Business

ଶ୍ୟାମ ମେଟାଲିକ୍ସ ଆର୍ଥିକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ଆୟରେ ଅଦ୍ଭୁତପୂର୍ବ ଅଭିବୃଦ୍ଧି ରେକର୍ଡ

ଭୁବନେଶ୍ୱର: କାର୍ବନ୍ ଷ୍ଟିଲ୍‌, ଷ୍ଟେନ୍‌ଲେସ୍ ଷ୍ଟିଲ୍‌, ସ୍ପେଶାଲ୍‌ଟି ଆଲଏଜ୍‌, ଆଲୁମିନିୟମ୍ ଫଏଲ୍ ଏବଂ ନିଜସ୍ୱ ବିଦ୍ୟୁତ୍ ଉତ୍ପାଦନ ପ୍ଲାଣ୍ଟ ସହିତ ବହୁ-ଧାତୁ କ୍ଷେତ୍ରରେ ଅଗ୍ରଣୀ ସଂସ୍ଥା “ଶ୍ୟାମ ମେଟାଲିକ୍ସ ଆଣ୍ଡ୍ ଏନର୍ଜି ଲିମିଟେଡ୍‌’ (ଏସ୍‌ଏମ୍‌ଇଏଲ୍‌) ୩୦ ସେପ୍ଟେମ୍ବର ୨୦୨୬ ରେ ଶେଷ ହୋଇଥିବା ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ଏବଂ ଅର୍ଦ୍ଧବାର୍ଷିକ ଆର୍ôଥକ ଫଳାଫଳ ଘୋଷଣା କରିଛି। ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ କମ୍ପାନୀର ଆୟ, ଇବିଆଇଟିଡିଏ ଏବଂ କର ପରବର୍ତ୍ତୀ ଶୁଦ୍ଧ ଲାଭ (ପିଏଟି) ରେ ବ୍ୟାପକ ବୃଦ୍ଧି ସହିତ ଆର୍ଓଇ ଏବଂ ଆର୍ଓସିଇରେ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ କରାଯାଇଛି। କାର୍ଯ୍ୟକ୍ଷମତା ଆୟ ବାର୍ଷିକ ଆଧାରରେ ୩୩.୪ ପ୍ରତିଶତ ବୃଦ୍ଧି ପାଇ ୫,୯୬୦ କୋଟି ଟଙ୍କାରେ ପହଞ୍ଚିଥିବା ବେଳେ ଅପରେଟିଂ ଇବିଆଇଟିଡିଏ ବାର୍ଷିକ ଆଧାରରେ ୫୨.୬ ପ୍ରତିଶତ ବୃଦ୍ଧି ପାଇ ୮୨୩ କୋଟି ଟଙ୍କା ହୋଇଛି। କର ପରବର୍ତ୍ତୀ ଶୁଦ୍ଧ ଲାଭ (ପିଏଟି) ବାର୍ଷିକ ଆଧାରରେ ୯୬.୨ ପ୍ରତିଶତ ବୃଦ୍ଧି ପାଇ ୫୧୧ କୋଟି ଟଙ୍କା ହୋଇଥିବା ବେଳେ ମୋଟ ବିକ୍ରି ପରିମାଣ ବାର୍ଷିକ ଆଧାରରେ ୨୬ ପ୍ରତିଶତ ବୃଦ୍ଧି ପାଇ ୧୫.୪୯ ଲକ୍ଷ ଟନ୍‌ରେ ପହଞ୍ଚିଛି। ଏହି ତ୍ରୈମାସିକରେ ଇବିଆଇଟିଡିଏ ୮୫୭ କୋଟି ଟଙ୍କା ଏବଂ ଇବିଆଇଟିଡିଏ ମାର୍ଜିନ୍ ୧୪.