ସୂବର୍ଣ୍ଣରେଖା ପୋର୍ଟ ପକ୍ଷରୁ ଦୁଗ୍ଧ ଚାଷ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ

150 ସ୍ଥାନୀୟ ଦୁଗ୍ଧ ଚାଷୀଙ୍କ ଯୋଗଦାନ

ଟାଟା ଷ୍ଟିଲ୍ ଫାଉଣ୍ଡେସନ ସହଯୋଗରେ ଆୟୋଜିତ

ବାଲେଶ୍ୱର ଜୁନ 2, 2023- ବିଶ୍ୱ ଦୁଗ୍ଧ ଦିବସ, ଜୁନ 1 ତାରିଖ ଅବସରରେ ସୂବର୍ଣ୍ଣରେଖା ପୋର୍ଟ ପ୍ରାଇଭେଟ୍ ଲିମିଟେଡ (ଏସପିପିଏଲ) ପକ୍ଷରୁ ଏକ ନୂତନ ଦୂଗ୍ଧ ଚାଷ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଟାଟା ଷ୍ଟିଲ ଫାଉଣ୍ଡେସନର ସହାୟତାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବାଲେଶ୍ୱର ର ବାଲିପାଳଠାରେ ଅନୁଷ୍ଠିତ ହେଇଥିବା ଏହି କାର୍ଯ୍ୟକ୍ରମରେ, ସ୍ଥାନୀୟ ଅଞ୍ଚଳର ଦୁଗ୍ଧ ଚାଷୀଙ୍କ ବିକାଶ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। 

ଏହି ବିକାଶମୂଳକ କାର୍ଯ୍ୟକ୍ରମରେ ସ୍ଥାନୀୟ ଚାଷୀମାନଙ୍କ ପାଇଁ, “ପରିବେଶ ଏବଂ ମାନବ ଶରୀର ଉପରେ ଦୁଗ୍ଧ ଜାତୀୟ ଦ୍ରବ୍ୟର ସକାରାତ୍ମକ ପ୍ରଭାବ”, ବିଷୟବସ୍ତୁକୁ ନେଇ ଏକ ସଚେତନତା ଶିବିର ଆୟୋଜିତ କରାଯାଇଥିଲା। ଏହି ଶିବିରରେ ପ୍ରତାପପୁର ଗ୍ରାମ ପଞ୍ଚାୟତର ପାଖାପାଖି 150 ଜଣ ଚାଷୀ ଯୋଗ ଦେଇଥିଲେ। ପଶୁ ସମ୍ପଦ ବିକାଶ ବିଭାଗ ଏବଂ ବାଲେଶ୍ୱର ଭଦ୍ରକ ମିଲ୍କ ୟୁନିୟନ ଲିମିଟେଡର ବିଶେଷଜ୍ଞମାନେ ସେମାନଙ୍କୁ ଦୁଗ୍ଧ ଗୁଣବତ୍ତା ବୃଦ୍ଧି କରିବା ପାଇଁ ଉନ୍ନତ ମାନର ଗୋଖାଦ୍ୟ ବ୍ଯବହାର କରିବାକୁ ପରାମର୍ଶ ଦେଇଥିଲେ।

 ଏଥି ସହ ବିଶେଷଜ୍ଞମାନେ ଆଜୋଲା ପଦ୍ଧତ୍ତିରେ ଗୋଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ଏହି ଅବସରରେ ଦୁଗ୍ଧ ଚାଷୀମାନଙ୍କୁ ଟାଟା ଷ୍ଟିଲ ଫାଉଣ୍ଡେସନ ତରଫରୁ ଆଜୋଲା ଉତ୍ପାଦନ ପାଇଁ ସ୍ୱତନ୍ତ୍ର ଉପକରଣ ପ୍ରଦାନ କରାଯାଇଥିଲା।

ଏହି କାର୍ୟ୍ୟକ୍ରମରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ଡ.ବନମାଳୀ ସାହୁ, ଅତିରିକ୍ତ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ଡ. ରଞ୍ଜନ କୁମାର ଦାଶ, ଭଦ୍ରକ ବାଲେଶ୍ୱର ମିଲ୍କ ୟୁନିୟନ ଲିମିଟେଡର ଜେନେରାଲ ମ୍ୟାନେଜର ରଶ୍ମୀରେଖା ବିନ୍ଧାଣୀ , ଏସପିପିଏଲ୍ ର ମୁଖ୍ୟ ପ୍ରଶାସକ ରାଜକୁମାର ସାହୁ ପ୍ରମୁଖ ଯୋଗ ଦେଇ ପରିବେଶ ଉପରେ ଦୁଗ୍ଧ ଚାଷର ସକାରତ୍ମକ ପ୍ରଭାବ ସମ୍ପର୍କରେ ଚାଷୀମାନଙ୍କୁ ଅବଗତ କରାଇଥିଲେ ।

ଟିଏସଏଫର ଦୁଗ୍ଧ ଚାଷ ବିକାଶ କାର୍ଯ୍ୟକ୍ରମରେ ୫,୦୦୦ କୃଷକ ପରିବାରଙ୍କ ବାର୍ଷିକ ଆୟକୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଦୁଗ୍ଧ ଚାଷକୁ ସ୍ଥାନୀୟ ଅର୍ଥନୀତି ଏବଂ ସ୍ଥାୟୀ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ପ୍ରଚାର କରିବା ପାଇଁ ଏହି ପଦକ୍ଷେପ ଆରମ୍ଭ ହେଇଛି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଏସପିପିଏଲର ସିନିୟର ମ୍ୟାନେଜର ସୁଲେମାନ ଅଲି ଏବଂ ଏସପିପିଏଲର ଡିଭିଜନାଲ ମ୍ୟାନେଜର ସଜନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

ten − ten =