Thursday, October 29, 2026
Business

ଏସବିଆଇ ଲାଇଫ୍‌ର ନୂତନ ବ୍ୟବସାୟ ପ୍ରିମିୟମ୍ ୨୦,୨୫୯ କୋଟି ଟଙ୍କାରେ ପହଞ୍ଚିଛି; କର ପରବର୍ତ୍ତୀ ଲାଭରେ ୧୭ ପ୍ରତିଶତ ବୃଦ୍ଧି

ଦେଶର ପ୍ରମୁଖ ଜୀବନ ବୀମା କମ୍ପାନୀଗୁଡ଼ିକ ମଧ୍ୟରୁ ଅନ୍ୟତମ, ଏସବିଆଇ ଲାଇଫ୍ ଇନ୍‌ସୁରାନ୍ସ ୩୦ ସେପ୍ଟେମ୍ବର, ୨୦୨୬ରେ ଶେଷ ହୋଇଥିବା ଅବଧି ପାଇଁ ୨୦,୨୫୯ କୋଟି ଟଙ୍କାର ନୂତନ ବ୍ୟବସାୟ ପ୍ରିମିୟମ୍ ସଂଗ୍ରହ କରିଛି, ଯାହା ଗତବର୍ଷର ସମାନ ଅବଧିର ୧୮,୩୪୯ କୋଟି ଟଙ୍କା ତୁଳନାରେ ଅଧିକ ଅଟେ। ଏହି ଅବଧି ମଧ୍ୟରେ କମ୍ପାନୀର ରେଗୁଲାର ପ୍ରିମିୟମ୍‌ରେ ୨୧ ପ୍ରତିଶତ ବୃଦ୍ଧି ଘଟିଛି।
ସୁରକ୍ଷା ବୀମା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେଇ କମ୍ପାନୀ ୩,୨୩୫ କୋଟି ଟଙ୍କାର ପ୍ରୋଟେକ୍ସନ୍ ନ୍ୟୁ ବିଜନେସ୍ ପ୍ରିମିୟମ୍ ହାସଲ କରିଛି, ଯେଉଁଥିରେ ୪୬ ପ୍ରତିଶତ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି। ଏଥିମଧ୍ୟରୁ ବ୍ୟକ୍ତିଗତ ପ୍ରୋଟେକ୍ସନ୍ ପ୍ରିମିୟମ୍ ୨୦ ପ୍ରତିଶତ ବୃଦ୍ଧି ସହ ୪୪୬ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି ମୋଟ ବ୍ୟକ୍ତିଗତ ନୂତନ ବ୍ୟବସାୟ ପ୍ରିମିୟମ୍ ୧୩ ପ୍ରତିଶତ ବୃଦ୍ଧି ପାଇ ୧୩,୭୩୨ କୋଟି ଟଙ୍କାରେ ପହଞ୍ଚିଛି।
୩୦ ସେପ୍ଟେମ୍ବର, ୨୦୨୬ ସୁଦ୍ଧା କମ୍ପାନୀର କର ପଶ୍ଚାତ୍ ଲାଭ ୧୭ ପ୍ରତିଶତ ବୃଦ୍ଧି ପାଇ ୧,୨୭୪ କୋଟି ଟଙ୍କା ହୋଇଥିବାବେଳେ, ସୋଲଭେନ୍ସି ରେସିଓ ନିୟାମକ ଆବଶ୍ୟକତା ୧.୫୦ ତୁଳନାରେ ୧.୯୭ ରହି ସୁଦୃଢ଼ ସ୍ଥିତିରେ ରହିଛି।
କମ୍ପାନୀର ପରିଚାଳିତ ସମ୍ପତ୍ତି (ଏୟୁଏମ୍‌) ୯ ପ୍ରତିଶତ ବୃଦ୍ଧି ପାଇ ୫,୨୭,୧୨୦ କୋଟି ଟଙ୍କାରେ ପହଞ୍ଚିଛି (ଗତବର୍ଷ ଏହା ୪,୮୧,୪୬୫ କୋଟି ଟଙ୍କା ଥିଲା), ଯେଉଁଥିରେ ଋଣ ଏବଂ ଇକ୍ୱିଟିର ଅନୁପାତ ୬୦:୪୦ ରହିଛି। ଏହି ଋଣ ନିବେଶର ୯୪ ପ୍ରତିଶତ ଅଂଶ ଏଏଏ ଏବଂ ସୋଭରେନ୍ (ଗଭର୍ଣ୍ଣମେଣ୍ଟ) ସିକ୍ୟୁରିଟିଜ୍‌ରେ ନିବେଶିତ।
ଦେଶବ୍ୟାପୀ ୧,୨୪୪ଟି କାର୍ଯ୍ୟାଳୟ ଏବଂ ୩,୯୪,୫୭୪ ଜଣ ତାଲିମପ୍ରାପ୍ତ ବୀମା ପରାମର୍ଶଦାତାଙ୍କୁ ନେଇ କମ୍ପାନୀ ଏହାର ବଣ୍ଟନ ପ୍ରଣାଳୀକୁ ସୁଦୃଢ଼ କରିପାରିଛି, ଯେଉଁଥିରେ ବ୍ୟାଙ୍କାସୁରାନ୍ସ, ଏଜେନ୍ସି, କୋର୍ପୋରେଟ୍ ଏଜେଣ୍ଟ, ବ୍ରୋକର, ପଏଣ୍ଟ ଅଫ୍ ସେଲ୍ସ (ପିଓଏସ୍‌) ଏବଂ ଡିଜିଟାଲ୍ ଚ୍ୟାନେଲ୍ ସାମିଲ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

3 × 5 =