୪ ପ୍ରତିଶତ (ବାର୍ଷିକ ୮୦ ବେସିସ୍ ପଏଣ୍ଟ ବୃଦ୍ଧି) ରହିଛି, ନଗଦ ଆକ୍ରୁଆଲ୍ ୬୨୧ କୋଟି ଟଙ୍କାରେ ପହଞ୍ଚିଛି ଏବଂ ଆରଓଇ ଓ ଆରଓସିଇ ଯଥାକ୍ରମେ ୧୪ ପ୍ରତିଶତ ଏବଂ ୨୦ ପ୍ରତିଶତ ହାସଲ ହୋଇଛି। ଏହି ତ୍ରୈମାସିକରୁ କମ୍ପାନୀ ରିଟେନ୍ ଡାଉନ୍ ଭାଲ୍ୟୁ (ଡ଼ବ୍ଲୁଡ଼ିଭି) ବଦଳରେ ଷ୍ଟ୍ରେଟ୍‌-ଲାଇନ୍ ଡିପ୍ରିସିଏସନ୍ ପଦ୍ଧତି ଆପଣେଇଛି, ଯାହା ଶିଳ୍ପର ପ୍ରଚଳିତ ନିୟମ ସହ ସାମଞ୍ଜସ୍ୟ ରଖିବା ସହ ସ୍ଥିର ରିଟର୍ନ ପ୍ରୋଫାଇଲ୍ ପ୍ରଦାନ କରିବ ଏବଂ ପ୍ରକୃତ କାର୍ଯ୍ୟଦକ୍ଷତାକୁ ସଠିକ୍ ଭାବେ ଦର୍ଶାଇବ।

ଅର୍ଦ୍ଧବାର୍ଷିକର ସମୁଦାୟ କାର୍ଯ୍ୟଦକ୍ଷତାକୁ ଦେଖିଲେ, ମୋଟ ଆୟ ୧୧,୪୧୫ କୋଟି ଟଙ୍କାରେ ପହଞ୍ଚିଛି, ଯାହା ଗତ ଆର୍ôଥକ ବର୍ଷର ପ୍ରଥମାର୍ଦ୍ଧରେ ୮,୮୯୦ କୋଟି ଟଙ୍କା ଥିଲା ଏବଂ ଏହା ବାର୍ଷିକ ଆଧାରରେ ୨୮.୪ ପ୍ରତିଶତ ବୃଦ୍ଧି ଦର୍ଶାଉଛି। ଅର୍ଦ୍ଧବାର୍ଷିକ ପାଇଁ ଇବିଆଇଟିଡିଏ ୧,୬୭୦ କୋଟି ଟଙ୍କା ରହିଛି (ବାର୍ଷିକ ଆଧାରରେ ୩୪.୪ ପ୍ରତିଶତ ବୃଦ୍ଧି) ଏବଂ ମାର୍ଜିନ୍ ୬୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୧୪.୬ ପ୍ରତିଶତ ହୋଇଛି। ପ୍ରଥମାର୍ଦ୍ଧ ପାଇଁ ଅପରେଟିଂ ଇବିଆଇଟିଡିଏ ୧,୫୮୮ କୋଟି ଟଙ୍କାରେ ପହଞ୍ଚି ବାର୍ଷିକ ଆଧାରରେ ୪୧.୯ ପ୍ରତିଶତ ବୃଦ୍ଧି ରେକର୍ଡ କରିଛି, ଯେଉଁଥିରେ ମାର୍ଜିନ୍ ୧୩୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୧୩.୯ ପ୍ରତିଶତ ହୋଇଛି। ଅର୍ଦ୍ଧବାର୍ଷିକ ରେ ମୋଟ ପିଏଟି ୮୬୨ କୋଟି ଟଙ୍କା ରହିଛି, ଯାହା ଗତବର୍ଷର ୫୫୧ କୋଟି ଟଙ୍କା ତୁଳନାରେ ବାର୍ଷିକ ଆଧାରରେ ୫୬.୪ ପ୍ରତିଶତ ଅଧିକ ଏବଂ ପିଏଟି ମାର୍ଜିନ୍ ୧୩୦ ବେସିସ୍ ପଏଣ୍ଟ ସୁଧାର ସହ ୭.୫ ପ୍ରତିଶତ ହୋଇଛି। କ୍ରମାଗତ ତ୍ରୈମାସିକ ତୁଳନାରେ, ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ଆୟ ପ୍ରଥମ ତ୍ରୈମାସିକର ୫,୪୫୫ କୋଟି ଟଙ୍କା ତୁଳନାରେ ୯.