ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ଖରିଫ୍ ଋତୁ ୨୦୨୬ ପାଇଁ “ମେରୀ ପଲିସି ମେରେ ହାଥ୍’ ଅଭିଯାନ ଜରିଆରେ କୃଷକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରୁଛି
ଭୁବନେଶ୍ୱର : ଭାରତର ଅନ୍ୟତମ ଅଗ୍ରଣୀ ଜେନେରାଲ୍ ଇନସ୍ୟୁରାନ୍ସ ପ୍ରଦାନକାରୀ ଏବଂ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା (ପିଏମ୍ଏଫବିୱାଇ) ଅଧୀନରେ ଏକ ପ୍ରମୁଖ କାର୍ଯ୍ୟକାରୀ ବୀମାକାରୀ ସଂସ୍ଥା ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ, ଖରିଫ୍ ୨୦୨୬ ପାଇଁ ଭାରତ ସରକାରଙ୍କ “ମେରୀ ପଲିସି ମେରେ ହାଥ୍’ (ଏମପିଏମଏଚ୍) ଅଭିଯାନରେ ଭାଗ ନେବ। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ସିଧାସଳଖ ଫସଲ ବୀମା ପଲିସି ପ୍ରଦାନ କରିବା ଏବଂ ପିଏମ୍ଏଫବିୱାଇ ଯୋଜନା ବିଷୟରେ ଜମିସ୍ତରରେ ସଚେତନତାକୁ ମଜବୁତ କରିବ।
ଏହି ପଲିସିଗୁଡ଼ିକ ନଅଟି ପ୍ରମୁଖ ରାଜ୍ୟରେ ବଣ୍ଟନ କରାଯିବ – ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, ଆସାମ, ଓଡ଼ିଶା, ତାମିଲନାଡ଼ୁ, କର୍ଣ୍ଣାଟକ ଏବଂ ଝାଡ଼ଖଣ୍ଡ। ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ରାଜ୍ୟ ସରକାର ଏବଂ ସ୍ଥାନୀୟ ଅଂଶୀଦାରମାନଙ୍କ ସହିତ ମିଶି ଫସଲ ବୀମା ପଲିସି କାଗଜପତ୍ର ବଣ୍ଟନକୁ ସହଜ କରିବା ଏବଂ କୃଷକମାନଙ୍କ ପାଖରେ ପହଞ୍ଚିବା ପ୍ରୟାସକୁ ବୃଦ୍ଧି କରିବା ପାଇଁ ଘନିଷ୍ଠ ଭାବରେ କାର୍ଯ୍ୟ କରିବ।
ଅଭିଯାନର ଏକ ଅଂଶ ଭାବରେ, କମ୍ପାନୀ ଫସଲ ବୀମା ପାଠଶାଳା, କିଷାନ ମେଳା ଏବଂ କିଷାନ ଗୋଷ୍ଠୀ ଦ୍ୱାରା ସମର୍ôଥତ ପଲିସି ବଣ୍ଟନ ଶିବିରଗୁଡ଼ିକୁ ସହାୟତା ପ୍ରଦାନ କରିବ। ଏହାବ୍ୟତୀତ, ଏସବିଆଇ ଜେନେରାଲ୍ ପିଏମ୍ଏଫବିୱାଇ ଅଧୀନରେ ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଦୁଇଟି ପଦକ୍ଷେପ ଆୟୋଜନ କରିବ: ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ (ଆଇୱାଇଡବ୍ଲୁଏଫ୍) ଏବଂ ‘ପିଏମ୍ଏଫବିୱାଇଅଟେନ୍ ଫାର୍ମର ଚାମ୍ପିଅନ୍ସ’।
ଆନ୍ତର୍ଜାତୀୟ ମହିଳା କୃଷକ ବର୍ଷ (ଆଇୱାଇଡବ୍ଲୁଏଫ୍) ଅଧୀନରେ ସ୍ୱତନ୍ତ୍ର ମହିଳା କୃଷକଙ୍କ ଦ୍ୱାରା ପରିଚାଳିତ କର୍ମଶାଳା ଅନୁଷ୍ଠିତ ହେବ, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେବ ଅଧିକରୁ ଅଧିକ ମହିଳା କୃଷକମାନଙ୍କୁ ଏହି ଯୋଜନାରେ ଶିକ୍ଷିତ ଏବଂ ପଞ୍ଜୀକୃତ କରିବା। ସଚେତନତାକୁ ଆହୁରି ବୃଦ୍ଧି କରିବା ପାଇଁ, ସରକାରୀ ଯୋଗାଯୋଗ କୌଶଳ ସହିତ ସମାନତା ରକ୍ଷା କରି ବିଭିନ୍ନ ରାଜ୍ୟରେ ପିଏମ୍ଏଫବିୱାଇର ଗତ ଦଶ ବର୍ଷର ହିତାଧିକାରୀମାନଙ୍କୁ ନେଇ ସ୍ୱତନ୍ତ୍ର ଯୋଗାଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ହିତାଧିକାରୀମାନଙ୍କୁ “ପିଏମ୍ଏଫବିୱାଇଅଟେନ୍ ଫାର୍ମର ଚାମ୍ପିଅନ୍ସ’ ଭାବରେ ସମ୍ମାନିତ କରାଯିବ ଏବଂ ସଚେତନତା ସୃଷ୍ଟି କରିବା ସହ ବ୍ୟାପକ କୃଷକ ସମାଜକୁ ପ୍ରୋତ୍ସାହିତ କରିବା ପାଇଁ ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରାଯିବ।
