Business

ଓଡ଼ିଶାରେ ଗୋଟିଏ ବର୍ଷରେ ଅତିକ୍ରମ କଲା ୧ ଲକ୍ଷ ୟୁଏଲ୍‌ଏ ରୁଫଟପ୍ ସୋଲାର ସ୍ଥାପନ; ମୋଟ ସ୍ଥାପନ ସଂଖ୍ୟା ୨ ଲକ୍ଷ ଟପିଲା

ଓଡ଼ିଶା ତା’ର ରୁଫଟପ୍ ସୋଲାର ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି, ଯେଉଁଥିରେ ଗୋଟିଏ ବର୍ଷ ମଧ୍ୟରେ ୟୁଏଲ୍‌ଏ ଆପ୍ରୋଚ୍ ଅଧୀନରେ ୧ ଲକ୍ଷ ରୁଫଟପ୍ ସୋଲାର ସ୍ଥାପନ ସମ୍ପୂର୍ଣ୍ଣ ହୋଇଛି। ଏହି ସଫଳତା ରାଜ୍ୟର ବ୍ୟାପକ ରୁଫଟପ୍ ସୋଲାର ଅଭିବୃଦ୍ଧିରେ ଯୋଗଦାନ କରିଛି, ଯାହା ଫଳରେ ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର: ମୁଫ୍‌ତ ବିଜୁଳି ଯୋଜନା’ ଅଧୀନରେ ଓଡ଼ିଶାରେ ମୋଟ ରୁଫଟପ୍ ସୋଲାର ସ୍ଥାପନ ସଂଖ୍ୟା ଏବେ ୨ ଲକ୍ଷରୁ ଅଧିକ ହୋଇପାରିଛି।
ଏହି ସଫଳତା ରାଜ୍ୟରେ ଘରୋଇ ସୋଲାର ବ୍ୟବହାର କ୍ଷେତ୍ରରେ ଏକ ଉଲ୍ଲେଖନୀୟ ଅଗ୍ରଗତିକୁ ସୂଚାଉଛି। ଗୋଟିଏ ବର୍ଷ ପୂର୍ବେ ରାଜ୍ୟରେ ପ୍ରାୟ ୧୫,୦୦୦ ରୁଫଟପ୍ ସୋଲାର ସ୍ଥାପନରୁ ବର୍ତ୍ତମାନର ଅଭିବୃଦ୍ଧି ତୁଳନାତ୍ମକ ଭାବେ ଦ୍ରୁତ ଗତିରେ ଏହାର ବିସ୍ତାର କରିଛି। ଏହା କିପରି ଆର୍ôଥକ ସହାୟତା, ଲକ୍ଷ୍ୟଭିତ୍ତିକ ଗ୍ରାହକ ସଚେତନତା, ପ୍ରଭାବଶାଳୀ କାର୍ଯ୍ୟକାରିତା ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକମ୍‌) ଗୁଡ଼ିକର ସକ୍ରିୟ ଭାଗିଦାରୀ ବ୍ୟାପକ ସ୍ତରରେ ଘରୋଇ ଉପଭୋକ୍ତାଙ୍କ ନିକଟରେ ରୁଫଟପ୍ ସୋଲାର ପହଞ୍ଚାଇବାରେ ସାହାଯ୍ୟ କରିପାରିବ ତାହାକୁ ଦର୍ଶାଉଛି।
ଫେବୃଆରୀ ୨୦୨୪ରେ ଭାରତ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ‘ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ର ମୂଳ ଲକ୍ଷ୍ୟ ହେଉଛି ଦେଶର ଏକ କୋଟି ପରିବାରକୁ ରୁଫଟପ୍ ସୋଲାର ସୁବିଧା ଯୋଗାଇଦେବା। କେନ୍ଦ୍ରୀୟ ଆର୍ôଥକ ସହାୟତା ସୋଲାର ସ୍ଥାପନର ପ୍ରାରମ୍ଭିକ ଖର୍ଚ୍ଚ କମାଇବାରେ ସାହାଯ୍ୟ କରିଥିବା ବେଳେ ଓଡ଼ିଶାର ରାଜ୍ୟସ୍ତରୀୟ ସହାୟତା ଉପଭୋକ୍ତାଙ୍କ ପାଇଁ ଏହାକୁ ଆହୁରି ସୁବିଧାଜନକ କରିଛି। ରାଜ୍ୟର ଯୋଗ୍ୟ ପରିବାରଗୁଡ଼ିକ କେନ୍ଦ୍ର ଏବଂ ରାଜ୍ୟର ମିଳିତ ସହାୟତା ବାବଦରେ ସର୍ବାଧିକ ୧.୩୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇପାରିବେ।
ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ୟୁଏଲ୍‌ଏ ସ୍ଥାପନ ହାସଲ କରିବା ବିଶେଷ ଭାବରେ ଗୁରୁତ୍ୱପୂର୍ଣ୍ଣ, କାରଣ ୟୁଏଲ୍‌ଏ ଆପ୍ରୋଚ୍ ରୁଫଟପ୍ ସୋଲାରକୁ କେବଳ ବ୍ୟକ୍ତିଗତ ଘରୋଇ ବ୍ୟବହାର ମଧ୍ୟରେ ସୀମିତ ନରଖି ଗୋଷ୍ଠୀ (କମ୍ୟୁନିଟି) ସ୍ତରରେ ଆପଣେଇବାକୁ ସକ୍ଷମ କରୁଛି। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳ କିମ୍ବା ଗ୍ରାମର ଏକାଧିକ ଯୋଗ୍ୟ ପରିବାରକୁ ଏହି କାର୍ଯ୍ୟକ୍ରମ ଅଧୀନକୁ ଆଣି, ଏହି ପଦ୍ଧତି ମାଧ୍ୟମରେ ରୁଫଟପ୍ ସୋଲାର ପ୍ରତି ଅଧିକ ସଚେତନତା, ସଠିକ ସୂଚନା ମାଧ୍ୟମରେ ଆସ୍ଥା ସୃଷ୍ଟି କରିବାରେ ସଫଳ ହୋଇପାରୁଛି।
ତେବେ ମୂଲ୍ୟ ସୁଲଭତା ଏହାକୁ ଆପଣେଇବା ପ୍ରକ୍ରିୟାର ଗୋଟିଏ ଅଂଶ ହୋଇଥିବାବେଳେ, ଏହି ଯୋଜନାର ବାସ୍ତବ ରୂପାୟନ କରିବା ପାଇଁ ସଚେତନତା, ଉପଲବ୍ଧତା, ଉପଭୋକ୍ତା ଆସ୍ଥା ଭାଜନ ସହ ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ପ୍ରଭାବଶାଳୀ କାର୍ଯ୍ୟକାରିତା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଛି।
ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶା ଡିସକମ୍ ଗୁଡ଼ିକ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାକୁ ଆପଣେଇବାରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଆବେଦନଗୁଡ଼ିକର ପ୍ରକ୍ରିୟାକରଣ ଏବଂ ଗ୍ରୀଡ୍ ସଂଯୋଗୀକରଣରେ ସୁବିଧା ଯୋଗାଇବା ବ୍ୟତୀତ, ଡିସକମ୍ ଗୁଡ଼ିକ ସଚେତନତା ଶିବିର, ଆଉଟରିଚ୍ କାର୍ଯ୍ୟକ୍ରମ ଏବଂ କ୍ଷେତ୍ରସ୍ତରୀୟ ପ୍ରୟାସ ମାଧ୍ୟମରେ ଉପଭୋକ୍ତାଙ୍କୁ ଏହି ଯୋଜନା, ସବସିଡି, ଯୋଗ୍ୟତା ଏବଂ ସ୍ଥାପନ ପ୍ରକ୍ରିୟା ବିଷୟରେ ବୁଝିବାରେ ସାହାଯ୍ୟ କରାଯାଇପାରିଛି।