୩ ପ୍ରତିଶତ ବୃଦ୍ଧି ପାଇଛି, ଇବିଆଇଟିଡିଏ ପ୍ରଥମ ତ୍ରୈମାସିକର ୮୧୨ କୋଟି ଟଙ୍କା ତୁଳନାରେ ୫.୫ ପ୍ରତିଶତ ବୃଦ୍ଧି ପାଇଛି, ଅପରେଟିଂ ଇବିଆଇଟିଡିଏ ପ୍ରଥମ ତ୍ରୈମାସିକର ୭୬୫ କୋଟି ଟଙ୍କା ତୁଳନାରେ ୭.୫ ପ୍ରତିଶତ ବୃଦ୍ଧି ପାଇଛି ଏବଂ ପିଏଟି ପ୍ରଥମ ତ୍ରୈମାସିକର ୩୫୧ କୋଟି ଟଙ୍କା ତୁଳନାରେ ୪୫.୭ ପ୍ରତିଶତ ବୃଦ୍ଧି ପାଇଛି।

ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ ଉତ୍ପାଦ ଆଧାରରେ ଟନ୍ ପ୍ରତି ରିଅଲାଇଜେସନ୍ ଦେଖିଲେ, ମେଟାଲିକ୍ସ ଟନ୍ ପିଛା ୨୦,୩୨୫ ଟଙ୍କା (ବାର୍ଷିକ ଆଧାରରେ ୫.୧ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୯.୩ ପ୍ରତିଶତ ହ୍ରାସ), କାର୍ବନ୍ ଷ୍ଟିଲ୍ (ଲଙ୍ଗ୍‌) ୪୩,୭୨୩ ଟଙ୍କା (ବାର୍ଷିକ ଆଧାରରେ ୫.୩ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୪.୫ ପ୍ରତିଶତ ହ୍ରାସ), କାର୍ବନ୍ ଷ୍ଟିଲ୍ (ଫ୍ଲାଟ୍‌) ୮୫,୧୧୧ ଟଙ୍କା (ବାର୍ଷିକ ଆଧାରରେ ୧୬.୪ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୨.୦ ପ୍ରତିଶତ ହ୍ରାସ), ସ୍ପେଶାଲ୍‌ଟି ଆଲଏଜ୍ ୧,୧୨,୭୯୨ ଟଙ୍କା (ବାର୍ଷିକ ଆଧାରରେ ୧୮.୪ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୫.୮ ପ୍ରତିଶତ ବୃଦ୍ଧି), ଷ୍ଟେନ୍‌ଲେସ୍ ଷ୍ଟିଲ୍ ୧,୭୭,୧୫୬ ଟଙ୍କା (ବାର୍ଷିକ ଆଧାରରେ ୩୫.୨ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୦.୭ ପ୍ରତିଶତ ବୃଦ୍ଧି) ଏବଂ ଆଲୁମିନିୟମ୍ ୪,୯୬,୨୧୫ ଟଙ୍କା (ବାର୍ଷିକ ଆଧାରରେ ୨୭.୭ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୨.୬ ପ୍ରତିଶତ ବୃଦ୍ଧି) ରେକର୍ଡ କରିଛି। ଅର୍ଦ୍ଧବାର୍ଷିକ ରେ ପ୍ରତି ଟନ୍ ରିଅଲାଇଜେସନ୍ ମେଟାଲିକ୍ସ ପାଇଁ ୨୧,୩୦୭ ଟଙ୍କା (ବାର୍ଷିକ ଆଧାରରେ ୧୧.