ପ୍ରେମିକାର ଘରେ ବୋମା ମାଡ଼ କଲା ପ୍ରେମିକ

ପୁରୀ: ପୁରୀ ସଦର ଥାନା ଅନ୍ତର୍ଗତ ଅଠରନଳା ନିକଟରେ ବୋମାମାଡ଼। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଏହି ବୋମାମାଡ଼ ହୋଇଥିଲା । ଏଥିରେ ୨ଜଣ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ଆହତ ନୃଂସିହ ବାରିକ ଏବଂ ତାଙ୍କ ପତ୍ନୀ ପ୍ରଭାତୀ ନାୟକଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଅଜୁ ବାରିକ ଫେରାର ଥିବା ବେଳେ ପୋଲିସ ତାକୁ ଖୋଜୁଛି ।

ଅଜୁ ନୃସିଂହଙ୍କ ଝିଅଙ୍କୁ ଏକତରଫା ପ୍ରେମ କରୁଥିଲା । ବାରମ୍ବାର ପ୍ରେମ ନିବେଦନକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି । ତେବେ ଝିଅର ବିବାହ ଅନ୍ୟତ୍ର କରାଇବା ପରେ ଅଜୁର ମୁଣ୍ଡକୁ ପିତ ଚଢ଼ିଯାଇଥିଲା । ନୃଂସିହଙ୍କ ଘରେ କିଛି ସାଙ୍ଗଙ୍କ ସହ ମିଶି ମାରଣାସ୍ତ୍ର ଧରି ପହଞ୍ଚିଥିଲା । ଖଣ୍ଡାରେ ଆକ୍ରମଣ କରିବା ବେଳେ ଧରି ପକାଇଥିଲେ ନୃସିଂହ । ଏହାପରେ ଅଭିଯୁକ୍ତମାନେ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ । ସ୍ଥାନୟୀ ଲୋକେ ଗୁରୁତର ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ପୋଲିସ ଘଟଣାର ତଦନ୍‌ତ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

3 × 5 =