Business

ଏନ୍‌ବିବିଏଲ୍ ପକ୍ଷରୁ ଏମ୍‌ଏଫ୍‌ଆଇ ଋଣ ପରିଶୋଧ ପ୍ରକ୍ରିୟା ସହଜ: ଭାରତ କନେକ୍ଟରେ ସାମିଲ ହେଲା ନାବଫିନ୍ସ

ଭୁବନେଶ୍ୱର: ନାସନାଲ ପେମେଣ୍ଟସ୍ କୋର୍ପୋରେସନ ଅଫ୍ ଇଣ୍ଡିଆ (ଏନପିସିଆଇ)ର ସମ୍ପୂର୍ଣ୍ଣ ମାଲିକାନାଧୀନ ସହାୟକ କମ୍ପାନୀ ‘ଏନ୍‌ପିସିଆଇ ଭାରତ ବିଲ୍‌ପେ’ (ଏନବିବିଏଲ୍‌) ପକ୍ଷରୁ ‘ନ୍ୟାସନାଲ ବ୍ୟାଙ୍କ ଫର୍ ଆଗ୍ରିକଲଚର ଆଣ୍ଡ ରୁରାଲ ଡେଭେଲପମେଣ୍ଟ’ (ନାବାର୍ଡ)ର ଅନ୍ୟତମ ସହାୟକ ସଂସ୍ଥା ‘ନାବାର୍ଡ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡ୍‌’ (ନାବଫିନ୍ସ)କୁ ଭାରତ କନେକ୍ଟ ପ୍ଲାଟଫର୍ମର ଋଣ ପରିଶୋଧ ବର୍ଗରେ ସାମିଲ କରାଯାଇଛି।
ଏହି ସଂଯୋଗୀକରଣ ଦ୍ୱାରା ନାବଫିନ୍ସର ଋଣଗ୍ରହିତାମାନେ ଭାରତ କନେକ୍ଟ ସୁବିଧା ଥିବା ନେଟୱାର୍କ ମାଧ୍ୟମରେ ସହଜରେ ସେମାନଙ୍କର ଋଣ ଇଏମ୍‌ଆଇ ଏବଂ ବାକି ଥିବା କିସ୍ତି ଗୁଡ଼ିକୁ ପରିଶୋଧ କରିପାରିବେ। ଗ୍ରାହକମାନେ ଏବେ ଦେଶବ୍ୟାପୀ ୧,୦୦୦ରୁ ଅଧିକ ବ୍ୟାଙ୍କିଙ୍ଗ୍ ଓ ପେମେଣ୍ଟ ଆପ୍ ଏବଂ ୮ ଲକ୍ଷରୁ ଅଧିକ ଭୌତିକ ଏଜେଣ୍ଟ ଆଉଟଲେଟ୍ ମାଧ୍ୟମରେ ନିଜର ଋଣ ଅର୍ଥ ପରିଶୋଧ କରିପାରିବେ, ଯାହା ସେମାନଙ୍କ ପାଇଁ ପୂର୍ବରୁ ଥିବା ସୀମିତ ଡିଜିଟାଲ ସୁବିଧାକୁ ଯଥେଷ୍ଟ ବୃଦ୍ଧି କରିଛି।
ନାବଫିନ୍ସ ବର୍ତ୍ତମାନ ୧୯ଟି ରାଜ୍ୟରେ ୧ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇ ଦେଉଛି। ଭାରତ କନେକ୍ଟର ଏହି ଆନ୍ତଃ-ପରିଚାଳିତ ନେଟୱାର୍କ ମାଧ୍ୟମରେ ଋଣଗ୍ରହିତାମାନେ ନିଜ ପସନ୍ଦର ଡିଜିଟାଲ କିମ୍ବା ସହାୟତାପ୍ରାପ୍ତ ପେମେଣ୍ଟ ଚ୍ୟାନେଲ୍ ବ୍ୟବହାର କରି ଋଣ ପରିଶୋଧ କରିପାରିବେ। ଏହି ସମ୍ପ୍ରସାରିତ ସୁବିଧା ଦ୍ୱାରା ନିୟମିତ ଏବଂ ବାକି ଥିବା ଇଏମ୍‌ଆଇ ପରିଶୋଧ ପ୍ରକ୍ରିୟା ସହଜ ହେବ, ପେମେଣ୍ଟରେ ବିଳମ୍ବ ହ୍ରାସ ପାଇବ ଏବଂ ଗ୍ରାହକମାନଙ୍କୁ ଏକ ସହଜ ଓ ସୁବିଧାଜନକ ଅନୁଭୂତି ମିଳିବ।