୭ ପ୍ରତିଶତ ବୃଦ୍ଧି), କାର୍ବନ୍ ଷ୍ଟିଲ୍ ଲଙ୍ଗ୍ ପାଇଁ ୪୪,୭୧୬ ଟଙ୍କା (ବାର୍ଷିକ ଆଧାରରେ ୩.୬ ପ୍ରତିଶତ ବୃଦ୍ଧି), କାର୍ବନ୍ ଷ୍ଟିଲ୍ ଫ୍ଲାଟ୍ ପାଇଁ ୮୫,୭୫୫ ଟଙ୍କା (ବାର୍ଷିକ ଆଧାରରେ ୧୮.୧ ପ୍ରତିଶତ ବୃଦ୍ଧି), ସ୍ପେଶାଲ୍‌ଟି ଆଲଏଜ୍ ପାଇଁ ୧,୦୯,୮୫୧ ଟଙ୍କା (ବାର୍ଷିକ ଆଧାରରେ ୨୦.୨ ପ୍ରତିଶତ ବୃଦ୍ଧି), ଷ୍ଟେନ୍‌ଲେସ୍ ଷ୍ଟିଲ୍ ପାଇଁ ୧,୭୬,୬୧୭ ଟଙ୍କା (ବାର୍ଷିକ ଆଧାରରେ ୩୧.୫ ପ୍ରତିଶତ ବୃଦ୍ଧି) ଏବଂ ଆଲୁମିନିୟମ୍ ପାଇଁ ୪,୮୯,୭୪୨ ଟଙ୍କା (ବାର୍ଷିକ ଆଧାରରେ ୨୯.୯ ପ୍ରତିଶତ ବୃଦ୍ଧି) ରହିଛି।

ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ ଉତ୍ପାଦ ବିକ୍ରି ପରିମାଣ ପ୍ରମୁଖ କ୍ଷେତ୍ରଗୁଡ଼ିକରେ ମଜବୁତ୍ କାର୍ଯ୍ୟକ୍ଷମତାକୁ ଦର୍ଶାଉଛି। ଆଇରନ୍ ପେଲେଟ୍ସ, ସ୍ପଞ୍ଜ ଆଇରନ୍ ଏବଂ ପିଗ୍ ଆଇରନ୍ ସମେତ ମେଟାଲିକ୍ସ ବିକ୍ରି ପରିମାଣ ବାର୍ଷିକ ଆଧାରରେ ୩୯.୨ ପ୍ରତିଶତ ବୃଦ୍ଧି ପାଇ ୯,୪୩,୦୨୦ ଟନ୍‌ରେ ପହଞ୍ଚିଛି (ତ୍ରୈମାସିକ ଆଧାରରେ ୧୧.୧ ପ୍ରତିଶତ ବୃଦ୍ଧି), ଯାହା ଅର୍ଦ୍ଧବାର୍ଷିକ ର ମୋଟ ବିକ୍ରିକୁ ୧୭,୯୧,୫୯୫ ଟନ୍‌କୁ (ବାର୍ଷିକ ଆଧାରରେ ୩୦.୯ ପ୍ରତିଶତ ବୃଦ୍ଧି) ନେଇଛି। ଷ୍ଟିଲ୍ ବିଲେଟ୍ସ ଏବଂ ଲଙ୍ଗ୍ ଷ୍ଟିଲ୍ ଉତ୍ପାଦ ସମେତ କାର୍ବନ୍ ଷ୍ଟିଲ୍ (ଲଙ୍ଗ୍‌) ବିକ୍ରି ୪,୩୨,୫୫୩ ଟନ୍‌ରେ ପହଞ୍ଚିଛି (ବାର୍ଷିକ ଆଧାରରେ ୧.୫ ପ୍ରତିଶତ ବୃଦ୍ଧି ଏବଂ ତ୍ରୈମାସିକ ଆଧାରରେ ୬.୮ ପ୍ରତିଶତ ବୃଦ୍ଧି), ଯାହା ଅର୍ଦ୍ଧବାର୍ଷିକ ରେ ମୋଟ ୮,୩୭,୪୧୧ ଟନ୍ (ବାର୍ଷିକ ଆଧାରରେ ୦.୫ ପ୍ରତିଶତ ବୃଦ୍ଧି) ହୋଇଛି। ସିଆର୍ କୋଇଲ୍‌/ସିଟ୍‌, କ୍ରାସ୍ ବ୍ୟାରିୟର୍ ଏବଂ ଏଚ୍‌ଆର୍ ଟ୍ୟୁବ୍‌/ପାଇପ୍ ସମେତ କାର୍ବନ୍ ଷ୍ଟିଲ୍ (ଫ୍ଲାଟ୍‌) ବିକ୍ରି ବାର୍ଷିକ ଆଧାରରେ ୧୦୯.