ଜିରୋ ଟଲରାନ୍ସ : ଦୁର୍ନୀତି ଅଭିଯୋଗରେ 21 ବରଖାସ୍ତ

ଭୁବନେଶ୍ବର () ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ତାଙ୍କର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତିକୁ ଆହୁରି କଡାକଡି କରିଛନ୍ତି । ଏହି ନୀତି ଅନୁଯାୟୀ ରାଜ୍ୟ ସରକାର ଆଜି 6ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରିବା ସହିତ 4ଜଣ ପୂର୍ବତନ ଅଧିକାରୀଙ୍କ ପେନସନ ସୁବିଧା ସମ୍ପୁର୍ଣ୍ଣ ଭାବେ ବନ୍ଦ କରିଦେଇଛନ୍ତି । ଏହିସବୁ ଅଧିକାରୀ ଭିଜିଲାନ୍ସ କୋର୍ଟ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ – ବାଣିଜ୍ୟ ଓ ପରିବହନ ବିଭାଗର ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିନସ୍ଥ କୁଆଁରମୁଣ୍ଡା ତହସିଲର ଜୁନିଅର କିରଣୀ ସଂଜିତ କୁମାର ରାୟଷ ସେ ପୂର୍ବରୁ ରାଉଲକେଲା ଆରଟିଓ ଅଫିସର ଜୁନିୟର କ୍ଲର୍କ ଥିଲେ । ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ସେ ଜଳସମ୍ପଦ ବିଭାଗର କର୍ମଚାରୀ ଓ ବର୍ତ୍ତମାନ କୋରାପୁଟ ଜିଲ୍ଲାର ଜୟପୁର ଆଇଟିଡିଏରେ କାର୍ଯ୍ୟରତ ଥିଲେ । ମତ୍ସ୍ୟ ଓ ପଶୁ ସଂପଦ ବିଭାଗର ପ୍ରାଣୀସମ୍ପଦ ଡାକ୍ତର ଭାଗିରଥୀ ବଶ୍ବାଳ । ସେ ସମ୍ବଲପୁର ନକଟିଦେଉଳରେ କାର୍ଯ୍ୟରତ ଥିଲେ । ପଂଚାୟତିରାଜ ବିଭାଗର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ଜୁନିଅର ଇଂଜିନିୟ ବସନ୍ତ କୁମାର ପାତ୍ର । ସୁନ୍ଦରଗଡ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଅଧିନସ୍ଥ କୁତ୍ରା ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ସେଠ ଏବଂ ବଣାଇଗଡ ବ୍ଲକର ପଂଚାୟତ ନିର୍ବାହୀ ଅଧିକାରୀ ଅଷ୍ଟମ ଚନ୍ଦ୍ର ପଟେଲ ।

ପେନସନ ସୁବିଧା ବନ୍ଦ ହୋଇଥିବା ଅଧିକାରୀମାନେ ହେଲେ – ଜଳସଂପଦ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଗୌତମ ଚନ୍ଦ୍ର ପୃଷ୍ଟି, ଓସିସିର ପୂର୍ବତନ ଜେନେରାଲ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ, କଟକ ଡ୍ରେନେଜ ମୁଖ୍ୟ ଯନ୍ତ୍ରୀ କାର୍ଯ୍ୟାଳୟ ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଓ ବାରିପଦା ଆଇଟିଡିଏର ପୂର୍ବତନ କନିଷ୍ଠ ଯନ୍ତ୍ରୀ ରବିନାରାୟଣ ମହାନ୍ତି ।

ପୂର୍ବରୁ ଗତ ଅଗଷ୍ଟ 17 ତାରିଖରେ ମୁଖ୍ୟମନ୍ତ୍ରୀ 15ଜଣଙ୍କୁ ଚାକିରିରୁ ବରଖାସ୍ତ କରିବା ସହ ଦୁଇଜଣଙ୍କ ପେନସନ ବନ୍ଦ କରିଥିଲେ । ବର୍ତ୍ତମାନ ସୁଦ୍ଧା ଅଗଷ୍ଟ ମାସରେ 21ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବରଖାସ୍ତ ହୋଇଥିବା ବେଳେ 6ଜଣଙ୍କ ପେନସନ ସୁବିଧା ବନ୍ଦ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

14 − 14 =