ଦେଶରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ() ଦେଶରେ କରୋନା ଅପଡେଟ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘ ଦେଶରେ ସଂକ୍ରମଣ ହାର କ୍ରମାଗତ ଭାବେ କମିବାରେ ଲାଗିଛି । ସେପ୍ଟେମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ସଂକ୍ରମଣ ୯୦,୩୪୬ ରହୁଥିଲା । କିନ୍ତୁ ଏବେ ଦେଶରେ ଦୈନିକ ସଂକ୍ରମଣ ୪୫,୮୦୦ ମଧ୍ୟରେ ରହୁଛି । ସେମିତି ସେପ୍ଟମ୍ବର ୧୬ରୁ ୨୨ ମଧ୍ୟରେ ଦୈନିକ ମୃତ୍ୟୁ ୧୧୬୫ ଥିଲା । ଏବେ ଦେଶରେ ଦୈନିକ ମୃତ୍ୟୁହାର ୫୧୩ରେ ପହଞ୍ଚିଛି । କିଛି ରାଜ୍ୟରେ ସଂକ୍ରମଣ ହାର କମିଥିବା ବେଳେ ଆଉ କିଛି ରାଜ୍ୟରେ ବଢିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଓ ୟୁପିରେ କରୋନା ସଂକ୍ରମଣ କମୁଛି । ଅନ୍ୟପଟେ ମଣିପୁର, ଦିଲ୍ଲୀ, କେରଳ ଓ ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢିବାରେ ଲାଗିଛି ।’

Share

Leave a Reply

Your email address will not be published. Required fields are marked *

20 + 19 =