ସୋନି ଇଣ୍ଡିଆ ପକ୍ଷରୁ ନୂଆ ୪୦୦ ଏମ୍ଏମ୍ ଓ ୬୦୦ ଏମ୍ଏମ୍ ଜି ମାଷ୍ଟର ସୁପର-ଟେଲିଫଟୋ ପ୍ରାଇମ୍ ଲେନ୍ସର ଶୁଭାରମ୍ଭ
ସୋନି ଇଣ୍ଡିଆ ପକ୍ଷରୁ ଦୁଇଟି ନୂଆ ଜି ମାଷ୍ଟର ସୁପର ଟେଲିଫଟୋ ପ୍ରାଇମ୍ ଲେନ୍ସକୁ ଆଲ୍ଫା ଫୁଲ୍ ଫ୍ରେମ୍ ଇ-ମାଉଂଟ୍ ସିଷ୍ଟମ୍ ପାଇଁ ଉନ୍ମୋଚନ କରାଯାଇଛି। ୪୦୦ ଏମ୍ଏମ୍ ଫୋକାଲ୍ ଲେନ୍ଥ ସହ ଏଫ୍ଇ ୪୦୦ ଏମ୍ଏମ୍ ଏଫ୍୪.୫ ଜିଏମ୍ ଓଏସଏସ୍ ଓ ୬୦୦ ଏମ୍ଏମ୍ ଫୋକାଲ୍ ଲେନ୍ଥ ସହିତ ଏଫ୍ଇ ୬୦୦ ଏମ୍ଏମ୍ ଏଫ୍୬.୩ ଜିଏମ୍ ଓଏସ୍ଏସ୍କୁ ଉନ୍ମୋଚନ କରାଯାଇଛି। ଉଭୟ ଲେନ୍ସ ନିଜ ନିଜ ବର୍ଗରେ ବିଶ୍ୱର ସବୁଠୁ ପତଳା।
ଏଫ୍ଇ ୪୦୦ ଏମ୍ଏମ୍ ଏଫ୍୪.୫ ଜିଏମ୍ ଓଏସଏସ୍ ଲେନ୍ସର ଓଜନ ହେଉଛି ୯୯୪ ଗ୍ରାମ ଓ ଏଫ୍ଇ ୬୦୦ ଏମ୍ଏମ୍ ଏଫ୍୬.୩ ଜିଏମ୍ ଓଏସ୍ଏସ୍ର ଓଜନ ହେଉଛି ୯୯୫ ଗ୍ରାମ। ହାଲୁକା ହୋଇଥିବାରୁ ଏହାକୁ ବିଭିନ୍ନ ପ୍ରକାର ପରିବେଶରେ ଉନ୍ନତ ଫଟୋଗ୍ରାଫି ପାଇଁ ସହଜରେ ବ୍ୟବହାର କରାଯାଇପାରିବ। ଏହାର ଓଜନକୁ ବେଶ ସନ୍ତୁଳିତ ରଖାଯାଇଛି ଯାହା ଫଳରେ ହାତରେ ସୁଟିଂ ବେଳେ ସଜହରେ ପରିଚାଳନା କରାଯାଇପାରିବ। ଫଳରେ ପକ୍ଷୀ, ବନ୍ୟଜନ୍ତୁ ଓ କ୍ରୀଡ଼ା କାର୍ଯ୍ୟକ୍ରମକୁ ଉତ୍ତୋଳନ କରିବା ପାଇଁ ଏହା କ୍ୟାମେରାକୁ ବେଶ ଉପଯୁକ୍ତ କରିପାରିଛି।
ଜି ମାଷ୍ଟର ସିରିଜ୍ ଯେଉଁ ଉଲ୍ଲେଖନୀୟ ରିଜଲ୍ୟୁସନ ଓ ସୁନ୍ଦର ବୁକେ ପାଇଁ ପରିଚିତ ତାହା ଏହି ଲେନ୍ସ ପ୍ରଦାନ କରିପାରୁଛି। ଏହା ଜରିଆରେ ଫଟୋଗ୍ରାଫରମାନେ ଦୂରରେ ଥିବା ଜିନିଷକୁ ନିକିନିଖି ଭାବେ ଉତ୍ତୋଳନ କରିପାରିବେ। ଦ୍ରୁତ ବେଗରେ ଗତି କରୁଥିବା ବିଷୟକୁ ମଧ୍ୟ ଏହା ଉଲ ଭାବେ ଉତ୍ତୋଳନ କରିପାରିବ।
