ଡିଜିପିଙ୍କୁ ଦାବିପତ୍ର ଦାବିପତ୍ର ଦେଲେ ସୌମ୍ୟଙ୍କ ବାପା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାକୁ ଲାଗିଛି । ତେବେ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ଲାଗି ଡିଜିପିଙ୍କୁ ଦାବିପତ୍ର ଦେଇଛନ୍ତି ସୌମ୍ୟଙ୍କ ବାପା । କଟକ ପୋଲିସ ଡିଜି ଅଫିସରେ ସେ ଦାବିପତ୍ର ଦେଇଥିବା ଦେଖିବାକୁ ମିଳିଛି । ସୌମ୍ୟଙ୍କ ବାପା ଅଭିରାମ କହିଛନ୍ତି କି, ଏହି ଘଟଣାରେ ଡିଏଫ, ବୋହୂ ଏବଂ ରୋଷେୟାଙ୍କୁ ତଦନ୍ତ ପରିସରକୁ ଆଣି ସେମାନଙ୍କ ଲାଇଫ ଡିଟେକ୍ଟ କରାଯାଉ । ତେବେ ଏହି ଦାବିପତ୍ରରେ ସେ ଲେଖିଛନ୍ତି କି, ଗୁରୁତର ଅବସ୍ଥାରେ ସୌମ୍ୟଙ୍କୁ ଅଣାଯାଉଥିବା ବେଳେ ବାଟରେ ଆମ୍ବୁଲାନ୍ସକୁ ଅଟକାଯାଇଥିଲା । ତେବେ ପାଖାପାଖି ଘଣ୍ଟାଏ ଅଟକା ଯାଇଥିବା ସେ ଦର୍ଶଇଛନ୍ତି । ଏଣୁ ଏହି ଘଟଣା ପଛରେ ବଡ଼ ରହସ୍ୟ ଲୁଚି ରହିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

17 + nine =