ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡି ବାଟ ଅବରୋଧ କଲେ 10ହଜାର ଟଙ୍କା ତଣ୍ଡ

ଭୁବନେଶ୍ବର () କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳ ଦ୍ବାରା ଗତ ଅଗଷ୍ଟ 29 ତାରିଖରେ ମୋଟର ଯାନ ଆଇନ 1988ରେ ସଂଶୋଧନ କରାଯାଇଛି । ଓଡିଶାରେ ସଂଶୋଧିତ ବ୍ୟବସ୍ଥା ଆସନ୍ତା କାଲି ଅର୍ଥାତ ସେପ୍ଟେମ୍ବର 1 ତାରିଖରୁ ଲାଗୁ କରାଯିବ । ସଡକ ସୁରକ୍ଷା ତଥା ପରିବହନ ବିଭାଗ ଦ୍ବାରା ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାକୁ ସୁଗମ କରିବା ମୋଟର ଯାନ ସଂଶୋଧନ ଆଇନ 2019ର ମୁଖ୍ୟ ଲକ୍ଷ୍ୟ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ କହିଛନ୍ତି ।

ଏଣିକି ସାଧାରଣ ଟ୍ରାଫିକ ଆଇନ ଉଲଂଘନ କଲେ 100 ଟଙ୍କା ନୁହେଁ 500 ଟଙ୍କା ଫାଇନ ଦେବାକୁ ପଡିବ । ଦ୍ବିତୀୟ ଥର ସେହି ସମାନ ଉଲଂଘନ କଲେ 1500 ଟଙ୍କା ଫାଇନ ଦେବାକୁ ପଡିବ । ସ୍ବଇଚ୍ଛାରେ ସୂଚନା ନଦେଲେ 2000 ଟଙ୍କା ଫାଇନ ପଡିବ । ହାଲୁକା ଗାଡିରେ ଦ୍ରୁତ ଗତିରେ ଗାଡି ଚଳାଇଲେ 400 ବଦଳରେ 2000 ଟଙ୍କା ତଣ୍ଡ ଗଣିବେ । ଦ୍ବିତୀୟ ଥର ଦ୍ରୁତ ଗାଡି ଚାଳନା ବେଳେ ଧରା ପଡିଲେ ଦ୍ବିଗୁଣା ଅର୍ଥାତ 4ହଜାର ଟଙ୍କା ଦେବେ । ଓଜନିଆ ଗାଡିରେ ଦ୍ରୁତ ଗତିରେ ଗଲେ 4ହଜାର ଟଙ୍କା ତଣ୍ଡ ଗଣିବେ । ସେହିଭଳି ବିପଦପୂର୍ଣ୍ଣ ଡ୍ରାଇଭିଂ, ରେଡ ଲାଇଟ ଉଲଂଘନ, ଷ୍ଟପ ସିଗନାଲର ଉଲଂଘନ, ନୋ ଓଭରଟେକିଂ ଜୋନରେ ଓଭରଟେକ, ରଙ୍ଗ ରାସ୍ତାରେ ଗାଡି ଚାଳନା ଆଦି ପାଇଁ 5000 ଟଙ୍କା ଫାଇନ ପଡିବ । ସେହିପରି ଗାଡି ଚାଳକ ଓ ପ୍ୟାସେଞ୍ଜର ସିଟ ବେଲ୍ଟ ପିନ୍ଧିନଥିଲେ ହଜାରେ ଟଙ୍କା, ଦୁଇ ଚକିଆ ଯାନରେ ଦୁଇରୁ ଅଧିକ ଆରୋହୀ ଥିଲେ, ଦୁଇ ଚକିଆ ଯାନରେ ପିଲିଅନ ରାଇଡର ବା ପଛରେ ବସିଥିବା ଆରୋହୀ ହେଲମେଟ ପିନ୍ଧିନଥିଲେ ହଜାରେ ଟଙ୍କା ଫାଇନ ଦେବେ । ଆମ୍ବୁଲାନ୍ସ କିମ୍ବା ଅଗ୍ନିଶମ ଗାଡିର ରାସ୍ତା ଅବରୋଧ କଲେ 10 ହଜାର ଟଙ୍କା ତଣ୍ଡ ଗଣିବାକୁ ପଡିବ ।