ମୋଟାମୋଟି ଭାବରେ, ଏହି ପଦକ୍ଷେପଗୁଡ଼ିକର ଲକ୍ଷ୍ୟ ଏପରି ଆନ୍ତଃକ୍ରିୟାତ୍ମକ ପ୍ଲାଟଫର୍ମ ସୃଷ୍ଟି କରିବା ଯେଉଁଠାରେ କୃଷକମାନେ ଆଲୋଚନାରେ ଭାଗ ନେଇପାରିବେ, ସେମାନଙ୍କର ମତାମତ ସେୟାର କରିପାରିବେ ଏବଂ ମାର୍ଗଦର୍ଶନ ଲୋଡ଼ିପାରିବେ, ଯାହା ଶେଷରେ ସଚେତନତା ବୃଦ୍ଧି କରିବ ଏବଂ ପିଏମ୍ଏଫବିୱାଇ ଯୋଜନାରେ ଅଧିକ ଗଭୀର ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବ।
ଏହି ପଦକ୍ଷେପ ସମ୍ପର୍କରେ ମତାମତ ଦେଇ ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସର ଏମଡି ଏବଂ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି; “ପ୍ରତ୍ୟେକ କୃଷକଙ୍କ ପାଇଁ, ସେମାନଙ୍କର ଫସଲ ସୁରକ୍ଷିତ ଅଛି ବୋଲି ଜାଣିବା ଏକ ନିରାପତ୍ତା ଭାବନା ଆଣିଥାଏ ଯାହା କେବଳ ଏକ ପଲିସି କାଗଜପତ୍ରଠାରୁ ବହୁତ ଅଧିକ। “ମେରୀ ପଲିସି ମେରେ ହାଥ୍’ ହେଉଛି ଏକ ଶକ୍ତିଶାଳୀ ପଦକ୍ଷେପ ଯାହା ନିଶ୍ଚିତ କରେ ଯେ ଏହି ଆଶ୍ୱସନା ସେମାନଙ୍କ ପାଖରେ ସିଧାସଳଖ ପହଞ୍ଚିଥାଏ, ଯାହା ଫସଲ ବୀମା ବ୍ୟବସ୍ଥା ଉପରେ ବିଶ୍ୱସନୀୟତାକୁ ମଜବୁତ କରିଥାଏ। ନଅଟି ରାଜ୍ୟରେ ଆମର ଏହି ପ୍ରୟାସ ଜରିଆରେ, ଆମେ ଚାହୁଁଛୁ ଯେ କୃଷକମାନେ ସମର୍ôଥତ, ସୂଚିତ ଏବଂ ଆତ୍ମବିଶ୍ୱାସୀ ଅନୁଭବ କରନ୍ତୁ ଯେ ପିଏମ୍ଏଫବିୱାଇ ଅନିଶ୍ଚିତତା ସମୟରେ ସେମାନଙ୍କ ପାର୍ଶ୍ୱରେ ଠିଆ ହୋଇଛି। ସେମାନଙ୍କର କାର୍ଯ୍ୟକାରୀ ବୀମା ଭାଗୀଦାର ଭାବରେ, ଆମେ ସେମାନଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ ଚାଲିବାକୁ ଏବଂ ସ୍ଥିତିସ୍ଥାପକତା ତଥା ସ୍ଥିରତା ଆଡକୁ ସେମାନଙ୍କ ଯାତ୍ରାକୁ ସଶକ୍ତ କରିବାକୁ ପ୍ରତିବଦ୍ଧ ଅଟୁ।”
“ମେରୀ ପଲିସି ମେରେ ହାଥ୍’ ଅଭିଯାନ ସହିତ, ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ କୃଷକମାନଙ୍କ ନିକଟକୁ ସୁରକ୍ଷା ଏବଂ ସ୍ପଷ୍ଟତା ଆଣିବା ପାଇଁ ତାହାର ଲକ୍ଷ ଦିଗରେ କାର୍ଯ୍ୟରତ ରହିଛି। ସେମାନଙ୍କ ଦ୍ୱାରେ ପଲିସି କାଗଜପତ୍ର ପହଞ୍ଚାଇବା ଏବଂ କ୍ରମାଗତ ଯୋଗାଯୋଗ ମାଧ୍ୟମରେ ସେମାନଙ୍କୁ ସଂପୃକ୍ତ କରିବା ଦ୍ୱାରା, କମ୍ପାନୀ ପିଏମ୍ଏଫବିୱାଇ ବିଷୟରେ ବୁଝାମଣାକୁ ଗଭୀର କରିବାକୁ ଏବଂ କୃଷକମାନଙ୍କୁ ସେମାନଙ୍କ ଜୀବନଜୀବିକା ପାଇଁ ସୁରକ୍ଷିତ, ସୂଚନାପୂର୍ଣ୍ଣ ନିଷ୍ପତ୍ତି ନେବାରେ ସାହାଯ୍ୟ କରିବାକୁ ଚେଷ୍ଟା କରୁଛି। ଏହି ପଦକ୍ଷେପ ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସର ଏହି ବିଶ୍ୱାସକୁ ପ୍ରତିଫଳିତ କରେ ଯେ ଅର୍ଥପୂର୍ଣ୍ଣ ବୀମା କେବଳ କଭରେଜ୍ ଠାରୁ ଅଧିକ କିଛି – ଏହା କୃଷକ ସମାଜ ପାଇଁ ଆତ୍ମବିଶ୍ୱାସ, ସଂଯୋଗ ଏବଂ ଏକ ନିରାପଦ ଭବିଷ୍ୟତ ନିର୍ମାଣ କରିଥାଏ।

