ଗ୍ କହିଛନ୍ତି ଯେ, “କ୍ଲାଉଡ୍ ପ୍ଲେ ଭାରତର ସମସ୍ତ ଗେମରମାନଙ୍କୁ ଏକ ନୂତନ ମୋବାଇଲ୍ ଫୋନ୍ କିମ୍ବା ଗେମପ୍ୟାଡ୍‌ରେ ନିବେଶ ନକରି ପ୍ରକୃତ ଏଏଏ ମୋବାଇଲ୍ ଗେମିଂ ଉପଭୋଗ କରିବାକୁ ସକ୍ଷମ କରିବ । କେୟାରଗେମ୍ ଟେକ୍ନୋଲୋଜି ଆମର ପ୍ରକାଶନ ଅଂଶୀଦାର ଏବଂ ୱି ନେଟୱାର୍କର ମିଶ୍ରଣ ଯୋଗୁଁ ଆମେ ସମସ୍ତ ୱି ଉପଭୋକ୍ତାଙ୍କୁ କ୍ଲାଉଡ୍ ପ୍ଲେ ଆବିଷ୍କାର କରିବାକୁ ଆମନ୍ତ୍ରଣ କରୁଛୁ । ଗେମଲୋଫ୍ଟର ଆସ୍ଫାଲ୍ଟ ୯: ଲିଜେଣ୍ଡସର ଏକ ସ୍ୱତନ୍ତ୍ର ସଂସ୍କରଣରେ ଆମେ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛୁ । ଏଥିରେ ସମସ୍ତ ମଲ୍ଟିପ୍ଲେୟାର ମୋଡ୍ ଅନଲକ୍ କରାଯାଇଛି । ଦୁଇଟି ବୋନସ୍ କାର୍ ଏବଂ ଅନ୍ୟାନ୍ୟ ଆଶ୍ଚର୍ଯ୍ୟଜନକ ସୁବିଧା ସହ ଏହି ରୋମାଂଚକର ଦୌଡ଼କୁ ଉପଭୋଗ କରିବାକୁ ସେମାନଙ୍କୁ ଆମନ୍ତ୍ରଣ କରୁଛୁ ।’’

Share

Leave a Reply

Your email address will not be published. Required fields are marked *

twenty − fifteen =