ମୃତ ଏସିଏଫ ସୌମ୍ୟଙ୍କ ମୃତ୍ୟୁକୁ ନେଇ ଆସିଲା ନୂଆ ଖବର

ବାଲେଶ୍ୱର: ‘ଉଭୟ ଅଗ୍ନିକୁ ସାକ୍ଷୀ ରଖି ବିବାହ କରିଥିଲେ ସତ, କିନ୍ତୁ ସେମାନଙ୍କ ମଧ୍ୟରେ ନ ଥିଲା ସ୍ୱାମୀସ୍ତ୍ରୀର ସମ୍ପର୍କ। ବର୍ଷେ ପର‌୍ୟ୍ୟନ୍ତ କୌଣସି ସମ୍ପର୍କ ରହିବ ନାହିଁ ବୋଲି ଏଗ୍ରିମେଣ୍ଟ ମଧ୍ୟ ହୋଇଥିଲା।’ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନୂଆ ତଥ୍ୟା ସାମ୍ନାକୁ ଆସୁଥିବା ବେଳେ ଏପରି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି ଖୋଦ୍ ସୌମ୍ୟଙ୍କ ମା’।

ସୌମ୍ୟଙ୍କ ମା’ କହିଛନ୍ତି, ବୋହୂ ମୋ ପୁଅକୁ ନୁହେଁ, ବରଂ ଡିଏଫଓଙ୍କୁ ଭଲ ପାଉଥିଲା। ମୋ ପୁଅ ମରିବା ଆଗରୁ ବୋହୂ କାରସାଦି କରି ସବୁ ଜିନିଷ ହାତେଇ ନେଇଛି। ମୋ ପୁଅ ମଲେ ବୋହୂ ସବୁ ଜିନିଷ ନେବ ବୋଲି ଏଗ୍ରିମେଣ୍ଟ ବି ହୋଇଛି। ଯଦି ବୋହୂ ମୋ ପୁଅକୁ ମାରିନି, ତା ହେଲେ ଏଗ୍ରିମେଣ୍ଟ କ’ଣ ପାଇଁ କରିଥିଲା। ମୋ ପୁଅର ଟ୍ରାନ୍ସଫର ହୋଇ ଯାଇଥିବା ଜାଣିବା ପରେ ବୋହୂ ଘରୁ ସବୁ ଜିନିଷ ନେଇ ଯାଇଛି।

ଏଥିସହ ୬ ମାସ ପୂର୍ବେ ଉଭୟଙ୍କ ବିବାହ ହୋଇଥିଲେ ମଧ୍ୟ ସମ୍ପର୍କ ଠିକ୍ ନ ଥିଲା ବୋଲି କହିଛନ୍ତି ସୌମ୍ୟଙ୍କ ମା’ । ସେ କହିଛନ୍ତି, ଉଭୟଙ୍କ ମଧ୍ୟରେ ଅଧିକାଂଶ ସମୟରେ ଝଗଡ଼ା ଲାଗି ରହୁଥିଲା। ଦିନେ ରାତିରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିବା ବେଳେ ବୋହୂ ରାଗି ଶଙ୍ଖା, ଚୁଡ଼ି ଭାଙ୍ଗିବା ସହ ମୁଣ୍ଡରୁ ସିନ୍ଦୂର ପୋଛି କେଉଁଆଡ଼େ ଚାଲି ଯାଇଥିଲା। ଏହାପରେ ପୁଅ ବହୁ ଖୋଜାଖୋଜି କରିବା ପରେ ଡିଏଫଓଙ୍କ ବାସଭବନରେ ବୋହୂ ଥିବା ଦେଖିବାକୁ ପାଇଥିଲା।

Share

Leave a Reply

Your email address will not be published. Required fields are marked *

ten − four =