୭୭ତମ ସ୍ଵାଧୀନତା ଦିବସରେ ଟାଟା ଷ୍ଟିଲର ପ୍ରେସ ବିଜ୍ଞପ୍ତି

ଇସ୍ପାତରେ ଗଢ଼ି ଉଠିଥିବା ଏକ ରାଷ୍ଟ୍ର
ଇସ୍ପାତ ଶିଳ୍ପ, ଶିଳ୍ପ ଓ ଭିତିଭୂମିର ଏକ ପ୍ରମୁଖ ଉପାଦାନ, ଯାହା ଦେଶର ଅର୍ଥନୈତିକ ବିକାଶ ସହିତ ଗଭୀର ଭାବେ ଯୋଡ଼ିହୋଇରହଛିି । ୧୯୪୭ରେ ଯେତେବେଳେ ଭାରତ ସ୍ୱାଧୀନତା ହାସଲ କରିଥିଲା ସେହି ସମୟରେ ଦେଶରେ କୃଷି ଓ ଶିଳ୍ପ ବିପ୍ଳବ ଆବଶ୍ୟକ ଥିଲା, ସେତେବେଳେ କାରାଖାନା, ନଦୀବନ୍ଧ ଓ ବିଦ୍ୟୁତ ଉତ୍ପାଦନ କାରଖାନା ଓ ଅନ୍ୟାନ୍ୟ ଭିତିଭୂମି ନିର୍ମାଣ ଲାଗି ଇସ୍ପାତ ଆବଶ୍ୟକତା ରହିଥିଲା । ଭାରତକୁ ଶିଳ୍ପୋନ୍ନତ କରିବା ଲାଗି ପୁଞ୍ଜିଗତ ସାମଗ୍ରୀ ଆମଦାନି କମ୍ କରିବା ମଧ୍ୟ ଆବଶ୍ୟକ ଥିଲା । ଦେଶର ଅଗ୍ରଣୀ ଇସ୍ପାତ ନିର୍ମାତା ଭାବେ ଦେଶ ଗଠନ କାର୍ଯ୍ୟରେ ଟାଟା ଷ୍ଟିଲ୍ ପ୍ରମୁଖ ଭୂମିକା ତୁଲାଇଥିଲା । କିନ୍ତୁ ଇସ୍ପାତରେ ଆତ୍ମନିର୍ଭର ଭାରତ ଗଠନ ଭାରତ ସ୍ୱାଧୀନତା ହାସଲ କରିବାର ୮୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ।
ଏକ ସ୍ୱପ୍ନ ଗଢ଼ିବା
ବର୍ତମାନ ଆମେ ଟାଟା ଷ୍ଟିଲ୍ ଭାବେ ଯାହାକୁ ଜାଣିଛନ୍ତି, ତାହାର ଗଠନର ଏକ ବର୍ଷ ପୂର୍ବରୁ ୧୯୬୭ରେ ଜାମ୍‌ସେତଜୀ ଟାଟା ସ୍କଟଲ୍ୟାଣ୍ଡ୍‌ର ଦାର୍ଶନିକ ଥମାସ କାର୍ଲାଇଲ୍‌ଙ୍କ ଏକ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସୌଭାଗ୍ୟଜନକ କାର୍ଯ୍ୟକ୍ରମ ଭାରତର ଶିଳ୍ପ ଭାଗ୍ୟ ନିର୍ଧାରଣ କରିବା ଲାଗି ରୂପାନ୍ତରଣ ଧାରା ଆରମ୍ଭ କରିଥିଲା । ଯେଉଁ ଦେଶ ଲୁହାକୁ ନିୟନ୍ତଣ କରୁଛି, ତାହା ସୁନାକୁ ମଧ୍ୟ ନିୟନ୍ତ୍ରଣ କରୁଛି ବୋଲି କାର୍ଲାଇଲ କହିଥିବା ଚିନ୍ତାଧାରା ଜାମ୍‌ସେଦଜୀ ଗମ୍ଭୀରତାର ସହ ନେଇଥିଲେ । ସେଥିରେ ସେ ଭାରତର ଶିଳ୍ପ ବିପ୍ଳବ, ସ୍ୱାବଲମ୍ବୀ ଏବଂ ଉଦାରୀକରଣର ଆଶା ଦେଖିଥିଲେ ।