କାନାରା ବ୍ୟାଙ୍କ, ବିଲର ଅପରେଟିଂ ୟୁନିଟ୍ (ବିଓୟୁ) ଭାବରେ ଏହି ସଂଯୋଗୀକରଣକୁ ସୁଗମ କରିଛି, ଯାହା ମାଇକ୍ରୋଫାଇନାନ୍ସ କ୍ଷେତ୍ର ପାଇଁ ଡିଜିଟାଲ୍ ଏବଂ ସହାୟତାପ୍ରାପ୍ତ ଋଣ ପରିଶୋଧ ବିକଳ୍ପକୁ ବିସ୍ତାର କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। ଏହା ସହିତ, ବିଭିନ୍ନ ଭୌଗୋଳିକ ଅଞ୍ଚଳର ଗ୍ରାହକଙ୍କ ପାଇଁ ସୁରକ୍ଷିତ, ସହଜ ଓ ସୁବିଧାଜନକ ପେମେଣ୍ଟ ସେବା ପ୍ରଦାନ କରି ଆର୍ôଥକ ଅନ୍ତର୍ଭୁକ୍ତୀକରଣ କୁ ଆଗେଇ ନେବାରେ ଭାରତ କନେକ୍ଟର ଭୂମିକାକୁ ଏହା ଆହୁରି ସୁଦୃଢ଼ କରିଛି।
ଏହି ସହଯୋଗୀତାର ଗୁରୁତ୍ୱ ବିଷୟରେ ପ୍ରକାଶ କରି ନାବଫିନ୍ସର ମ୍ୟାନେଜିଂ ଡାଇରେକ୍ଟର ଡ. ୱାଇ. ହରଗୋପାଳ କହିଛନ୍ତି, “ନାବଫିନ୍ସରେ ଆମର ମୁଖ୍ୟ ଲକ୍ଷ୍ୟ ହେଉଛି ଦେଶର ଆର୍ôଥକ ସେବାରୁ ବଞ୍ଚିତ ଗ୍ରାହକଙ୍କୁ ଦାୟିତ୍ୱବାନ୍ ଏବଂ ଆର୍ôଥକ ସେବା ଯୋଗାଇଦେବା। ଏନ୍‌ପିସିଆଇ ଭାରତ କନେକ୍ଟ ସହିତ ଆମର ଏହି ସହଯୋଗ ଗ୍ରାହକମାନଙ୍କ ପାଇଁ ସହଜ, ସୁରକ୍ଷିତ ଏବଂ ସୁବିଧାଜନକ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ସୃଷ୍ଟି କରିବା ଦିଗରେ ଆଉ ଏକ ପଦକ୍ଷେପ। ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରିବା ଏବଂ ଗ୍ରାହକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ଏହି ପଦକ୍ଷେପ ଆହୁରି ମଜବୁତ କରୁଛି।”
କାନାରା ବ୍ୟାଙ୍କର ଏକଜିକ୍ୟୁଟିଭ୍ ଡାଇରେକ୍ଟର ଶ୍ରୀ ସୁନୀଲ କୁମାର ଛୋଗ କହିଛନ୍ତି, “ଭାରତ କନେକ୍ଟ ବ୍ୟବସ୍ଥାରେ ନାବଫିନ୍ସର ଯୋଡ଼ିହେବା ପ୍ରକ୍ରିୟାକୁ ସୁଗମ କରି କାନାରା ବ୍ୟାଙ୍କ ଅତ୍ୟନ୍ତ ଆନନ୍ଦିତ। ଏହି ସଂଯୋଗୀକରଣ ବିଶେଷ କରି ମାଇକ୍ରୋଫାଇନାନ୍ସ କ୍ଷେତ୍ରର ଋଣଗ୍ରହିତାମାନଙ୍କ ପାଇଁ ସହଜ ଓ ସୁବିଧାଜନକ ଡିଜିଟାଲ ଋଣ ପରିଶୋଧ ସୁବିଧା ପ୍ରଦାନ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। କାନାରା ବ୍ୟାଙ୍କ ଡିଜିଟାଲ୍ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ, ଯାହା ଦେଶବ୍ୟାପୀ ବ୍ୟାପକ ଆର୍ôଥକ ଅନ୍ତର୍ଭୁକ୍ତୀକରଣ ଏବଂ ଗ୍ରାହକଙ୍କ ସୁବିଧାରେ ଯୋଗଦାନ ଦେବ।”
