ନାଟମଣ୍ଡପ ଉପରେ ବଙ୍ଗୀୟ ଯୁବକ

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ଜଣେ ବଙ୍ଗୀୟ ଯୁବକ । ନାଟମଣ୍ଡପ ଉପରେ ସଂପୃକ୍ତ ଯୁବକଙ୍କୁ ଦେଖିବା ପରେ ଶ୍ରୀମନ୍ଦିର ପୋଲିସ ସଂପୃକ୍ତ ଯୁବକଙ୍କୁ ନାଟମଣ୍ଡପରୁ ଟେକି ନେଇଥିଲା ପୋଲିସ । ତେବେ ଯୁବକ ଜଣକ କଣ ପାଇଁ ନାଟମଣ୍ଡପ ଉପରେ ଚଢିଥିଲେ, ତାହା ସ୍ପଷ୍ଟ ଜଣାପଡିନାହିଁ । ଶ୍ରୀମନ୍ଦିର ପୋଲିସ ଯୁବକଙ୍କୁ ଶ୍ରୀମନ୍ଦିର ପୋଲିସକୁ ହସ୍ତାନ୍ତର କରିଛି । ଯୁବକ ଜଣକ କୋଲକତା ବେଲଡଙ୍ଗା ଅଞ୍ଚଳର ବୋଲି ଜଣାପଡିଛି । ହସପିଟାଲରେ ଯୁବକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ପରେ ପଦକ୍ଷେପ ନେବ । ତେବେ ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ବଙ୍ଗୀୟ ଯୁବକ ଚଢିବା ପରେ ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

two + 1 =