୭ ପ୍ରତିଶତ ବୃଦ୍ଧି ପାଇ ୮୧,୪୯୩ ଟନ୍‌ରେ ପହଞ୍ଚିଛି (ତ୍ରୈମାସିକ ଆଧାରରେ ୬୪.୫ ପ୍ରତିଶତ ବୃଦ୍ଧି), ଯାହା ଅର୍ଦ୍ଧବାର୍ଷିକ ର ସମୁଦାୟ ପରିମାଣକୁ ୧,୩୧,୦୩୨ ଟନ୍ (ବାର୍ଷିକ ଆଧାରରେ ୮୩.୩ ପ୍ରତିଶତ ବୃଦ୍ଧି) କୁ ବୃଦ୍ଧି କରିଛି। ସ୍ପେଶାଲ୍‌ଟି ଆଲଏଜ୍ ବିକ୍ରି ପରିମାଣ ବାର୍ଷିକ ଆଧାରରେ ୪.୭ ପ୍ରତିଶତ ବୃଦ୍ଧି ପାଇ ୫୬,୬୮୩ ଟନ୍ (ତ୍ରୈମାସିକ ଆଧାରରେ ୧୦.୧ ପ୍ରତିଶତ ବୃଦ୍ଧି) ହୋଇଛି, ଯାହା ଅର୍ଦ୍ଧବାର୍ଷିକ ରେ ୧,୦୮,୧୬୨ ଟନ୍ (ବାର୍ଷିକ ଆଧାରରେ ୨.୩ ପ୍ରତିଶତ ହ୍ରାସ) ରହିଛି। ଷ୍ଟେନ୍‌ଲେସ୍ ଷ୍ଟିଲ୍ ବିକ୍ରି ପରିମାଣ ବାର୍ଷିକ ଆଧାରରେ ୨୦.୭ ପ୍ରତିଶତ ବୃଦ୍ଧି ପାଇ ୨୯,୮୪୭ ଟନ୍ (ତ୍ରୈମାସିକ ଆଧାରରେ ୨୮.୪ ପ୍ରତିଶତ ବୃଦ୍ଧି) ହୋଇଛି, ଯାହା ଅର୍ଦ୍ଧବାର୍ଷିକ ରେ ୫୩,୦୮୪ ଟନ୍ (ବାର୍ଷିକ ଆଧାରରେ ୧୯.୨ ପ୍ରତିଶତ ବୃଦ୍ଧି) ରେ ପହଞ୍ଚିଛି। ଆଲୁମିନିୟମ୍ ବିକ୍ରି ପରିମାଣ ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ ୫,୪୩୪ ଟନ୍ (ବାର୍ଷିକ ଆଧାରରେ ୩.୦ ପ୍ରତିଶତ ବୃଦ୍ଧି, ତ୍ରୈମାସିକ ଆଧାରରେ ୩.୧ ପ୍ରତିଶତ ହ୍ରାସ) ହୋଇଥିବା ବେଳେ ଅର୍ଦ୍ଧବାର୍ଷିକ ରେ ମୋଟ ୧୧,୦୪୦ ଟନ୍ (ବାର୍ଷିକ ଆଧାରରେ ୩.୦ ପ୍ରତିଶତ ବୃଦ୍ଧି) ରହିଛି।

ମୋଟ ଆୟ ଭାଗିଦାରୀ ବିଷୟରେ କହିଲେ, ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ ମୋଟ ଆୟର ୭୬ ପ୍ରତିଶତ ଏବଂ ଅର୍ଦ୍ଧବାର୍ଷିକ ରେ ୭୭ ପ୍ରତିଶତ ଷ୍ଟିଲ୍ ଉତ୍ପାଦରୁ ଆସିଛି। ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ପାଇଁ କାର୍ବନ୍ ଷ୍ଟିଲ୍ ୩୧.୮ ପ୍ରତିଶତ, ସ୍ପଞ୍ଜ ଆଇରନ୍ ୧୮.୩ ପ୍ରତିଶତ, ସ୍ପେଶାଲ୍‌ଟି ଆଲଏଜ୍ ୧୦.୭ ପ୍ରତିଶତ, ପିଗ୍ ଆଇରନ୍ ୮.