ବିଶ୍ୱ ସହିତ ତୁଳନୀୟ ଏକ ଇସ୍ପାତ କାରଖାନା ଗଠନ କରିବାକୁ ଜାମ୍‌ସେତଜୀ ସଂକଳ୍ପ ନେଇଥିଲେ । ଉପନିବେଶବାଦ ଭାରତରେ ନିବେଶକୁ ନେଇ ରହିଥିବା ଉତେଜନାତ୍ମକ ପରିବେଶ, ଭେଦଭାବପୂର୍ଣ୍ଣ ସରକାରୀ ନୀତି, ସହଜରେ ପହଂଚି ହେଉନଥିବା ଅଂଚଳରେ ଇସ୍ପାରତ ଜଟିଳ ସମ୍ଭାନା ଏବଂ ନିଜର ବୟସ ଓ ଅସୁସ୍ଥ ସ୍ୱାସ୍ଥ୍ୟ ସ୍ଥିତିରେ ପ୍ରଭାବିତ ନହୋଇ ସେ ନିରବଚ୍ଛିନ୍ନ ଭାବେ ନିଜ ସ୍ୱପ୍ନକୁ ଅନୁଧାବନ କରିଥିଲେ । ଶ୍ରେଷ୍ଠ ଜ୍ଞାନ, ପ୍ରଯୁକ୍ତି ଓ ପ୍ରତିଭା ଯୋଗାଡ଼ କରିବା ଲାଗି ସାରା ଦୁନିଆ ଭ୍ରମଣ କରିଥିଲେ । ତାଙ୍କ ଅଭିଳାଷ ଏବଂ ସେହି ଦୂରଦ୍ରଷ୍ଟାଙ୍କୁ ଯାହା ଅନୁସରଣ କରିଥିଲା ତାହା ଆଜି ବି ଟାଟା ଷ୍ଟିଲ୍‌କୁ ଅନୁପ୍ରାଣିତ କରୁଛି ।
ଏକ ସ୍ୱଦେଶୀ ସଂସ୍ଥା
ଟାଟା ଆଇରନ୍ ଆଣ୍ଡ୍ ଷ୍ଟିଲ୍ କଂପାନି (ଟିସ୍‌କୋ) ଭାବେ ୧୯୦୭ରେ ଟାଟା ଷ୍ଟିଲ୍ ସ୍ଥାପନ ହୋଇଥିଲା ଏବଂ ଭାରତର ପ୍ରଥମ ସମନ୍ୱିତ ଇସ୍ପାତ କଂପାନିର ମାନ୍ୟତା ଏହା ପାଖରେ ରହିଛି । ଦେଶରେ ଲୋକମାନ୍ୟ ତିଲକଙ୍କ ସ୍ୱଦେଶୀ ଆନ୍ଦୋଳନ ଡାକରା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ କଂପାନି ସ୍ଥାପନ ହୋଇଥିଲା । ଏଥିପାଇଁ ପୁଞ୍ଜି ଯୋଗାଡ଼ କରିବାକୁ ଟାଟା ଆହ୍ୱାନ ଦେଇଥିଲେ ଓ ସେମାନେ ତାହାକୁ ଗ୍ରହଣ କରିଥିଲେ । ସ୍ଥାନୀୟ ନିବେଶକମାନେ ଟାଟା କାର୍ଯ୍ୟାଳୟରେ ଭିଡ଼ ଲଗାଇଥିଲେ । ତିନି ସପ୍ତାହରେ ନିର୍ମାଣ କାର୍ଯ୍ୟ ଲାଗି ଆବଶ୍ୟକ ପାଣ୍ଠି ଯୋଗାଡ଼ ହୋଇଯାଇଥିଲା । ବର୍ଷକ ପରେ ଜାମ୍‌ସେତଜୀଙ୍କ ପୁଅ ସାର ଦୋରାବ୍‌ଜୀ ଲେଖିଥିଲେ, ଯେ କିଭଳି ଦେଶର ଶିଳ୍ପ ବିକାଶ ପାଇଁ ଏଭଳି ଉଦାର ରାଶି ଯୋଗାଡ଼ କରାଯାଇପାରିଥିଲା ।
