ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଖାରଜ

ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଜାମିନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସସ୍ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା ମାମଲାରେ ଜାମିନ୍ ଆବେଦନ ଖାରଜ ହୋଇଥିବା ଜଣାପଡିଛି । ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ତେବେ ଗତ ୧୨ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପି କର୍ମୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ତାଙ୍କ ଚାରିଚକିଆ ଗାଡ଼ିକୁ ଭିଡ଼ ଭିତରକୁ ପୁରାଇ ଦେଇଥିଲେ ।

ଏହି ଘଟଣାରେ କିଛି ବିଜେପି କର୍ମୀଙ୍କ ସମେତ ମୋଟ ୨୫ ଜଣ ଆହତ ହୋଇଥିଲେ । ତେବେ ଏହି ଘଟଣା ପରେ ଉତ୍ତ୍ୟକ୍ତ ଜନତା ବିଧାୟକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ସର୍ବସାଧାରଣଙ୍କ ଦ୍ୱାରା ନିସ୍ତୁକ ମାଡ଼ ଖାଇବା ପରେ ବିଧାୟକ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କୁ ମଧ୍ୟ ଗୁରତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଲୋକେ ତାଙ୍କ ଗାଡ଼ିକୁ ବାଡ଼େଇ ଭାଙ୍ଗିଦେଇଥିଲେ । ବାଣପୁର ଓ ଏହାର ନିକଟ ଅଞ୍ଚଳରେ ମାର୍ଚ୍ଚ ୧୨ ତାରିଖ ଦିନ ତମାମ ଉତ୍ତେଜନା ଦେଖାଯାଇଥିଲା । ପରିସ୍ଥିତି ଅନିୟନ୍ତ୍ରିତ ହୋଇଥିବାରୁ ପୋଲିସ ୧୪୪ ଧାରା ଲାଗୁ କରିଥିଲା ।

Share

Leave a Reply

Your email address will not be published. Required fields are marked *

nine − six =