ଏହି ବିକାଶ ସମ୍ପର୍କରେ ଏନ୍‌ବିବିଏଲ୍‌ର ଏମ୍‌ଡି ଏବଂ ସିଇଓ ଡ. ନୂପୁର ଚତୁର୍ବେଦୀ କହିଛନ୍ତି, “ଏହି ବିକାଶ ମାଇକ୍ରୋଫାଇନାନ୍ସ କ୍ଷେତ୍ରରେ ଋଣ ଆଦାୟ ପ୍ରକ୍ରିୟାର ଡିଜିଟାଇଜେସନ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ସଂଯୋଗୀକରଣ ମାଧ୍ୟମରେ ଆମେ ଋଣଗ୍ରହିତାମାନଙ୍କୁ ଭାରତ କନେକ୍ଟର ବିସ୍ତୃତ ନେଟୱାର୍କରୁ ଲାଭବାନ ହେବାର ସୁଯୋଗ ଦେଉଛୁ, ଯାହା ଋଣ ପରିଶୋଧକୁ ଆହୁରି ସହଜ, ସୁବିଧାଜନକ ଏବଂ ସୁଗମ କରିବ। ଆମେ ନାବଫିନ୍ସକୁ ଭାରତ କନେକ୍ଟ ପରିବାରକୁ ସ୍ୱାଗତ କରୁଛୁ ଏବଂ ସମଗ୍ର ଭାରତରେ ଆର୍ôଥକ ସୁବିଧା ବୃଦ୍ଧି କରିବା, ଡିଜିଟାଲ ବ୍ୟବହାରକୁ ପ୍ରୋତ୍ସାହିତ କରିବା ଏବଂ ଆର୍ôଥକ ଅନ୍ତର୍ଭୁକ୍ତୀକରଣକୁ ଆଗେଇ ନେବା ପାଇଁ ପ୍ରତିବଦ୍ଧ ଅଛୁ।”
ଭାରତ କନେକ୍ଟରେ ‘ଲୋନ୍ ରିପେମେଣ୍ଟ’ (ଋଣ ପରିଶୋଧ) ବର୍ଗକୁ ବିସ୍ତାର କରିବା ଦିଗରେ ଏହି ଯୋଡ଼ିହେବା ଆଉ ଏକ ପଦକ୍ଷେପ। ଏହି ବର୍ଗରେ ଏବେ ବ୍ୟାଙ୍କ, ଅଣ-ବ୍ୟାଙ୍କିଙ୍ଗ ଫାଇନାନ୍ସିଆଲ କମ୍ପାନୀ (ଏନବିଏଫସି) ଏବଂ ମାଇକ୍ରୋଫାଇନାନ୍ସ ସଂସ୍ଥା (ଏମଏଫ୍‌ଆଇ) ସମେତ ୪୦୦ରୁ ଅଧିକ ବିଲର ସାମିଲ ଅଛନ୍ତି। ଆର୍ôଥକ ବର୍ଷ ୨୦୨୬-୨୦୨୭ର ପ୍ରଥମାର୍ଦ୍ଧରେ, ଏହି ବର୍ଗରେ ୧.୨୩ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧୮.୮ କୋଟିରୁ ଅଧିକ ନେଣଦେଣ ପ୍ରକ୍ରିୟାକରଣ କରାଯାଇଛି। ଗତ ବର୍ଷ ତୁଳନାରେ କାରବାର ସଂଖ୍ୟାରେ ୧୮ ପ୍ରତିଶତ ଏବଂ ମୂଲ୍ୟରେ ୩୧ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି, ଯାହା ବ୍ୟବହାରକାରୀଙ୍କ ମଧ୍ୟରେ ଏହାର ବୃଦ୍ଧିପାଉଥିବା ଲୋକପ୍ରିୟତାକୁ ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

5 + fourteen =