୧୯୧୨ରେ ଟାଟା ଷ୍ଟିଲ୍ କାରଖାନାରୁ ପ୍ରଥମ ଇସ୍ପାତ ୧୦୦,୦୦୦ଟନ ଉତ୍ପାଦନ ହୋଇ ବାହାରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ୧୯୧୬ରେ କଂପାନି କ୍ଷମତା ଅନୁସାରେ ଉତ୍ପାଦନ ସ୍ତର ହାସଲ କରିଥିଲା ଏବଂ ପ୍ରଥମ ସମ୍ପ୍ରସାରଣ କାର୍ଯ୍ୟକ୍ରମରେ, ଗ୍ରେଟର ଏକ୍ସପାନସନ୍ ସ୍କିମ୍‌କୁ କାର୍ଯ୍ୟକାରୀ କରିଥିଲା, ଯାହାକୁ ସେହି ବର୍ଷ ଅଂଶଧନକାରୀଙ୍କ ଅନୁମୋଦନ ମିଳିଥିଲା । ଯୁଦ୍ଧ ପରେ ଟାଟା ଷ୍ଟିଲ୍ ସମ୍ପ୍ରସାରଣକୁ କାର୍ଯ୍ୟକାରୀ କରିଥିଲା ଏବଂ ୧୯୨୪ ସୁଦ୍ଧା ୪,୨୦,୦୦୦ ଟନ୍ ବିକ୍ରିଯୋଗ୍ୟ ଇସ୍ପାତ ଉତ୍ପାଦନ ସ୍ତର ହାସଲ କରିଥିଲା । ୧୯୩୦ର ପ୍ରାରମ୍ଭ ସୁଦ୍ଧା ଭାରତର ୭୨% ଇସ୍ପାତ ଆବଶ୍ୟକତାକୁ ଏହା ପୂରଣ କରିଥିଲା, ଯେଉଁଥିରେ ପ୍ରତିରକ୍ଷା ଆବଶ୍ୟକତାଠାରୁ ଆରମ୍ଭ କରି ରେଳ ଭିତିଭୂମି, ମାନୁଫାକ୍‌ଚରିଂ ଶିଳ୍ପ ଓ ହାୱଡ଼ା ପୋଲ ଭଳି ଐତିହସିକ ପ୍ରକଳ୍ପ ସାମିଲ ଥିଲା ।
ସ୍ୱଦେଶୀ ବୁଦ୍ଧିଜୀବୀ ପୁଂଜିକୁ ସୁଦୃଢ଼ ଓ ଅଭିବୃଦ୍ଧି କରିବାରେ ମଧ୍ୟ ଟାଟା ଷ୍ଟିଲ୍ ନିବେଶ କରିଥିଲା । ୧୯୨୧ରେ କଂପାନି ଜାମସେଦପୁର ବୈଷୟିକ ଅନୁଷ୍ଠାନ ସ୍ଥାପନ କରିଥିଲା ଯାହା ପରେ କଂପାନି ଜାମସେଦପୁରରେ ଗବେଷଣା ଓ ନିୟନ୍ତ୍ରଣ ପରୀକ୍ଷାଗାର ସ୍ଥାପନ କରିଥିଲା । ସେଠାରେ ନୂଆ ପ୍ରକାରର ଇସ୍ପାତ ଗବେଷଣା ଆରମ୍ଭ ହୋଇଥିଲା ଏବଂ ଟିସ୍କରମ୍‌, ଟିସ୍‌କର୍ ଓ ଟାଟା ସନ୍ ଭଳି ନୂଆ ବ୍ରାଣ୍ଡ୍‌ର ଶୁଭାରମ୍ଭ ହୋଇଥିଲା । ଏହା ଟାଟା ଷ୍ଟିଲ୍‌କୁ ବ୍ରିଟିଶ ସାମ୍ରାଜ୍ୟ ଅଧୀନରେ ୧୯୩୬ ସୁଦ୍ଧା ସର୍ବବୃହତ ସମନ୍ୱିତ ଇସ୍ପାତ କାରଖାନାରେ ପରିଣତ କରିଥିଲା ଏବଂ ବିଶ୍ୱ ଦରବାରରେ ଭାରତୀୟ ଇସ୍ପାତକୁ ଯେଉଁ ଦୃଷ୍ଟିକୋଣ ସହ ଦେଖାଯାଉଥିଲା ତାହା ସବୁଦିନ ପାଇଁ ବଦଳିଯାଇଥିଲା ।
