ପ୍ରଥମ ଭାରତୀୟ କଂପାନି ଭାବେ ଟାଟା ଷ୍ଟିଲ୍ ପକ୍ଷରୁ ଏଲ୍‌ଏନ୍‌ଜି ଚାଳିତ ବିଶାଳ ଜାହାଜରେ ଅଷ୍ଟ୍ରେଲିଆରୁ ଭାରତକୁ କଂଚାମାଲ ପରିବହନ

ଭୁବନେଶ୍ୱର: ଦୀର୍ଘସ୍ଥାୟୀ ଭବିଷ୍ୟତ ପ୍ରତି ନିଜ ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ ପ୍ରଥମ ଭାରତୀୟ କଂପାନି ଭାବେ ପଣ୍ୟ ଆମଦାନି ପାଇଁ ଏକ ବିଶାଳ ଜାହାଜ ବ୍ୟବହାର କରିଛି ଯେଉଁଥିରେ ପାରମ୍ପରିକ ଭିଏଲ୍‌ଏସ୍‌ଏଫ୍‌ଓ (ଭେରି ଲୋ ସଲଫର ଫୁଏଲ୍ ଅଏଲ୍‌) ବଦଳରେ ଏଲ୍‌ଏନ୍‌ଜି ବ୍ୟବହାର ହେଉଛି । ଦୀର୍ଘସ୍ଥାୟୀ ଜାହାଜ ଅଭ୍ୟାସ କ୍ଷେତ୍ରରେ ଏହି ଜାହାଜ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଥିବା ବେଳେ ଦେଶର ସାମୁଦ୍ରିକ କ୍ଷେତ୍ର ପାଇଁ ଏକ ପ୍ରମୁଖ ମାଇଲଖୁଂଟ ସାବ୍ୟସ୍ତ ହୋଇଛି ।
୨୦୨୩ ଜୁଲାଇ ୨୪ରେ ବିଶାଳ ଜାହାଜ “ଏମ୍‌ଭି ଉବୁଟୁଂ ୟୁନିଟି’ ସଫଳତାର ସହ ଧାମରା ବନ୍ଦରରେ ଲାଗିବା ସହିତ ସେଥିରୁ ୧,୬୫,୭୦୦ ଟନ୍ କୋଇଲା ଅବତରଣ କରିଛି । ଧାମରା ବନ୍ଦର ଓ ଟାଟା ଷ୍ଟିଲ୍‌ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଟାଟା ଷ୍ଟିଲ୍‌ର ଚିଫ୍ ଗ୍ରୁପ୍ ସିପିଙ୍ଗ୍ ରଞ୍ଜନ ସିହ୍ନା ସେହି ଜାହାଜକୁ ସ୍ୱାଗତ କରିଥିଲେ । ଏଭଳି ଏଲ୍‌ଏନ୍‌ଜି ଚାଳିତ ଜାହାଜରେ ୨୦୨୩-୨୪ରେ ଅଷ୍ଟ୍ରେଲିଆରୁ ୧ ନିୟୁତ ଟନ୍ କୁକିଂ କୋଲ୍ ମଗାଇବାକୁ ଟାଟା ଷ୍ଟିଲ୍ ଯୋଜନା ରଖଛିିି । ଧାମରା ବନ୍ଦର ପକ୍ଷରୁ ଏଲ୍‌ଏନ୍‌ଜି ଜାହାଜକୁ ସ୍ୱତନ୍ତ୍ର ସୁବିଧା ପ୍ରଦାନ କରାଯାଉଛି ଯାହା ସ୍କୋପ୍ ୩ ଏମିସନ୍‌କୁ କମ୍ କରିବାରେ ଟାଟା ଷ୍ଟିଲ୍‌ର ଉଦ୍ୟମ ପ୍ରତି ସହାୟକ ହେବ ।
