ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ର ଉନ୍ନତ ଚିକିତ୍ସାରେ ଯୁବକଙ୍କ ପୋଡ଼ିଯାଇଥିବା ହାତ ହେଲା ସ୍ୱାଭାବିକ

ପ୍ରଥମ ଥର ପାଇଁ ହସ୍ପିଟାଲ୍‌ରେ ପୋଡ଼ିଯାଇଥିବା ହାତର ଜଟିଳ ଆଘାତର ସଫଳ ଚିକିତ୍ସା
ଡୁବୁରି: ଯାଜପୁରର ଡୁବୁରି ସ୍ଥିତ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ରେ ଚିକିତ୍ସିତ ଅଗ୍ନିକାଣ୍ଡରେ ପୋଡ଼ିଯାଇଥିବା ଜଣେ ଯୁବକଙ୍କ ସଫଳ ଚିକିତ୍ସା କରାଯାଇଛି । ଏହା ଏଭଳି ଏକ ଆଘାତ ଯେଉଁଥିରେ ପୋଷ୍ଟେରିଅର କଲମ୍‌ରେ ସମସ୍ୟା ଯୋଗୁଁ ହାତ ଚଲାଇବା କଷ୍ଟକର ହୋଇପଡ଼େ ଯେଉଁଥିପାଇଁ ଆଙ୍ଗୁଠି ଚଳାଇବା ଜଟିଳ ହୋଇପଡ଼େ ଏବଂ ହାତରେ କାମ କରିବା ସହଜ ହୁଏନାହିଁ ।
ଏକ ଅଗ୍ନିକାଣ୍ଡ ଯୋଗୁଁ ୨୯ ବର୍ଷୀୟ ଯୁବକ ପ୍ରଭାତ କୁମାର ସିଂହଙ୍କ ହାତରେ ବାଇଲାଟେରାଲ୍ ଆଘାତ ସମସ୍ୟା ଭୋଗିଥିଲେ । ସେହି ଆଘାତ ପାଇଁ ସଙ୍କଟାପନ୍ନ ସ୍ଥିତିରେ ତାଙ୍କୁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌ରେ ଭର୍ତି କରାଯାଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ, ପୋଡ଼ାଜଳାର ପ୍ରାଥମିକ ପରିଚାଳନା କରାଯିବା ସହ ଯନ୍ତ୍ରଣା ନିବାରଣ, ମୃତ ଚର୍ମ ଓ କୋମଳ କୋଷଗୁଡ଼ିକୁ ବାହାର କରାଯାଇଥିଲା । ଚଳପ୍ରଚଳରେ ଅସୁବିଧା କିମ୍ବା ଯେକୌଣସି ପ୍ରକାର ଭିନ୍ନକ୍ଷମତାକୁ ଏଡ଼ାଇବା ଲାଗି ପୋଡ଼ାଜଳାର ଯତ୍ନ ଓ ସକ୍ରିୟ ଚଳପ୍ରଚଳନ ଲକ୍ଷ୍ୟ ନେଇ ରୋଗୀଙ୍କ ନିୟମିତ ଡ୍ରେସିଂ କରାଯାଉଥିଲା ଏବଂ ତାଙ୍କ ଖାଦ୍ୟପେୟର ଯତ୍ନ ନିଆଯିବା ସହ ଫିଜିଓଥେରାପି କରାଯାଉଥିଲା ବୋଲି ତାଙ୍କୁ ଚିକିତ୍ସା କରିଥିବା ଡକ୍ଟର ସୁଧାକର ଜେନା କହିଛନ୍ତି ।
“ବାଇଲାଟେରାଲ୍ (ଦ୍ୱିପାକ୍ଷିକ) ଆଘାତରେ ପୀଡ଼ିତ ଥିବାରୁ ଆମେ ବେଶ ଯତ୍ନବାନ ଥିଲୁ ଏବଂ ସେ ସଙ୍କଟାପନ୍ନ ଥିଲେ ଏବଂ ତାଙ୍କ ହାତର କିଛି ଅଂଶ କାମ କରୁନଥିଲା । ତାଙ୍କ ଦ୍ରୁତ ଆରୋଗ୍ୟକୁ ନିଶ୍ଚିତ କରିବା ଲାଗି ଆମେ ଆବଶ୍ୟକ ଚିକିତ୍ସା ପ୍ରଦାନ କରିଥିଲୁ । ତାଙ୍କ କ୍ଷତ ଶୁଖିବା ପର୍ଯ୍ୟନ୍ତ ତାଙ୍କୁ ୨୧ ଦିନ ଚିକିତ୍ସା କରାଯାଇଥିଲା ଏବଂ ତାଙ୍କର ପ୍ରଭାବିତ ହୋଇଥିବା ହାତ ସବୁ ପ୍ରକାରରେ ସଠିକ୍ ଭାବେ ଚଳପ୍ରଚଳକୁ ହାସଲ କରାଯାଇଥିଲା ବୋଲି ସେ କହିଛନ୍ତି ।
ନିଜ ଶୀଘ୍ର ଆରୋଗ୍ୟ ପାଇଁ ଧନ୍ୟବାଦ ଜଣାଇ ପ୍ରଭାତ କୁମାର ସିଂହ କହିଛନ୍ତି ଯେ, “ମୁଁ ବହୁତ ଡରିଯାଇଥିଲି ଏବଂ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌କୁ ଆସିବା ପୂର୍ବରୁ ମୋ ହାତର ସ୍ଥିତିକୁ ନେଇ ମୁଁ ଅନିଶ୍ଚିତ ଥିଲି । ଚିକିତ୍ସା ପାଇଁ ମୁଁ ଡାକ୍ତର ସୁଧାକର ସାର୍ ଓ ତାଙ୍କ ଟିମ୍‌କୁ ଧନ୍ୟବାଦ ଜଣାଉଛି । ସେଥିପାଇଁ ମୁଁ ଶୀଘ୍ର ଆରୋଗ୍ୟ ହୋଇପାରିଛି ।’’
ଅସ୍ଥିଶଲ୍ୟ, ସାଧାରଣ ସର୍ଜରି, ଇଏନ୍‌ଟି, ବର୍ଣ୍ଣ ୟୁନିଟ୍‌, ପ୍ଲାଷ୍ଟିକ୍ ସର୍ଜରି ସହ ଟ୍ରମା କେୟାର ପାଇଁ ଅଭିଜ୍ଞ ଟିମ୍ ଯୋଗୁଁ ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍ ଯାଜପୁର ଓ ଏହାର ଆଖପାଖ ଜିଲ୍ଲାରେ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

fifteen − nine =