ଭାରତୀୟ ଶିଳ୍ପକୁ ସୁରକ୍ଷିତ କରିବା
ଭାରତୀୟ ଅର୍ଥନୀତି ଓ ଭବିଷ୍ୟତ ପାଇଁ ଟାଟା ଷ୍ଟିଲ୍‌ର ଗୁରୁତ୍ୱ ଏତେ ଅଧିକ ଥିଲା ଯେ ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ରାଜେନ୍ଦ୍ର ପ୍ରସାଦଙ୍କ ଭଳି ଭାରତୀୟ ସ୍ୱାଧୀନତା ସଂଗ୍ରାମର ବଡ଼ ବଡ଼ ନେତା ଏହାକୁ ସମର୍ଥନ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ଭାରତର ଅଭିବୃଦ୍ଧିରେ କଂପାନି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।
୧୯୫୧ରେ ପଂଚବାର୍ଷିକ ଯୋଜନା ସହିତ ବ୍ୟାପକ ଧରଣର ଶିଳ୍ପ ଓ ଭିତିଭୂମି ବିକାଶର ଯୁଗ ଆରମ୍ଭ ହୋଇଥିଲା । ଭାକ୍ରା-ନଙ୍ଗଲ ଡ୍ୟାମ୍‌, ବିଦ୍ୟୁତ କାରଖାନା, ଭାରି ଇଞ୍ଜିନିୟରିଂ ଶିଳ୍ପ, ରେଳ ଏବଂ ଅନ୍ୟାନ୍ୟ ପରିବହନ ଭଳି ପ୍ରମୁଖ ପ୍ରକଳ୍ପ ସମେତ ଚଣ୍ଡିଗଡ଼ ଭଳି ସହର ଆଦି ପାଇଁ ଇସ୍ପାତ ଟାଟା ଷ୍ଟିଲ୍‌ର ଜାମସେଦପୁର କାରଖାନାରୁ ଯୋଗାଇ ଦିଆଯାଇଥିଲା ।
ନୂତନ ଭାବେ ସ୍ୱାଧୀନ ହୋଇଥିବା ଭାରତର ବର୍ଦ୍ଧିତ ଚାହିଦା ପୂରଣ କରିବା ଲାଗି ୧୯୫୫ରେ କଂପାନି ୨ ନିୟୁତ ଟନ୍ ସମ୍ପ୍ରସାରଣ କାର୍ଯ୍ୟକ୍ରମ ଆରମ୍ଭ କରିଥିଲି । ଅର୍ଥନୈତିକ ପ୍ରଗତିର ଧାରା ବଜାୟରଖିବା ଲାଗି ୧୯୫୬ରେ ଯେତେବେଳେ ସରକାର ତିନିଟି ରାଷ୍ଟ୍ରାୟତ ଇସ୍ପାତ କାରଖାନା ସ୍ଥାପନ କରିଥିଲେ ସେତେବେଳେ ଟାଟା ଷ୍ଟିଲ୍ ସେଥିପାଇଁ ଇଞ୍ଜିନିୟର ଓ ଟେକ୍ନିସିଆନମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେହି କାରଖାନାଗୁଡ଼ିକୁ ସ୍ଥାପନ କରିବାରେ ସହଯୋଗ କରିଥିଲା ।
