ପିଏମ୍‌ଏଫ୍‌ଏଆଇ ପକ୍ଷରୁ ନାଦିର ଗୋଦରେଜ୍‌ଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର: ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏବଂ ଗୋଦରେଜ୍ ଆଗ୍ରୋଭେଟ୍ ଲିମିଟେଡ୍ ଏବଂ ଆଷ୍ଟେକ୍ ଲାଇଫ୍‌-ସାଇନ୍ସ ଲିମିଟେଡ୍‌ର ଅଧ୍ୟକ୍ଷ ନାଦିର ଗୋଦରେଜ୍‌ଙ୍କୁ ପେଷ୍ଟିସାଇଡ୍‌ସ ମାନୁଫାକ୍‌ଚର୍ସ ଆଣ୍ଡ୍ ଫର୍ମୁଲେଟର୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ (ପିଏମ୍‌ଏଫ୍‌ଏଆଇ) ପକ୍ଷରୁ ସମ୍ମାନଜନକ ଜୀବନବ୍ୟାପୀ ସାଧନା (ଲାଇଫ୍‌ଟାଇମ୍ ଆଚିଭ୍‌ମେଂଟ୍‌) ପୁରସ୍କାର ପ୍ରଦାନ କରାଯାଇଛି । ପିଏମ୍‌ଏଫ୍‌ଏଆଇ-ଏସ୍‌ଏମ୍‌ଏଲ୍ ବାର୍ଷିକ ଏଗ୍ରୋକେମ୍ ଆୱାର୍ଡସ୍ ୨୦୨୪ ସମାରୋହରେ ଏହି ପୁରସ୍କାର ଦିଆଯାଇଛି ।
ଭାରତୀୟ କୃଷି ରସାୟନ ଶିଳ୍ପରେ ତାଙ୍କର ଉଲ୍ଲେଖନୀୟ ଅବଦାନ ତଥା ଭାରତୀୟ କୃଷି ରସାୟନ ଶିଳ୍ପ ଓ ଭାରତୀୟ କୃଷିର ଅଭିବୃଦ୍ଧିରେ ଯୋଗଦାନ ଏବଂ ପ୍ରଯୁକ୍ତିର ବିକାଶ ପାଇଁ ତାଙ୍କର ଉଲ୍ଲେଖନୀୟ ପ୍ରୟାସକୁ ସମ୍ମାନିତ କରିବା ଲାଗି ନାଦିର ଗୋଦରେଜ୍‌ଙ୍କୁ ଏହି ସମ୍ମାନଜନକ ଲାଇଫଟାଇମ୍ ଆଚିଭ୍‌ମେଂଟ୍ ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ଅବସରରେ ଶ୍ରୀ ନାଦିର ଗୋଦରେଜ୍ କହିଛନ୍ତି ଯେ, “ପିଏମ୍‌ଏଫ୍‌ଏଆଇ ପକ୍ଷରୁ ଲାଇଫ୍ ଟାଇମ୍ ଆଚିଭମେଂଟ୍ ପୁରସ୍କାର ପାଇ ମୁଁ ଅତ୍ୟନ୍ତ ଗର୍ବିତ । ଏହି ସ୍ୱୀକୃତି ସମଗ୍ର ଗ୍ରୁପ୍‌ର ସାମୂହିକ ସମର୍ପଣ ଏବଂ ଅକ୍ଳାନ୍ତ ପ୍ରୟାସର ଏକ ଉତ୍ସବ । କୃଷି ପ୍ରତିଯୋଗୀତା ବୃଦ୍ଧି ଓ ସ୍ଥାୟୀ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ପିଏମ୍‌ଏଫ୍‌ଏଆଇର ଲକ୍ଷ୍ୟ ସହିତ ଅଭିନବ ଏବଂ ସ୍ଥାୟୀ ଫସଲ ସୁରକ୍ଷା ସମାଧାନ ପ୍ରଦାନ କରିବା ପାଇଁ ଆମର ପ୍ରତିବଦ୍ଧତା ସମନ୍ୱିତ ହୋଇରହିଛି । ଏହି ସମ୍ମାନ ପାଇଁ ମୁଁ ପ୍ରକୃତରେ କୃତଜ୍ଞ ଏବଂ ଆମକୁ ଏହି ସ୍ଥାନରେ ପହଂଚାଇଥିବା ମିଳିତ ପ୍ରୟାସ ଦ୍ୱାରା ଅନୁପ୍ରାଣିତ ।”
୧୯୬୭ ମସିହାରେ ସ୍ଥାପିତ ପିଏମ୍‌ଏଫ୍‌ଏଆଇ ହେଉଛି କୃଷି ରସାୟନ ଓ କୀଟନାଶକ ଶିଳ୍ପକୁ ପ୍ରତିନିଧିତ୍ୱ କରୁଥିବା ଏକ ଜାତୀୟ ସଂଘ । ଏଥିରେ ୨୨୧ଟି ବୃହତ, ମଧ୍ୟମ ଓ କ୍ଷୁଦ୍ର ଭାରତୀୟ କୃଷି ରସାୟନ ଶିଳ୍ପ ସଦସ୍ୟ ରହିଛନ୍ତି । କୃଷକମାନଙ୍କୁ ଗୁଣାତ୍ମକ ଫସଲ ସୁରକ୍ଷା ଉତ୍ପାଦ ପ୍ରଦାନ କରୁଥିବା ପ୍ରଯୁକ୍ତିବିଦ୍ୟାରେ ଉନ୍ନତି ଆଣିବା ଏବଂ ଉଦ୍ଭାବନ ପାଇଁ ପରାମର୍ଶ ଦେଇ ଏହା କୃଷି ପ୍ରତିଯୋଗିତାକୁ ବୃଦ୍ଧି କରିବା ପାଇଁ କାର୍ଯ୍ୟ କରୁଛି । ଭାରତୀୟ କୃଷି ରସାୟନ ଶିଳ୍ପରେ ଅସାଧାରଣ ସଫଳତା ଏବଂ ଅବଦାନକୁ ସ୍ୱୀକୃତି ଦେବା ଏବଂ ସମ୍ମାନିତ କରିବା ପାଇଁ ପିଏମଏଫଏଆଇ ଦ୍ୱାରା ୨୦୧୮ ରେ ବାର୍ଷିକ ଆଗ୍‌କେମ୍ ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

ten − two =