ସଚିବାଳୟ ସେବା କ୍ୟାଡର ଦାୟିତ୍ୱରୁ ଅଧିକାରୀଙ୍କୁ ହଟାଇବାକୁ ଦାବି

ଭୁବନେଶ୍ୱର : ଲୋକସେବାଭବନ ପ୍ରଶାସନିକ ବ୍ୟବସ୍ଥାରେ ଦେଖା ଦେଇଛି ନୂଆ ଅଭିଯୋଗ । ଜଣେ କର୍ମଚାରୀଙ୍କୁ ସଚିବାଳୟସେବା କ୍ୟାଡରରୁ ହଟାଇବାପାଇଁ କର୍ମଚାରୀମାନେ ଏକାଠିହେବା ସହିତ ଆନ୍ଦୋଳନ ଧମଦେଇଛନ୍ତି । ଏ ସଂକ୍ରାନ୍ତରେ ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ବି ହୋଇଛନ୍ତି, ଯାହା ପୂର୍ବରୁ କେବେ ଦେଖାଯାଇନଥିଲା ।

ମିଳିଥିବା ସୂଚନାଅନୁଯାୟୀ ଅନଭିଜ୍ଞ ଓ ପକ୍ଷପାତିତା କରୁଥିବା ଅଧିକାରୀଙ୍କୁ ସଚିବାଳୟ ସେବା କ୍ୟାଡରର ଦାୟିôରୁ ହଟାଇବା ପାଇଁ ରାଜ୍ୟ ସଚିବାଳୟ ସେବା ବର୍ଗର ଅଧିକାରୀ ମାନେ ମୁଖ୍ୟ ଶାସନ ସଚିବ ନିକଟରେ ଫେରାଦ ହୋଇଛନ୍ତି । ଶ୍ରୀଭୂଷଣ ଶୁକ୍ଳା ନାମଧାରୀ କର୍ମଚାରୀଙ୍କୁ ଏହି ଦାୟିôରୁ ନହଟାଇଲେ ଆଗାମୀ ଦିନରେ ଲୋକସେବା ଭବନ, ଖାରବେଳ ଭବନ ଓ ରାଜୀବ ଭବନରେ ଏକ ବଡ ଆନ୍ଦୋଳନ ଦେଖାଦେବ ବୋଲି ଶତାଧିକ ଅଧିକାରୀ କହିଛନ୍ତି ।

ଅଧିକାରୀ ମାନେ ଦେଇଥିବା ଲିଖିତ ଦାବିପତ୍ର ଅନୁଯାୟୀ ଶ୍ରୀଭୂଷଣ ଶୁକ୍ଳା ଗୃହ ବିଭାଗରେ ଅତିରିକ୍ତ ଶାସନ ସଚିବ ଥିବା ବେଳେ ସଚିବାଳୟ ସେବା କ୍ୟାଡର ବିରୋଧରେ କେତେକ କାମକରି ଅନେକ ଅଧିକାରୀଙ୍କୁ କ୍ଷତି ପହଞ୍ଚାଇଥିଲେ । ସେଥିପାଇଁ ବିଗତ ଦୁଇବର୍ଷ ଧରି ତାଙ୍କ ବିରୋଧରେ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ବିଧି ଅଧିକାରୀଙ୍କ ଦ୍ୱାରା ପ୍ରଭାବିତ ଓ ପ୍ରଲୋଭିତ ହୋଇ, ଅଦାଲତରେ ମାମଲା ଫଇସଲା ହେବା ପୂର୍ବରୁ ସେ ବିଧି ଅଧିକାରୀ ମାନଙ୍କୁ ପଦୋନ୍ନତି ଦେବାକୁ ସୁପାରିଶ କରିଥିଲେ । ଏପରିକି ସେମାନଙ୍କ ପାଇଁ ସେବା ବର୍ଗର ସମସ୍ତ ସର୍ବୋଚ୍ଚ ପଦବୀକୁ ସରଂକ୍ଷିତ ରଖିଥିବାରୁ, ୨୦୨୦ ବର୍ଷରେ ପୁରା କ୍ୟାଡରରେ ପଦୋନ୍ନତି ବନ୍ଦ ହୋଇଯାଇଥିଲା ।