ଭାରତର ଶିଳ୍ପ ବିକାଶର ପରବର୍ତୀ ଲମ୍ଫ ୧୯୯୧ରେ ହୋଇଥିଲା ଯେତେବେଳେ ସରକାର ଅର୍ଥନୀତିରେ ଉଦାରୀକରଣ ଆରମ୍ଭ କରିଥିଲେ । ଟାଟା ଷ୍ଟିଲ୍ ପାଇଁ ମଧ୍ୟ ତାହା ବେଶ ସହାୟକ ହୋଇଥିଲା । ପୂର୍ବର ବ୍ୟବସାୟ ନିୟନ୍ତ୍ରଣ ଓ କଟକଣାରେ ପ୍ରଭାବିତ ହୋ ନଥିବା ଏବଂ ଦେଶରେ ଉଦାହରୀକରଣର ଆବଶ୍ୟକତାକୁ ଅନୁମାନ କରି କଂପାନି କେତେକ ଆଧୁନିକୀକରଣ ଓ ପୁନର୍ଗଠନ ଅଭିଯାନ ହାତକୁ ନେଇଥିଲା । ଜାମସେଦପୁରରେ କୋଲ୍‌ଡ ରୋଲିଂ ମିଲର ଶୁଭାରମ୍ଭ ସେଥିରେ ସାମିଲ ଥିଲା, ଯାହା ଟାଟା ଷ୍ଟିଲ୍‌କୁ ଆହୁରି ବ୍ୟାପକ ଶିଳ୍ପ ବର୍ଗର ଆବଶ୍ୟକତା ପୂରଣ କରିବାରେ ସକ୍ଷମ କରିଥିଲା ।
କେତେକ ପ୍ରମୁଖ ଆନ୍ତର୍ଜାତିକ ଅଧିଗ୍ରହଣ ସହିତ ଭାରତର ଭବିଷ୍ୟତକୁ ସମର୍ଥନ କରିବା ଲାଗି ଟାଟା ଷ୍ଟିଲ୍ କେତେକ ସ୍ପଷ୍ଟ୍ ଓ ନିର୍ଦ୍ଦିଷ୍ଟ ପଦକ୍ଷେପ ନେଇଥିଲା । ଅତ୍ୟାଧୁନିକ ଉପକରଣ ଏବଂ ଆଧୁନିକ ସୁବିଧାସୁଯୋଗ ସହିତ ୨୦୧୫ରେ କଂପାନିର ଗ୍ରିନ୍‌ଫିଲ୍ଡ ପ୍ରକଳ୍ପ ଟାଟା ଷ୍ଟିଲ୍ କଳିଙ୍ଗନଗରକୁ କାର୍ଯ୍ୟକ୍ଷମ କରାଯାଇଥିଲା । କାର୍ବନ ଫୁଟ୍‌ପ୍ରିଂଟ୍‌କୁ ସର୍ବନିମ୍ନ ରଖିବା ଭଳି ଏହାକୁ ପ୍ରସ୍ତୁତ କରାଯାଇଛି ଏବଂ ବର୍ତମାନ ଏହାର ସମ୍ପ୍ରସାରଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । ୨୦୩୦ ସୁଦ୍ଧା ଭାରତରେ କଂପାନି ଏହାର ଉତ୍ପାଦନ କ୍ଷମତାକୁ ୪୦ ନିୟୁତ ଟନ୍‌ରେ ପହଂଚାଇବାକୁ ଚାହୁଥିବା ବେଳେ ଭୂଷଣ ଷ୍ଟିଲ ଓ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ଭଳି ସଂସ୍ଥାର ଅଧିଗ୍ରହଣ କଂପାନିକୁ ସଠିକ୍ ଅଭିବୃଦ୍ଧି ପଥରେ ଦୃଢ଼ ଭାବେ ସ୍ଥାନିତ କରିଛି । ସର୍କୁଲାର ଇକୋନମି ଓ କାର୍ବନ ନ୍ୟୁଟ୍ରାଲିଟି ସୃଷ୍ଟି କରିବା ଦିଗରେ ଟାଟା ଷ୍ଟିଲ୍‌ର ଗୁରୁତ୍ୱ ଏକ ସମ୍ପ୍ରସାରିତ ଇସ୍ପାତ ରିସାଇକଲ୍ ବ୍ୟବସାୟ ଓ ଯୋଜନାବଦ୍ଧ ଦୀର୍ଘସ୍ଥାୟୀ ବ୍ୟବସ୍ଥା ସୃଷ୍ଟି କରିଛି ।