‘ସୋଲାର ରଥ’ ପଦକ୍ଷେପ ଏହି ଉପଭୋକ୍ତା-କେନ୍ଦ୍ରିକ ଆଭିମୁଖ୍ୟର ଏକ ଉଦାହରଣ। ରଥଯାତ୍ରା ସମୟରେ, ଡିସକମ୍ ଗୁଡ଼ିକ ରୁଫଟପ୍ ସୋଲାରର ସନ୍ଦେଶ ସିଧାସଳଖ ନାଗରିକମାନଙ୍କ ନିକଟରେ ପହଞ୍ଚାଇଥିଲେ। ଓଡ଼ିଶାର ଏହି ଅନ୍ୟତମ ବୃହତ୍ ସାର୍ବଜନୀନ ଉତ୍ସବକୁ ବ୍ୟବହାର କରି “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର’ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ଯୋଜନା ସମ୍ପର୍କିତ ସୂଚନାକୁ ଅଧିକ ସହଜଲଭ୍ୟ କରାଯାଇଥିଲା।
ଏହି ଆଭିମୁଖ୍ୟ ବିତରଣ ସଂସ୍ଥା (ୟୁଟିଲିଟି) ଗୁଡ଼ିକର ଭୂମିକାରେ ଏକ ବ୍ୟାପକ ପରିବର୍ତ୍ତନକୁ ଦର୍ଶାଉଛି—ଯାହା କେବଳ ରୁଫଟପ୍ ସଂଯୋଗ ଯୋଗାଇବାରେ ସୀମିତ ନରହି, ଉପଭୋକ୍ତାଙ୍କୁ ସୌର ଶକ୍ତି ଆପଣେଇବାରେ ସକ୍ରିୟ ଭାବରେ ସହାୟତା କରୁଛି।
ୟୁଏଲ୍‌ଏ ଆପ୍ରୋଚର ପ୍ରଭାବ ଗୋଷ୍ଠୀ ସ୍ତରରେ ମଧ୍ୟ ସ୍ପଷ୍ଟ ଦୃଶ୍ୟମାନ। ଗଞ୍ଜାମ ଜିଲ୍ଲାର ମାଟିଖାଲ ଗ୍ରାମରେ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ଯୋଜନା’ ଅନ୍ତର୍ଗତ ୟୁଏଲ୍‌ଏ ଆପ୍ରୋଚ୍ ମାଧ୍ୟମରେ ପ୍ରାୟ ୨୦୦ ଯୋଗ୍ୟ ପରିବାରକୁ ରୁଫଟପ୍ ସୋଲାର ଅଧୀନକୁ ଅଣାଯାଇଛି, ଯାହା ଏହାକୁ ଏକ ସମ୍ପୂର୍ଣ୍ଣ ସୌରଶକ୍ତି ସମ୍ପନ୍ନ ଗ୍ରାମରେ ପରିଣତ କରିଛି।
ଏହିପରି ପଦକ୍ଷେପଗୁଡ଼ିକ ଉପଭୋକ୍ତା ଓ ଗ୍ରାହକ ସମୁହଙ୍କ ମଧ୍ୟରେ ରୁଫଟପ୍ ସୋଲାରକୁ ଅଧିକ ଦୃଶ୍ୟମାନ ଏବଂ ପରିଚିତ କରିବାରେ ସାହାଯ୍ୟ କରିପାରିବ। ଯେତେବେଳେ ପରିବାରଗୁଡ଼ିକ ପଡ଼ୋଶୀ ପରିବାରମାନଙ୍କୁ ଏହି ପ୍ରଯୁକ୍ତିବିଦ୍ୟା ଆପଣାଉଥିବାର ଦେଖନ୍ତି, ଏହାର ସୁଫଳ ଏବଂ ସ୍ଥାପନ ପ୍ରକ୍ରିୟା ବିଷୟରେ ସଚେତନତା ବୃଦ୍ଧି ପାଏ, ଯାହା ବ୍ୟକ୍ତିଗତ ପରିବାରରୁ ବ୍ୟାପକ ଗୋଷ୍ଠୀଗତ ଭାଗିଦାରୀ ଦିଗକୁ ଗତି କରିବାର ସମ୍ଭାବନା ସୃଷ୍ଟି କରେ।
