ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୩୨ ଉନ୍ମୋଚିତ

ଭୁବନେଶ୍ୱର, ୨୫ ମାର୍ଚ୍ଚ ୨୦୨୩: ନୋକିଆର ଗୃହ ଭାବେ ପରିଚିତ ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୂଆ ନୋକିଆ ସି୩୨କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି ପ୍ରଥମ ସି-ସିରିଜ୍ ସ୍ମାର୍ଟଫୋନ୍ ଯେଉଁଥିରେ ୫୦ ଏମ୍‌ପି ଡୁଆଲ୍ କ୍ୟାମେରା ରହିଛି ଯାହା ଦ୍ୱାରା ସୁଲଭ ମୂଲ୍ୟରେ ଉନ୍ନତ ଇମେଜିଂ ସୁବିଧା ଗ୍ରାହକମାନଙ୍କ ନିକଟତର ହୋଇପାରିଛି । ଏଥିରେ ରହିଛି ସଦ୍ୟତମ ଆଣ୍ଡ୍ରଏଡ୍ ୧୩ ଓ କଠୋର ଗ୍ଲାସ୍ ଫିନିସ୍ ସହିତ ପ୍ରିମିୟମ୍ ରୂପରେ ଏହା ଉପଲବ୍ଧ ହୋଇଛି ।
ଏହି ନୂଆ ଫୋନ ସମ୍ପର୍କରେ ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଭିପି-ଭାରତ ଓ ଏପିଏସି ରବି କନୱର କହିଛନ୍ତି ଯେ, “ନୋକିଆ ସି୨୨କୁ ସଫଳତାର ସହ ଉନ୍ମୋଚନ କରିବା ପରେ ନୋକିଆ ସି୩୨କୁ ଉନ୍ମୋଚନ କରି ଆମେ ରୋମାଂଚିତ ଯାହା ଭରସାଯୋଗ୍ୟ ପ୍ରଦର୍ଶନ, ଚିତାକର୍ଷକ ଛବି ଓ ଦୀର୍ଘସ୍ଥାୟୀ ବ୍ୟାଟେରି ପ୍ରଦାନ କରିବ । ଭାରତରେ ନୋକିଆ ସି-ସିରିଜ୍ ଫୋନ୍‌ର ସଫଳତା ଆମକୁ ଏହି ବର୍ଗରେ ଶେଷ୍ଠ ମୂଲ୍ୟ ଓ ନବସୃଜନ ପ୍ରଦାନ କରିବାକୁ ଉତ୍ସାହିତ କରିଛି । ପୁନଶ୍ଚ, ଆମର ବିଶ୍ୱାସ ରହିଛି ଯେ ମୂଲ୍ୟ ପାଇଁ ଡିଜାଇନ୍ ସହ ସାଲିସ ନହେଉ, ସେଥିପାଇଁ ଆମେ ଏଥିରେ କଠିନ ଗ୍ଲାସ୍ ଫିନିସ୍ ବ୍ୟବହାର କରିଛୁ ଯାହା ସାଧାରଣତଃ ଅଧିକ ପ୍ରିମିୟମ୍ ଭଳି ଦେଖିବା ଯାହା ଏହା ଉଠାଉଥିବା ଫଟୋ ଭଳି ସୁନ୍ଦର ଦେଖାଯିବାକୁ ସୁନିଶ୍ଚିତ କରିବ ।’’
ନୋକିଆ ସି-ସିରିଜ୍ ଫୋନ୍‌ରେ ରହିଛି୬.୫ ଇଂଚ୍‌ର ଏଚ୍‌ଡି+ ଡିସ୍‌ପ୍ଲେ ଯାହା ତିନିଟି ସୁନ୍ଦର ରଙ୍ଗ ଚାରକୋଲ୍‌, ବ୍ରିଜି ମିଂଟ୍ ଓ ବିଚ୍ ପିଙ୍କ ରଙ୍ଗରେ ଆସୁଛି । ଏଥିରେ ରହିଛି ୫୦ ଏମ୍‌ପି ଏଆଇ ଡୁଆଲ୍ କ୍ୟାମେରା ଓ ୮ ଏମ୍‌ପି ସେଲ୍‌ଫି କ୍ୟାମେରା ଓ ଉଭୟ କ୍ୟାମେରାରେ ନାଇଟ୍ ମୋଡ୍ ରହିଛି । ଯେକୌଣସି ପ୍ରକାର ଆଲୋକ ସ୍ଥିତିରେ ନୋକିଆ ସି୩୨ ଚମତ୍କାର ଛବି ପ୍ରଦାନ କରୁଛି ।
ଏଥିରେ ଥିବା ନୋକିଆ ଆଣ୍ଡ୍ରଏଡ୍ ୧୩ ଫୋନ୍‌କୁ କାମ ଠାରୁ ଆରମ୍ଭ କରି ମନୋରଂଜନ ପର୍ଯ୍ୟନ୍ତ ସବୁ କିଛି ପାଇଁ ପ୍ରସ୍ତୁତ କରିପାରିଛି । ସି-ସିିରିଜ୍‌ର ଫୋନ୍ ଭାବେ ଏହାକୁ ଆଇପି୫୨ ରେଟେଡ୍ ସୁରକ୍ଷା ମିଳିଛି ଯାହା ଫୋନ୍‌କୁ ଦାଗ, ପଡ଼ିଯିବା ଏବଂ ଦୈନନ୍ଦୀନ କ୍ଷୟକ୍ଷତି ଆଦିରୁ ସୁରକ୍ଷା ପ୍ରଦାନ କରିବ । ଫୋନ୍ ଭିତରେ ଆପ୍ ହାଇବରନେସନ ଓ ସୁପର ବ୍ୟାଟେରି ସେଭର ସୁବିଧା ରହିଛି । ଫୋନ୍‌କୁ ଥରେ ଚାର୍ଜ କଲେ ତିନି ଦିନ ପର୍ଯ୍ୟନ୍ତ ତାହା ଚାଲିପାରୁଛି ।
ନୋକିଆ ସି୩୨ରେ ରହିଛଇ ୩ ଜିବି ଅତିରିକ୍ତ ଭର୍ଚୁଆଲ ରାମ୍ ଯାହା ଜରିଆରେ ଅଧିକ ଆପ୍‌କୁ ଫୋନ୍‌ରେ ବ୍ୟବହାର ଲାଗି ରଖିହେବ । ନୋକିଆ ସି୩୨ ଫୋନ୍ ୭ଜିବି+୬୪ ଜିବି ଓ ୭ଜିବି+୧୨୮ ଜିବି ଷ୍ଟୋରେଜ୍ ମଡେଲ୍‌ରେ ଉପଲବ୍ଧ ହେଉଛି । ଉଭୟ ମଡେଲ୍‌ର ଦାମ୍ ଯଥାକ୍ରମେ ୮୯୯୯ ଟଙ୍କା ଓ ୯୪୯୯ ଟଙ୍କା ରହିଛି ।
ଜିଓ ପ୍ଲସ୍ (ପୋଷ୍ଟପେଡ୍‌) ନୋକିଆ ଫୋନ୍ ବ୍ୟବହାରକାରୀମାନେ ୩୫୦୦ ଟଙ୍କା ପର୍ଯ୍ୟନ୍ତର ସ୍ୱତନ୍ତ୍ର ଲାଭ ପାଇବେ ଯାହା ଭିତରେ ରହିଛି ୧୦୦୦ ଟଙ୍କା ମୂଲ୍ୟର ୧୦୦ ଜିବି ଅତିରିକ୍ତ ଡାଟା (୧୦ ମାସ ପାଇଁ ମାସକୁ ୧୦ ଜିବି ଅତିରିକ୍ତ ଡାଟା), ୭୦୦ ଟଙ୍କାର ୩ ମାସର ଇଜିଡାଇନର ସବ୍‌ସ୍କ୍ରିପ୍‌ସନ୍‌, ଇକ୍ସିଗୋର ୪୫୦୦ ଟଙ୍କାରୁ ଅଧିକ ମୂଲ୍ୟର ବିମାନରେ ୭୫୦ ଟଙ୍କା ରିହାତି ଓ ୧୧୦୦ ଟଙ୍କାର ଇଟି ପ୍ରାଇମ୍ ସବ୍‌ସ୍କ୍ରିପ୍‌ସନ୍ ମାତ୍ର ୪୯ ଟଙ୍କାରେ ।

Share

Leave a Reply

Your email address will not be published. Required fields are marked *

2 × 5 =