ସେ କହିଛନ୍ତି ଯେ, ଇଲୋକ୍ଟ୍ରୋନିକ୍ସ ଶାସନ ବା ଇ-ଗଭର୍ଣ୍ଣାନ୍ସ ମାଧ୍ୟମରେ ପ୍ରଦାନ କରାଯାଉଥିବା ସେବାଗୁଡିକୁ ସହଜଲବ୍ଧ କରିବା ଏହି ଆଇନର ଲକ୍ଷ୍ୟ ଅଟେ । ବିଭିନ୍ନ ଆଞ୍ଚଳିକ ପରିବହନ କାର୍ଯ୍ୟଳୟର ସ୍ବଚ୍ଛତା ନିମନ୍ତେ ଡ୍ରାଇଭିଂ ଲାଇସେନ୍ସଗୁଡିକୁ ଅନଲାଇନ ମାଧ୍ୟମରେ ଯୋଗାଇ ଦିଆଯାଉଛି । ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହୟତା କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସଡକ ପରିବହନ ଆଇନରେ କେତେକ ସଂଶୋଧନ କରାଯାଇଛି । ଏହାଦ୍ବାରା ସହାୟତା କରୁଥିବା ବ୍ୟକ୍ତି ଉତ୍ପୀଡନରୁ ରକ୍ଷା ପାଇବେ ଏବଂ ସଡକ ଦୁର୍ଘଟଣାଗ୍ରସ୍ତ ଲୋକମାନେ ଗଲଡେନ ହାୱାରରେ ମାଗଣା ଚିକିତ୍ସା ପାଇପାରିବେ । ଅଡଣା ଗାଡି ଧକ୍କାରେ ମୃତାହତ ବ୍ୟକ୍ତଙ୍କୁ ଆର୍ଥିକ ସହାୟତା ନିମନ୍ତେ ମୋଟର ଯାନ ଦୁର୍ଘଟଣା ପଣ୍ଠି ଗଠନ କରିବା ତଥା ସମସ୍ତ ସଡକ ବ୍ୟବହାରକାରୀଙ୍କ ବାଧ୍ୟତାମୂଳକ ଭାବେ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଆଇନରେ ବ୍ୟବସ୍ଥା ଅଛି । ସଡକ ସୁରକ୍ଷାରେ ଉନ୍ନତି, ପରିବହନ ବିଭାଗ ଦ୍ବାରା ପ୍ରଦାନ କରାଯାଉଥିବା ସେବା ସୁବିଧା, ଗ୍ରାମାଞ୍ଚଳ ପରିବହନ ବ୍ୟବସ୍ଥାର ଉନ୍ନତି, ଅନ୍ତମ ପଥ ସଂଯୋଗୀକରଣ ବ୍ୟବସ୍ଥା ଏବଂ ପରିବହନ ସେବା, ସ୍ବୟଂଚାଳନା ଓ କମ୍ପ୍ୟୁଟରୀକରଣ ପାଇଁ ଉକ୍ତ ସଂଶୋଧିତ ଆଇନରେ ଜୋର ଦିଆଯାଇଥିବା ସେ କହିଛନ୍ତି ।

ବର୍ତ୍ତମାନ ଲାଗୁ କରାଯାଇଥିବା ଜୋରିମାନା ବା ଶାସ୍ତି ମୋଟରଯାନ ଆଇନ ଉଲଂଘନକାରୀମାନଙ୍କୁ ଟ୍ରାଫିକ ନିୟମ ଭାଙ୍ଗିବାରୁ ନିବୃତ କରାଇବା, ମଦ୍ୟପାନ କରି ଗାଡି ଚଳାଇବା, ଡ୍ରାଇଭିଂ ଲାଇସେନ୍ସ ନଥାଇ ଚଳାଇବା, ବିପଦପୂର୍ଣ୍ଣ ଗାଡି ଚାଳନା, ଦ୍ରୁତଗତିରେ ଗାଡି ଚଳାଇବା, ହେଲମେଟ ନଥାଇ ଗାଡି ଚଳାଇବା, ଓଭରଲୋଡିଂ ଗାଡି ଚାଳନା, ସିଟ ବେଲ୍ଟ ନଥାଇ ଗାଡି ଚାଳନା ଇତ୍ୟାଦି ପାଇଁ ଉକ୍ତ ଆଇନରେ ବର୍ଦ୍ଧିତ ଜୋରିମାନା ଓ ଦଣ୍ଡର ବ୍ୟବସ୍ଥା କରାଯାଇଛି । ବିଭିନ୍ନ ଆଇନ ଉଲଂଘନକାରୀମାନଙ୍କୁ ଇଲୋକ୍ଟ୍ରୋନିକ୍ସ ଯନ୍ତ୍ର ମାଧ୍ୟମରେ ଚିହ୍ନଟ କରାଯିବାର ବ୍ୟବସ୍ଥା ମଧ୍ୟ ଅଛି । ପୁନଶ୍ଟ ଅପ୍ରାପ୍ତ ବୟସ୍କ ବା କିଶୋରମାନେ ଗାଡି ଚଳାଇଲେ ଅଭିଭାବକ ବା ମୋଟରଯାନ ମାଲିକମାନେ ଦାୟୀ ରହିବେଏବଂ ଏଥିପାଇଁ ଜୋରିମାନା ଦେବେ ଓ ଆବଶ୍ୟକସ୍ଥଳେ ଦଣ୍ଡ ଭୋଗିବେ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × five =