ଓଡ଼ିଶାର ଏହି ଦ୍ରୁତ ଅଭିବୃଦ୍ଧିକୁ କେନ୍ଦ୍ର ଓ ରାଜ୍ୟ ସରକାର, ନିୟାମକ ସଂସ୍ଥା, ଜିଲ୍ଲା ପ୍ରଶାସନ, ଡିସକମ୍ ଏବଂ ଶିଳ୍ପ ଅଂଶୀଦାରମାନଙ୍କୁ ନେଇ ଗଠିତ ଏକ ସମନ୍ୱିତ ବ୍ୟବସ୍ଥା (ଇକୋସିଷ୍ଟମ୍‌) ସାହାଯ୍ୟ କରିଛି। ଜାତୀୟ ଯୋଜନା ଢାଞ୍ଚା ଏବଂ ଆର୍ôଥକ ସହାୟତା ଯୋଗାଇ ଦେଇଥିବା ବେଳେ, ରାଜ୍ୟସ୍ତରୀୟ ପ୍ରୋତ୍ସାହନ ଏବଂ ଏକ ଅନୁକୂଳ ନୀତିଗତ ପରିବେଶ ଉପଭୋକ୍ତାଙ୍କ ପାଇଁ ଏହାକୁ ଅଧିକ ଆକର୍ଷଣୀୟ କରିଛି। ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଅନୁଷ୍ଠାନଗୁଡ଼ିକ ଏହି କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ତରକୁ ନେବାରେ ସାହାଯ୍ୟ କରିଛନ୍ତି, ଯେତେବେଳେ କି ଟାଟା ପାୱାର ନେତୃତ୍ୱାଧୀନ ବିତରଣ କମ୍ପାନୀଗୁଡ଼ିକ ଉପଭୋକ୍ତା ସଚେତନତା ଏବଂ ଶେଷ ମାଇଲ୍ ସଂଯୋଗୀକରଣକୁ ସହାୟତା କରିଛନ୍ତି।
ଗୋଟିଏ ବର୍ଷ ମଧ୍ୟରେ ୧ ଲକ୍ଷ ୟୁଏଲ୍‌ଏ ସ୍ଥାପନ ମାଇଲଖୁଣ୍ଟ ଅତିକ୍ରମ କରିବା ସହିତ ରାଜ୍ୟରେ ୨ ଲକ୍ଷରୁ ଅଧିକ ମୋଟ ରୁଫଟପ୍ ସୋଲାର ସ୍ଥାପନ, ଓଡ଼ିଶାରେ ରୁଫଟପ୍ ସୋଲାର ଆପଣେଇବାର ଦ୍ରୁତ ଗତିକୁ ଦର୍ଶାଉଛି।
ଭାରତର ବ୍ୟାପକ ରୁଫଟପ୍ ସୋଲାର ଲକ୍ଷ୍ୟ ପାଇଁ, ଓଡ଼ିଶାର ଅଭିଜ୍ଞତା ଆର୍ôଥକ ପ୍ରୋତ୍ସାହନ ସହିତ ନିରନ୍ତର ଉପଭୋକ୍ତା ସଚେତନତା, ସ୍ଥାନୀୟ ଭାଗିଦାରୀ ଏବଂ ବିତରଣ ସଂସ୍ଥାଗୁଡ଼ିକର ସକ୍ରିୟ ସଂଯୋଗର ଗୁରୁତ୍ୱକୁ ଦର୍ଶାଉଛି। ବିଶେଷ କରି ୟୁଏଲ୍‌ଏ ଆପ୍ରୋଚ୍ ଦର୍ଶାଉଛି ଯେ, କିପରି ଏକ ଗୋଷ୍ଠୀ-କେନ୍ଦ୍ରିକ ମଡେଲ୍ ରୁଫଟପ୍ ସୋଲାରକୁ ବ୍ୟକ୍ତିଗତ ବ୍ୟବହାରକାରୀଙ୍କଠାରୁ ଆଗକୁ ନେଇ ପଡ଼ୋଶୀ ଗ୍ରାମଗୁଡ଼ିକରେ ପହଞ୍ଚାଇବାରେ ସାହାଯ୍ୟ କରିପାରିବ।
ସମନ୍ୱିତ କାର୍ଯ୍ୟକାରିତା, ଉପଭୋକ୍ତା ସଚେତନତା ଏବଂ ଗୋଷ୍ଠୀ-କେନ୍ଦ୍ରିକ ଆପଣେଇବା କିପରି ଏକ ନୀତିଗତ କାର୍ଯ୍ୟକ୍ରମରୁ ରୁଫଟପ୍ ସୋଲାରର ବୃହତ୍ ସ୍ତରର ଘରୋଇ ବ୍ୟବହାର ରୂପାନ୍ତରଣକୁ ତ୍ୱରାନ୍ୱିତ କରିପାରିବ, ଓଡ଼ିଶାର ଏହି ଯାତ୍ରା ତାହା ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

4 × 2 =