ସବୁଜ ବନାନୀ ହେବ ଶ୍ରୀମନ୍ଦିର ଚତୁପାଶ୍ୱର୍

ପୁରୀ() ସବୁଜିମାରେ ସଜେଇ ହେଉଛି ଶ୍ରୀମନ୍ଦିର । ଚାରିପଟେ ଲାଗିବ ୧୫୦୦ରୁ ଉଦ୍ଧ୍ୱର୍ ଗଛ । ଆଜି ପଶ୍ଚିମ ଦ୍ୱାର ସମ୍ମୁଖରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗି ଦିଆଯାଇଥିବା ବେଳେ ଅନ୍ୟ ପଟେ ଗଡନ୍ତି ଛକରେ ଥିବା ବ୍ୟକ୍ତିଗତ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ଉଚ୍ଛେଦ କରାଯାଉଛି । ଉଚ୍ଛେଦ ପରେ ଶ୍ରୀମନ୍ଦିର ସୌନ୍ଦର୍ୟ୍ୟରେ ଲାଗିଛି ଚାରଚାନ୍ଦ ।

ଦିନକୁ ଦିନ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଧାଡି ଦର୍ଶନ ପାଇଁ ଏଵେ ଅତ୍ୟାଧୁନିକ ସେଡ୍ ନିର୍ମାଣ କରାଯାଉଛି । ତେବେ ଶ୍ରୀମନ୍ଦିର ସୌନ୍ଦର୍ୟ୍ୟକୁ ଆହୁରି ମନରୋମ କରିବା ସହ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ପାଇଁ ଗତକାଲି ରାତିଠାରୁ ଶ୍ରୀମନ୍ଦିର ସିଂହଦ୍ୱାର ଠାରେ ଗଛ ଲଗାଯାଇଛି । ସମ୍ପୂର୍ଣ୍ଣ ସିଂହଦ୍ୱାର ଅଞ୍ଚଳକୁ ସବୁଜିମା କରିବା ପାଇଁ ଏଵେ ବିଭିନ୍ନ ଚାରା ଓ ଗଛ ପୁରୀକୁ ଆସିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

one × five =