କାର୍ଯ୍ୟକ୍ଷେତ୍ରରେ ମାନଦଣ୍ଡ ନିର୍ଧାରଣ କରୁଛି
ଆଇନ ପ୍ରଣୟନ ହେବା ପୂର୍ବରୁ କର୍ମଚାରୀ କଲ୍ୟାଣ ସ୍କିମ୍ ଓ ଗୋଷ୍ଠୀ ଅଭିଯାନରେ ଟାଟା ଷ୍ଟିଲ୍ ଅଗ୍ରଦୂତ ରହିଥିଲା । ସେଥିରେ ସାମିଲ ଥିଲା ଆଠ ଘଂଟିଆ କାର୍ଯ୍ୟଦିବସ, ବେତନ ସହିତ ଛୁଟି, କର୍ମଚାରୀ ଭବିଷ୍ୟନିଧି ପାଣ୍ଠି । ଏହି ସବୁ କିଛିକୁ ଆନ୍ତର୍ଜାତିକ ଶ୍ରମ ସଂଗଠନ ଗ୍ରହଣ କରିଥିବା ବେଳେ ଭାରତରେ ଆଇନ ଭାବେ ପ୍ରଣୟନ କରାଯାଇଛି ।
କଂପାନିର ଲୋକ ପ୍ରଥମ ଦୃଷ୍ଟିକୋଣ ଜାରି ରହିଥିବାରୁ ଶିଳ୍ପ ସୌହାର୍ଦ୍ଦ୍ୟ ଏବଂ ଶିଳ୍ପର ପ୍ରଥମ ଅଭିଯାନ ଯଥା ଋତୁସ୍ରାବ ଛୁଟି ଓ ଏଲ୍‌ଜିବିଟିକ୍ୟୁ+ କର୍ମଚାରୀଙ୍କୁ ସମାନ ସୁବିଧା ଭଳି ମାଇଲଖୁଂଟ ହାସଲ ହୋଇପାରିଛି । ଭାରତର ପ୍ରଥମ କଂପାନି ଭାବେ ଟାଟା ଷ୍ଟିଲ୍ ଏହାର ଖଣିର ସମସ୍ତ ସିଫ୍ଟରେ ମହିଳାଙ୍କୁ ସାମିଲ କରିଛି ଏବଂ ପ୍ରଥମ ଭାରତୀୟ କଂପାନି ଭାବେ କିନ୍ନରମାନଙ୍କ ପାଇଁ ମୌଳିକ ଖଣି ପରିଚାଳନାକୁ ଉନ୍ମୁକ୍ତ କରିଛି ।

ବର୍ତମାନକୁ ସୁଦୃଢ଼ କରୁଛି, ଭବିଷ୍ୟତ ତିଆରି କରୁଛି
ବର୍ତମାନ ରାଷ୍ଟ୍ର ଗଠନରେ ଟାଟା ଷ୍ଟିଲ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଜାରି ରଖିଛି । କଂପାନିର ଉତ୍ପାଦ ଓ ବ୍ରାଣ୍ଡ୍ ଅଟୋମୋଟିଭ୍‌, କନଷ୍ଟ୍ରକ୍ସନ, ଶିଳ୍ପ, ସାଧାରଣ ଇଞ୍ଜିନିୟରିଂ ଏବଂ କୃଷି ଆଦି ସବୁ ପ୍ରକାର ବଜାରକୁ ଦ୍ରୁତ ଗତିରେ ସମ୍ପ୍ରସାରିତ ହୋଇ ଦେଶର ବିବିଧ ଆବଶ୍ୟକତା ପୂରଣ କରୁଛି ।
