Business

ହୋଟେଲ୍ ଓ ଆତିଥେୟତା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଋଣ କାର୍ଯ୍ୟକ୍ରମ ଆରମ୍ଭ କଲା ଆକ୍ସିସ୍ ବ୍ୟାଙ୍କ; ପିଏଚ୍‌ଡିସିସିଆଇ ଓ ଟିଟିଏଜି ସହ ବୁଝାମଣାପତ୍ର ସ୍ୱାକ୍ଷର କରିବାରେ ଭାରତର ପ୍ରଥମ ଘରୋଇ ବ୍ୟାଙ୍କ

ଭାରତର ଅନ୍ୟତମ ବୃହତ୍ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଆଜି ଏହାର କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ପୋର୍ଟଫୋଲିଓ ଅଧୀନରେ ହୋଟେଲ୍ ଓ ଆତିଥେୟତା କ୍ଷେତ୍ର ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ମାଧ୍ୟମରେ ହୋଟେଲ୍ ଓ ରିସର୍ଟଗୁଡ଼ିକୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଋଣ ଓ ଆର୍ôଥକ ସହାୟତା ଯୋଗାଇ ଦିଆଯିବ। ଏଥିସହ ବ୍ୟାଙ୍କ ପକ୍ଷରୁ ପିଏଚ୍‌ଡି ଚେମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ପର୍ଯ୍ୟଟନ ଓ ଆତିଥେୟତା ବିଭାଗ ଏବଂ ଟ୍ରାଭେଲ୍ ଆଣ୍ଡ ଟୁରିଜମ୍ ଆସୋସିଏସନ୍ ଅଫ୍ ଗୋଆ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି।
ବର୍ତ୍ତମାନ ଭାରତରେ ପର୍ଯ୍ୟଟନ କ୍ଷେତ୍ରରେ ଯାତ୍ରୀଙ୍କ ସଂଖ୍ୟା ଓ ବିବିଧତା ବଢ଼ୁଛି। ଲୋକମାନେ ନୂଆ ନୂଆ ସ୍ଥାନକୁ ଯାଉଛନ୍ତି, ପ୍ରତ୍ୟେକ ଯାତ୍ରାରେ ଅଧିକ ଖର୍ଚ୍ଚ କରୁଛନ୍ତି ଏବଂ ରହିବା ପାଇଁ ଉନ୍ନତ ସୁବିଧା ଆଶା କରୁଛନ୍ତି। ଏହା ଫଳରେ ହୋଟେଲ୍ ଓ ରିସର୍ଟଗୁଡ଼ିକ ନୂଆ ପ୍ରତିଷ୍ଠାନ ଖୋଲିବା, ପୁରୁଣା ସୁବିଧାର ନବୀକରଣ କରିବା ଏବଂ ଅତିଥିମାନଙ୍କୁ ଆହୁରି ଭଲ ଅନୁଭୂତି ଦେବା ପାଇଁ ନିବେଶ କରୁଛନ୍ତି। ଏହି ଅଭିବୃଦ୍ଧିରେ ମଧ୍ୟମ ଆକାରର ଏବଂ ସ୍ୱାଧୀନ ଭାବେ ପରିଚାଳିତ ଆତିଥେୟତା ବ୍ୟବସାୟଗୁଡ଼ିକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବ୍ୟବସାୟଗୁଡ଼ିକ ନିଜ କାର୍ଯ୍ୟପ୍ରଣାଳୀ ଓ ଆବଶ୍ୟକତା ଅନୁଯାୟୀ ଋଣ ଏବଂ ବ୍ୟାଙ୍କିଂ ସେବା ଖୋଜୁଛନ୍ତି।