୯ ପ୍ରତିଶତ, ଷ୍ଟେନ୍‌ଲେସ୍ ଷ୍ଟିଲ୍ ୮.୦ ପ୍ରତିଶତ, ସିଆର୍ କୋଇଲ୍ ଓ ସିଟ୍ ୫.୯ ପ୍ରତିଶତ, ଆଲୁମିନିୟମ୍ ଫଏଲ୍ ୪.୫ ପ୍ରତିଶତ, ଆଇରନ୍ ପେଲେଟ୍ସ ୦.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ୦.୯ ପ୍ରତିଶତ ଆୟ ଯୋଗାଇଛନ୍ତି। ଅର୍ଦ୍ଧବାର୍ଷିକ ପାଇଁ କାର୍ବନ୍ ଷ୍ଟିଲ୍ ୩୨.୮ ପ୍ରତିଶତ, ସ୍ପଞ୍ଜ ଆଇରନ୍ ୧୯.୪ ପ୍ରତିଶତ, ସ୍ପେଶାଲ୍‌ଟି ଆଲଏଜ୍ ୧୦.୪ ପ୍ରତିଶତ, ପିଗ୍ ଆଇରନ୍ ୮.୨ ପ୍ରତିଶତ, ଷ୍ଟେନ୍‌ଲେସ୍ ଷ୍ଟିଲ୍ ୭.୩ ପ୍ରତିଶତ, ସିଆର୍ କୋଇଲ୍ ଓ ସିଟ୍ ୬.୮ ପ୍ରତିଶତ, ଆଲୁମିନିୟମ୍ ଫଏଲ୍ ୪.୭ ପ୍ରତିଶତ, ଆଇରନ୍ ପେଲେଟ୍ସ ୦.୯ ପ୍ରତିଶତ ଏବଂ ଅନ୍ୟାନ୍ୟ ୦.୯ ପ୍ରତିଶତ ରାଜସ୍ୱରେ ଅଂଶଗ୍ରହଣ କରିଛନ୍ତି।

ଫଳାଫଳ ଉପରେ ମନ୍ତବ୍ୟ ଦେଇ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରଜ ଭୂଷଣ ଅଗ୍ରୱାଲ କହିଛନ୍ତି ଯେ ସୁଶୃଙ୍ଖଳିତ କାର୍ଯ୍ୟାନ୍ୱୟନ ଏବଂ ସମନ୍ୱିତ ବ୍ୟବସାୟ ମଡେଲ୍ ଯୋଗୁଁ କମ୍ପାନୀ ଆର୍ôଥକ ବର୍ଷ ୨୦୨୬ -୨୭ ର ଦ୍ୱିତୀୟ ତ୍ରୈମାସିକ ରେ ମଜବୁତ୍ କାର୍ଯ୍ୟଦକ୍ଷତା ଦେଖାଇଛି। କାର୍ଯ୍ୟକ୍ଷମତା ଆୟ ୩୩.୪ ପ୍ରତିଶତ ବୃଦ୍ଧି ପାଇଛି, ଇବିଆଇଟିଡିଏ ୪୦.୯ ପ୍ରତିଶତ ବୃଦ୍ଧି ସହ ମାର୍ଜିନ୍ ବାର୍ଷିକ ୮୦ ବେସିସ୍ ପଏଣ୍ଟ ବୃଦ୍ଧି ପାଇ ୧୪.୪ ପ୍ରତିଶତ ହୋଇଛି ଏବଂ ପିଏଟି ୯୬.୨ ପ୍ରତିଶତ ବୃଦ୍ଧି ପାଇଛି। ଏହି ଫଳାଫଳ “ଭିଜନ୍ ୨୦୩୧’ ଆଡ଼କୁ ଆମର ଅଗ୍ରଗତିକୁ ଦର୍ଶାଉଛି ଏବଂ ସମ୍ପ୍ରସାରଣର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଆବଶ୍ୟକୀୟ ପୁଞ୍ଜି ଯୋଗାଡ଼ କ୍ଷମତାକୁ ସୁଦୃଢ଼ କରୁଛି, ଯାହା ସ୍ଥାୟୀ ଆୟ ବୃଦ୍ଧିର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି। ଏହି ସମୟ ମଧ୍ୟରେ କମ୍ପାନୀ ଡାଉନ୍‌ଷ୍ଟ୍ରିମ୍ ଉପସ୍ଥିତି ଓ ସମନ୍ୱୟକୁ ଆହୁରି ଗଭୀର କରିଚାଲିଛି, ଯାହା ଫ୍ଲାଟ୍‌-ପ୍ରଡକ୍ଟ ପରିମାଣ ବୃଦ୍ଧି ଏବଂ ଷ୍ଟେନ୍‌ଲେସ୍ ଷ୍ଟିଲ୍‌ର କ୍ରମାଗତ ବିକ୍ରି ବୃଦ୍ଧିରେ ସହାୟକ ହୋଇଛି। ଏହି ତ୍ରୈମାସିକ ମଧ୍ୟରେ ଏସ୍‌ଏମ୍‌ଇଏଲ୍ ସମ୍ବଲପୁରଠାରେ ୧୮,୦୦୦ ଟିପିଏ ଆଲୁମିନିୟମ୍ ଫଏଲ୍ କ୍ଷମତା ଯୋଡ଼ିଛି, ଯାହା ମୋଟ କ୍ଷମତାକୁ ପ୍ରାୟ ୪୨,୦୦୦ ଟିପିଏ କୁ ବୃଦ୍ଧି କରିଛି। ଏହାସହ ସମ୍ବଲପୁରଠାରେ ୧.୫ ଏମ୍‌ଟିପିଏ ର ଏକ ବେନିଫିସିଏସନ୍ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇଛି, ଯାହା ନିମ୍ନମାନର ଓର (ଖଣିଜ) ର ସଠିକ୍ ବ୍ୟବହାର କରିବା ସହ ଫିଡ୍‌ଷ୍ଟକ୍ ଗୁଣବତ୍ତା ଓ ଇନ୍‌ପୁଟ୍ ସ୍ଥିରତାକୁ ସୁଧାରିବ।

ଇଏସ୍‌ଜି ପ୍ରତି ପ୍ରତିବଦ୍ଧତାକୁ ଦୋହରାଇ, ଜାମୁରିଆ ଷ୍ଟିଲ୍ ମିଲ୍‌ରେ ନୂତନ ଭାବେ କାର୍ଯ୍ୟକ୍ଷମ ହୋଇଥିବା ୮.୯୦ ମେଗାୱାଟ୍ ପିକ୍ ସୌର ଶକ୍ତି ପ୍ଲାଣ୍ଟ ସ୍ୱଚ୍ଛ ଶକ୍ତି ଆଡ଼କୁ ଆମର ପରିବର୍ତ୍ତନକୁ ଆଗେଇ ନେଉଛି। ଅନ୍ୟ ଏକ ସାମ୍ପ୍ରତିକ ବିକାଶ କ୍ରମରେ, ନୂତନ ଭାବେ ଅଧିଗ୍ରହଣ କରାଯାଇଥିବା ଫୁଟାମୁରା କୋଇଲା ବ୍ଲକ୍‌ରେ ରଣନୈତିକ ନିବେଶ ବ୍ୟାକୱାର୍ଡ ଇଣ୍ଟିଗ୍ରେସନ୍ ଏବଂ ଦୀର୍ଘକାଳୀନ କୋଇଲା ଯୋଗାଣ ସୁରକ୍ଷାକୁ ମଜବୁତ୍ କରୁଛି। ଏହା ବ୍ୟତୀତ, ମହାରାଷ୍ଟ୍ର ସରକାରଙ୍କ ସହ ହୋଇଥିବା ଏମ୍‌ଓୟୁ ଚନ୍ଦ୍ରପୁରଠାରେ ୯ ଏମ୍‌ଟିପିଏ ର ଏକ ସମନ୍ୱିତ ଷ୍ଟିଲ୍ କମ୍ପେ୍ଲକ୍ସର ମୂଲ୍ୟାଙ୍କନ ପାଇଁ ସୁଯୋଗ ସୃଷ୍ଟି କରୁଛି, ଯାହାକୁ କମ୍ପାନୀ ସମ୍ଭାବ୍ୟତା, ଜମି ଉପଲବ୍ଧତା ଏବଂ ସରକାରୀ ମଞ୍ଜୁରୀ ଆଧାରରେ ଆଗକୁ ନେବ।

Share

Leave a Reply

Your email address will not be published. Required fields are marked *

1 × 3 =