୨୦୨୩ ଜୁଲାଇ ୧ରେ ଏମ୍‌ଭି ଉବୁଟୁଂ ୟୁନିଟିରେ ଗ୍ଲାଡ୍‌ଷ୍ଟୋନ୍‌ରୁ କୋଇଲା ବୋଝେଇ ହୋଇଥିଲା । ଟିଆନ୍‌ଜିନ୍‌ରୁ ଗ୍ଲାଡ୍‌ଷ୍ଟୋନ୍ ପର୍ଯ୍ୟନ୍ତ ଯିବା ଲାଗି ଏଲ୍‌ଏନ୍‌ଜି ବ୍ୟବହାର କରାଯାଇଥିବା ବେଳେ ଗ୍ଲାଡ୍‌ଷ୍ଟୋନ୍‌ରୁ ଧାମରା ପର୍ଯ୍ୟନ୍ତ ଆସିବା ଲାଗି ଜାହାଜରେ ଏଲ୍‌ଏନ୍‌ଜି ଓ ପାରମ୍ପରିକ ଇନ୍ଧନର ମିଶ୍ରଣକୁ ବ୍ୟବହାର କରାଯାଇଥିଲା । ସେଥିରୁ ହୋଇଥିବା କାର୍ବନ ଏମିସନ ପାରମ୍ପରିକ ବାଲ୍‌ଟିକ୍ ବିଶାଳ ଜାହାଜ ତୁଳନାରେ ୩୫% କମ୍ ରହିଛି । ଭାରି ଇନ୍ଧନ ତୁଳନାରେ ଏଲ୍‌ଏନ୍‌ଜି ହେଉଛି ଏକ ସ୍ୱଚ୍ଛ ଇନ୍ଧନ ।
ଟାଟା ଷ୍ଟିଲ୍ ଉପ ସଭାପତି-ଗ୍ରୁପ୍ ଷ୍ଟ୍ରାଟେଜିକ୍ ପ୍ରକ୍ୟୁରମେଂଟ୍ ଆଣ୍ଡ୍ ସପ୍ଲାଏ ଚେନ୍ ପୀୟୂଷ ଗୁପ୍ତା କହିଛନ୍ତି ଯେ, “ପ୍ରଥମ ଭାରତୀୟ ଇସ୍ପାତ କଂପାନି ଭାବେ ଟାଟା ଷ୍ଟିଲ୍ ବାୟୋଫୁଏଲ୍ ମୂତୟନ କରିଥିଲା । ୨୦୨୨-୨୩ରେ ୭ ବାୟୋଫୁଏଲ୍ ଜାହାଜ ସହିତ ଡିକାର୍ବନାଇଜେସନ୍ ଅଭିଯାନକୁ ଆଗକୁ ବଢ଼ାଇଥିଲୁ । ଆମ ଦୀର୍ଘସ୍ଥାୟିତ୍ୱ ଅଭିଯାନକୁ ଜାରି ରଖି ୨୦୨୩-୨୪ ଆର୍ଥିକ ବର୍ଷରେ ଆମେ ପ୍ରଥମ କଂପାନି ଭାବେ ଭାରତକୁ କଂଚାମାଲ ପରିବହନ ପାଇଁ ଏଲ୍‌ଏନ୍‌ଜି ଚାଳିତ ଜାହାଜ ମୂତୟନ କରିଥିଲୁ । କଂପାନିର ସ୍କୋପ୍ ୩ ଏମିସନ୍ ହ୍ରାସ କରିବା କ୍ଷେତ୍ରରେ ଏହା ଏକ ଐତିହାସିକ ପଦକ୍ଷେପ । ନବସୃଜନ ଓ ସମସ୍ତ ଅଂଶୀଦାରଙ୍କ ସହଯୋଗିତାରେ ୨୦୨୩-୨୪ ଆର୍ଥିକ ବର୍ଷରେ ଆମ ମୋଟ ଆମଦାନି ପରିବହନରେ ୧୦%କୁ ବିକଳ୍ପ ଇନ୍ଧନରେ ଚାଳିତ ଜାହାଜ ଜରିଆରେ କରାଯିବ ।’’

Share

Leave a Reply

Your email address will not be published. Required fields are marked *

9 − 1 =