ଏହି ପରିବର୍ତ୍ତିତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଆତିଥେୟତା କ୍ଷେତ୍ରର ବିଶେଷ ଆବଶ୍ୟକତା ଅନୁଯାୟୀ ଏହି ସେବାଗୁଡ଼ିକୁ ପ୍ରସ୍ତୁତ କରିଛି। ହୋଟେଲ୍ ଓ ଆତିଥେୟତା କାର୍ଯ୍ୟକ୍ରମରେ ହୋଟେଲ୍ ଏବଂ ରିସର୍ଟଗୁଡ଼ିକ କିପରି କାମ କରନ୍ତି, ତାହାକୁ ଧ୍ୟାନରେ ରଖାଯାଇଛି। ଏହା ମାଧ୍ୟମରେ ସେମାନଙ୍କ ସମ୍ପ୍ରସାରଣ, ନବୀକରଣ ଓ ନୂଆ ସମ୍ପତ୍ତି ସୃଷ୍ଟି ଯୋଜନାକୁ ସହାୟତା ମିଳିବ। ଏହି ଦୁଇଟି ଶିଳ୍ପ ସଂଘ ସହ ବୁଝାମଣା ଫଳରେ ହୋଟେଲ୍‌, ରିସର୍ଟ, ଯାତ୍ରା ପରିଚାଳକ ଏବଂ ଏହା ସହ ଜଡ଼ିତ ଅନ୍ୟ ବ୍ୟବସାୟଗୁଡ଼ିକ ସହ ବ୍ୟାଙ୍କର ଯୋଗାଯୋଗ ଆହୁରି ବଢ଼ିବ। ଏହାଦ୍ୱାରା ଏହି କ୍ଷେତ୍ରର ଆବଶ୍ୟକତାକୁ ଆଧାର କରି ଉପଯୁକ୍ତ ଆର୍ଥିକ ସମାଧାନ ପ୍ରସ୍ତୁତ କରାଯାଇପାରିବ।
ଏହି ଘୋଷଣା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ବାଣିଜ୍ୟିକ ବ୍ୟାଙ୍କିଂ ବିଭାଗର ଗ୍ରୁପ୍ ମୁଖ୍ୟ ବିଜୟ ଶେଟ୍ଟୀ କହିଛନ୍ତି: “ଭାରତୀୟ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରରେ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ଏବଂ ପ୍ରତ୍ୟେକ ବ୍ୟବସାୟର କାର୍ଯ୍ୟପ୍ରଣାଳୀ ଅଲଗା। ତେଣୁ ଆମେ କେବଳ ଗୋଟିଏ ପ୍ରକାରର ଋଣ ବ୍ୟବସ୍ଥା ଉପରେ ନିର୍ଭର ନକରି, ପ୍ରତ୍ୟେକ କ୍ଷେତ୍ରର ବାସ୍ତବ ଆବଶ୍ୟକତାକୁ ବୁଝି ଉପଯୁକ୍ତ ସମାଧାନ ପ୍ରସ୍ତୁତ କରିବାକୁ ଚେଷ୍ଟା କରୁଛୁ। ପର୍ଯ୍ୟଟନ ଓ ଆତିଥେୟତା ଏପରି ଏକ କ୍ଷେତ୍ର, ଯେଉଁଠାରେ ହୋଟେଲ୍ କିମ୍ବା ରିସର୍ଟର ଆୟ, ଋତୁ ଅନୁଯାୟୀ ବ୍ୟବସାୟର ଉତ୍ଥାନ-ପତନ ଏବଂ ଅତିଥିମାନଙ୍କୁ ଦିଆଯାଉଥିବା ସେବାକୁ ଧ୍ୟାନରେ ରଖି ଅଲଗା ଦୃଷ୍ଟିକୋଣ ଆବଶ୍ୟକ ହୁଏ। ଏହି ଦିଗଗୁଡ଼ିକୁ ମନେ ରଖି ହୋଟେଲ୍ ଓ ଆତିଥେୟତା କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ପିଏଚ୍‌ଡିସିସିଆଇ ଓ ଟିଟିଏଜି ସହ ଆମର ସହଭାଗିତା ଆମକୁ ଏହି ବ୍ୟବସାୟଗୁଡ଼ିକ ଓ ଶିଳ୍ପ କ୍ଷେତ୍ରର ଆଲୋଚନା ସହ ଯୋଡ଼ି ରଖିବ। ଦେଶର ଅଧିକରୁ ଅଧିକ ଲୋକ ଯାତ୍ରା ଓ ପର୍ଯ୍ୟଟନ ପ୍ରତି ଆକର୍ଷିତ ହେଉଥିବା ବେଳେ, ଏପରି ଅନୁଭୂତି ସମ୍ଭବ କରୁଥିବା ଉଦ୍ୟୋଗଗୁଡ଼ିକର ସହଯୋଗୀ ହୋଇ ରହିବାକୁ ଆମେ ଚାହୁଁଛୁ।”
ଯୋଗ୍ୟତା ମାନଦଣ୍ଡ ପୂରଣ କରୁଥିବା ହୋଟେଲ୍ ଓ ରିସର୍ଟଗୁଡ଼ିକ ପାଇଁ ଏହି କାର୍ଯ୍ୟକ୍ରମ ସାରା ଭାରତରେ ଉପଲବ୍ଧ। ଏହାର ମୁଖ୍ୟ ସୁବିଧାଗୁଡ଼ିକ ହେଲା:
ଯୋଗ୍ୟ ୨-ତାରକା, ୩-ତାରକା ଓ ୪-ତାରକା ହୋଟେଲ୍ ଏବଂ ରିସର୍ଟ ପାଇଁ ଦୀର୍ଘମିଆଦୀ ଋଣ ଓ ଦୈନନ୍ଦିନ ବ୍ୟବସାୟ ଖର୍ଚ୍ଚ ପାଇଁ ଆବଶ୍ୟକ ଚଳନ୍ତି ପୁଞ୍ଜି ସୁବିଧା।
ଋଣ ପରିଶୋଧ ପାଇଁ ସର୍ବାଧିକ ୧୦ ବର୍ଷର ଅବଧି।
ହୋଟେଲ୍‌ରେ କେତେ କୋଠରୀ ବ୍ୟବହାର ହେଉଛି, ଅତିଥିଙ୍କ ମୂଲ୍ୟାୟନ ଏବଂ ନଗଦ ଅର୍ଥର ଆୟ-ବ୍ୟୟକୁ ଆଧାର କରି ଋଣ ଆବେଦନର ମୂଲ୍ୟାୟନ; ଏହା ଫଳରେ ଶୀଘ୍ର ଋଣ ନିଷ୍ପତ୍ତି ନେବାରେ ସହାୟତା ମିଳିବ।
ବ୍ୟବସାୟର ଆବଶ୍ୟକତା ଅନୁଯାୟୀ ଆର୍ôଥକ ସମାଧାନ ସହ ସ୍ୱତନ୍ତ୍ର ଗ୍ରାହକ ସମ୍ପର୍କ ପରିଚାଳନା ସହାୟତା।
ଭାରତର ପର୍ଯ୍ୟଟନ ଓ ଆତିଥେୟତା କ୍ଷେତ୍ରରେ ରହିବା ବ୍ୟବସ୍ଥା, ଖାଦ୍ୟ ସେବା, ଯାତ୍ରା, ଅବସର ବିନୋଦନ ଏବଂ ପର୍ଯ୍ୟଟନସ୍ଥଳୀ ସହ ଜଡ଼ିତ ବ୍ୟବସାୟଗୁଡ଼ିକରେ ନୂଆ ସୁଯୋଗ ସୃଷ୍ଟି ହେଉଛି। ଏହି କାର୍ଯ୍ୟକ୍ରମ ଏବଂ ଶିଳ୍ପ ସଂଘଗୁଡ଼ିକ ସହ ସହଭାଗିତା ମାଧ୍ୟମରେ ଆକ୍ସିସ୍ ବ୍ୟାଙ୍କ ଏହି କ୍ଷେତ୍ର ଉପରେ ନିଜର ଧ୍ୟାନ ଜାରି ରଖିଛି। ଏହାଦ୍ୱାରା ଏହି କ୍ଷେତ୍ରର ବିଭିନ୍ନ ସ୍ତରର ଉଦ୍ୟୋଗଗୁଡ଼ିକୁ ନିବେଶ, ଅଭିବୃଦ୍ଧି ଏବଂ ଦେଶରେ ବଢ଼ୁଥିବା ଯାତ୍ରୀଙ୍କ ଆବଶ୍ୟକତା ପୂରଣ କରିବାରେ ସହାୟତା ମିଳିବ।

Share

Leave a Reply

Your email address will not be published. Required fields are marked *

twelve − 9 =