ଏଥି ସକାଶେ କେତେକ ଯୋଗ୍ୟ ଅଧିକାରୀ ବିନା ପଦୋନ୍ନତିରେ ଅବସର ନେଇଥିଲେ । ବିଭାଗୀୟ ଶାସନ ସଚିବ ଅଧିକାରୀ ମାନଙ୍କ ଗୁହାରି ନଶୁଣିବାରୁ , ଶେଷରେ ଗୃହ ରାଜ୍ୟ ମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ଏ ଅଚଳ ଅବସ୍ଥା ଦୂର ହୋଇ ପାରିଥିଲା । କେବଳ ସେତିକି ନୁହେଁ, ସେବାର ବିଭିନ୍ନ ବର୍ଗର ପଦକ୍ରମ ତାଲିକା ପ୍ରସ୍ତୁତି କାଳରେ ମଧ୍ୟ କେତେକ କର୍ମଚାରୀଙ୍କ ପ୍ରତି ଅନୁକମ୍ପା ଦେଖାଇଥିଲେ । ଏପରିକି ପୂର୍ବ ପ୍ରଚଳିତ ଆଇନ ବା ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶକୁ ମଧ୍ୟ ସେ ଅଣଦେଖା କରିଥିଲେ । କାହାରି ଅଭିଯୋଗ ନଶୁଣି ସେ ଲୋକଙ୍କୁ ଅଦାଲତକୁ ଯିବାକୁ ଏକପ୍ରକାର ବାଧ୍ୟ କରିଥିଲେ ।

ଅଧିକାରୀମାନେ ଦର୍ଶାଇଛନ୍ତି ଯେ ଯୋଗ୍ୟ ଅଧିକାରୀଙ୍କୁ ପଦୋନ୍ନତି ଦେବାରେ ସେ ଅନେକ କାଳ ବିଳମ୍ବ କରୁଥିଲେ । କୌଣସି ସମସ୍ୟାନେଇ ତାଙ୍କ ପାଖକୁ ଆସୁଥିବା ବ୍ୟକ୍ତିଙ୍କୁ ସେ ଦୁର୍ବ୍ୟବହାର କରୁଥିବାର ମଧ୍ୟ ଅଭିଯୋଗ ହୋଇଛି । କୌଣସି କ୍ୟାଡର ସମ୍ପର୍କିତ କାର୍ଯ୍ୟ କରିବାରେ ପୂର୍ବ ଅଭିଜ୍ଞତା ନଥିବା ଓ ଚାକିରି ସଂକ୍ରାନ୍ତୀୟ ନିୟମାବଳୀ ଉପରେ ଭଲ ଧାରଣ ନଥିବା ଅଧିକାରୀଙ୍କୁ କାହିଁକି ସରକାର ଏପରି କାମର ଦାୟିତ୍ୱ ଦେଇଛନ୍ତି ବୋଲି କର୍ମଚାରୀମାନେ ଏକ ସ୍ମାରକ ପତ୍ରରେ ପ୍ରଶ୍ନ କରିଛନ୍ତି ।

ଶ୍ରୀ ଶୁକ୍ଳା ଚାକିରିରୁ ଅବସର ନେବା ପରେ ମଧ୍ୟ ତା\’ଙ୍କୁ ସେହି ସମାନ ବିଭାଗ ଓ ସମାନ କାର୍ଯ୍ୟର ଦାୟିତ୍ୱ ଦିଆଯାଇଛି ଓ ସେ ପୂର୍ବପରି ତାଙ୍କର ସଚିବାଳୟ ସେବା ମାରଣ ନୀତି ଚଳାଇଛନ୍ତି ବୋଲି କର୍ମଚାରୀମାନେ ସ୍ପଷ୍ଟ ଅଭିଯୋଗ କରିଛନ୍ତି । ଏ ବର୍ଷ ପୁଣି ସେ କେତେକ ବିଧି ଅଧିକାରୀଙ୍କୁ ଆଇନ ବାହାରକୁ ଯାଇ ସାହାଯ୍ୟ କରିବାକୁ ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ଅଦାଲତ ସେମାନଙ୍କ ଦରଖାସ୍ତକୁ ଆଇନ ଅନୁସାରେ ବିଚାର କରିବାକୁ କହିଥିବା ବେଳେ, ଶ୍ରୀ ଶୁକ୍ଳା ତାଙ୍କୁ ସାହାଯ୍ୟ କରିବାପାଇଁ ସ୍ଥିର କରି , ଆଇନରେ ପରିବର୍ତ୍ତନ କରିବାକୁ ସୁପାରିଶ କରିଛନ୍ତି । କର୍ମଚାରୀମାନଙ୍କ କହିବା କଥା ଯେ ସରକାର ଯଦି ଶ୍ରୀ ଶୁକ୍ଳାଙ୍କ ସେବା ଚାହୁଁଥାନ୍ତି , ତେବେ ତାଙ୍କୁ ସଚିବାଳୟ ସେବା ଦାୟିତ୍ୱରୁ ହଟାଇ ଅନ୍ୟ କାମ ଦେଇପାରନ୍ତି । ଏହା ନହେଲେ ଆଗାମୀ ଦିନରେ ବଡ ଆନ୍ଦୋଳନ ଦାନା ବାନ୍ଧିବ ବୋଲି ସେମାନେ ଏକ ପ୍ରକାର ଚେତାବନୀ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + seven =