ଭାରତର ଏକ ତୃତୀୟାଂରୁ ଅଧିକ ଭିତିଭୂମି ପ୍ରକଳ୍ପରେ ଟାଟାର ଇସ୍ପାତ ବ୍ୟବହାର ହେଉଛି । ଅତିକମ୍‌ରେ ୪୦ ପ୍ରମୁଖ ବିମାନବନ୍ଦର, ସମସ୍ତ ମେଟ୍ରୋ ରେଳ ନେଟ୍‌ୱର୍କ ନିର୍ମାଣରେ କଂପାନି ସାହାଯ୍ୟ କରି ବହୁ ଗୁଣା ବୃଦ୍ଧି ପାଇବାକୁ ଥିବା ଯାତ୍ରୀଙ୍କ ଚାହିଦା ପୂରଣ କରିବାରେ ଦେଶର ସହଯୋଗୀ ହୋଇପାରିଛି । ମୁମ୍ବାଇର ବାନ୍ଦ୍ରା-ୱର୍ଲି ସି’ଲିଙ୍କ୍ ଏବଂ ଆସାମର ବୋଗିବିଲ ପୋଲ ଭଳି ପ୍ରମୁଖ ପ୍ରକଳ୍ପ ସହିତ ଦେଶର ଦୁଇ ତୃତୀୟାଂଶ ଫ୍ଲାଏସଭର ଓ ପୋଲରେ ଟାଟା ଷ୍ଟିଲ ଉତ୍ପାଦ ବ୍ୟବହାର ହୋଇଛି । ଖଣି ପାଇଁ ଦରକାର ଉପକରଣଠାରୁ ଆରମ୍ଭ କରି ଜଳ ବିଦ୍ୟୁତ ଉତ୍ପନ୍ନ କରୁଥିବା ନଦୀବନ୍ଧକୁ ସୁଦ୍ୟମ କରିବା, ସୋଲାର ମଡ୍ୟୁଲ ମାଉଟିଂ ଢ଼ାଂଚାକୁ ସମ୍ଭବ କରିବା, ବିଦ୍ୟୁତ କାରଖାନା ନିର୍ମାଣ ଏବଂ ସଂଚରଣ ଲାଇନ୍‌କୁ ସୁଦୃଢ଼ କରିବା ଦେଶକୁ ସକ୍ତ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଅଂଶ ନିର୍ବାହ କରିଛି । ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍ ଭଳି କ୍ରୀଡ଼ା ଭିତିଭୂମି ମଧ୍ୟ ଏହା ଗଠନ କରିଛି, ଯାହା ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମ୍ ଭାବେ ପରିଚିତ ।
ଟାଟା ଷ୍ଟିଲ୍ ନୂଆ ବ୍ୟବସାୟ ଓ ମୂଲ୍ୟ ଯୁକ୍ତ ଉତ୍ପାଦ ବିକାଶ କରିବା ଲାଗି ଅଭିନବ ପ୍ରଯୁକ୍ତି ଓ ଉପକରଣର ଅମଡ଼ା ବାଟକୁ ସନ୍ଧାନ କରିବା ଜାରି ରଖିଥିବା ବେଳେ ସମାଜ ଓ ପରିବେଶ ଉପରେ ଦୀର୍ଘସ୍ଥାୟୀ ସକାରାତ୍ମକ ପ୍ରଭାବକୁ ସୁନିଶ୍ଚିତ କରିବା ଲାଗି ଦାୟିତ୍ୱବାନ ଭାବେ କାର୍ଯ୍ୟ କରୁଛି । ଦେଶ ଗଠନ ଓ ଭାରତର ଭବିଷ୍ୟତ ପାଇଁ କଂପାନିର ପ୍ରତିବଦ୍ଧତା ଇସ୍ପାତରେ ଗଢ଼ି ଉଠିଛି ।

Share

Leave a Reply

Your email address will not be published. Required fields are marked *

12 − five =