ସୋନି ଇଣ୍ଡିଆର ଇମେଜିଂ ଓ ପ୍ରଫେସନାଲ ସଲ୍ୟୁସନ୍ସ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ଫଟୋଗ୍ରାଫରମାନଙ୍କ ଆବଶ୍ୟକତାକୁ ବୁଝିପାରି ସୋନି ସର୍ବଦା ଇମେଜିଂ ପ୍ରଯୁକ୍ତିର ପରିସୀମାକୁ ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ରହିଛି। ଲମ୍ବା ଟେଲିଫଟୋକୁ ହାଲୁକା ମାଧ୍ୟମରେ ଉପଲବ୍ଧ କରାଇ ନୂଆ ଏଫ୍ଇ ୪୦୦ ଏମ୍ଏମ୍ ଏଫ୍ ୪.୫ ଜିଏମ୍ ଓଏସ୍ଏସ୍ ଓ ଏଫ୍ଇ ୬୦୦ ଏମ୍ଏମ୍ ଏଫ୍୬.୩ ଜିଏମ୍ ଓଏସ୍ଏସ୍ ଜରିଆରେ ଆମେ ତାହାକୁ ଆଉ କିଛି ପାହାଚ ଆଗକୁ ବଢ଼ାଇଛୁ। ଏକ କେଜିରୁ କମ୍ ଓଜନରେ ଏହି ଲେନ୍ସଗୁଡ଼ିକ ୪୦୦ ଏମ୍ଏମ୍ ଓ ୬୦୦ ଏମ୍ଏମ୍ ଫୋକାଲ୍ ଲମ୍ବକୁ ଏଭଳି ଉପାୟରେ ଆଣିଛି ଯାହାକୁ ଫଟୋଗ୍ରାଫରମାନେ ପ୍ରକୃତରେ ବ୍ୟବହାର, ପରିଚାଳନା କରିବା ସହ କ୍ଷେତ୍ରରେ ସୁଟିଂ କରିପାରିବେ। ବନ୍ୟଜନ୍ତୁ, ପକ୍ଷୀ ଓ କ୍ରୀଡ଼ା ଫଟୋଗ୍ରାଫରମାନଙ୍କ ପାଇଁ ଏହା ସେମାନେ କିଭଳି ଆଭିମୁଖ୍ୟ କଣ ରହିଛି ଓ କଣ ସୁଟିଂ କରିବାକୁ ଚାହୁଛନ୍ତି ସେଥିରେ ବାସ୍ତବ ପରିବର୍ତନ ଆଣିପାରିବ।”
ଏଥିରେ ତିନିଟି ସୁପର ଇଡି ଗ୍ଲାସ୍ ଉପାଦାନ ଓ ଗୋଟିଏ ଇଡି ଗ୍ଲାସ୍ ଉପାଦାନ, ନାନୋ ଏଆର୍ କୋଟିଂ-୨, ୧୧ ବ୍ଲେଡ୍ ସର୍କୁଲାର ଆପେରର୍ଚର, ୨ଟି ଏକ୍ସଡି ଲିନିୟର ମୋଟର, ଫୁଲ୍ ଟାଇମ୍ ଡିଏମ୍ଏଫ୍ ସ୍ୱିଚ୍, ଫୋକସ୍ ମୋଡ୍ ସ୍ୱିଚ୍ ଆଦି ସୁବିଧା ରହିଛି। ଏହି ଲେନ୍ସଗୁଡ଼ିକ ଧୂଳି ଓ ଆର୍ଦ୍ରତା ପ୍ରତିରୋଧୀ ଓ ଏହାର ସାମନାରେ ଫ୍ଲୋରିନ କୋଟିଂ ରହିଛି ଯାହା ପ୍ରଦୂଷଣକୁ ରୋକିବ ଏବଂ ବାହାରେ ସୁଟିଂ ବେଳେ ବିଶେଷ ସହାୟକ ହୋଇପାରିବ।
ଏହି ଦୁଇ ଲେନ୍ସ ସମସ୍ତ ସୋନି ସେଂଟର, ଆଲ୍ଫା ଫ୍ଲାଗସିପ୍ ଷ୍ଟୋର୍, ସୋନି ସ୍ୱୀକୃତିପ୍ରାପ୍ତ ଡିଲର ଓ ପ୍ରମୁଖ ଇଲେକ୍ଟ୍ରୋନିକ୍ସ ଷ୍ଟୋର୍ଗୁଡ଼ିକରେ ଉପଲବ୍ଧ ହେବ। ୨୦୨୬ ସେପ୍ଟେମ୍ବର ୨୪ଠାରୁ ଏହା ଆମାଜନ ଓ ଫ୍ଲିପ୍କାର୍ଟ ଭଳି ପ୍ରମୁଖ ଇ-କମର୍ସ ଷ୍ଟୋର୍ରେ ଉପଲବ୍ଧ ହେବ। ଏଫ୍ଇ ୪୦୦ ଏମ୍ଏମ୍ ଏଫ୍ ୪.୫ ଜିଏମ୍ ଓଏସ୍ଏସ୍ର ଦାମ୍ ୩,୧୦,୯୯୦ ଟଙ୍କା ଓ ଏଫ୍ଇ ୬୦୦ ଏମ୍ଏମ୍ ଏଫ୍୬.୩ ଜିଏମ୍ ଓଏସ୍ଏସ୍ର ଦାମ୍ ୪,୨୮,୯୯୦ ଟଙ୍କା ରହିଛି।

