କ୍ରୀଡା

ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ

ଜାପାନର ଆଇଚି-ନାଗୋୟାରେ ଚାଲିଥିବା ଏସିଆନ୍ ଗେମ୍ସରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି । ଆଥଲେଟିକ୍ସ ଟ୍ରାକରେ ଭାରତୀୟ ମହିଳା ଦଳ ୪x୪୦୦ ମିଟର ରିଲେରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଭାରତୀୟ ଦଳ ୩ ମିନିଟ୍ ୨୯.୬୯ ସେକେଣ୍ଡରେ ରେସ୍ ଶେଷ କରି ପ୍ରଥମ ସ୍ଥାନ ହାସଲ କରିଛି । ଫଳରେ ଭାରତକୁ ଏସିଆନ ଗେମ୍ସରେ ୬ଷ୍ଠ ସ୍ବର୍ଣ୍ଣ ପଦକ ମିଳିଛି । ବାହାରିନ ଟିମ୍ ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ହାସଲ କରିଛି ।

ଆଥଲେଟିକ୍ସରେ ଗୁଲବୀର ସିଂହ ୫୦୦୦ ମିଟର ଦୌଡ଼ରେ ବ୍ରୋଞ୍ଜ ଜିତି ଚଳିତ ଏସିଆନ୍ ଗେମ୍ସରେ ତୃତୀୟ ପଦକ ହାସଲ କରିଛନ୍ତି । ଏହା ପୂର୍ବରୁ ସେ ୧୦,୦୦୦ ମିଟର ଓ ୧୫୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ଗୋଟିଏ ଏସିଆନ୍ ଗେମ୍ସ ସଂସ୍କରଣରେ ତିନିଟି ପଦକ ଜିତିଛନ୍ତି ।

ପୁରୁଷ ୪x୪୦୦ ମିଟର ରିଲେରେ ମଧ୍ୟ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି । ମନୁ ଟି ଏବଂ ବିଶାଲଟିକେ ଦ୍ୱିତୀୟ ଏବଂ ଚତୁର୍ଥ ଲେଗରେ ମଜବୁତ ପ୍ରଦର୍ଶନ କରିଥିଲେ । ଏହାପୂର୍ବରୁ ମିକ୍ସଡ୍ ୪x୧୦୦ ମିଟର ରିଲେରେ ମଧ୍ୟ ଭାରତ ବ୍ରୋଞ୍ଜ ପଦକ ଜିତିଥିଲା ।

ଏହାପୂର୍ବରୁ ଶୁଟିଂରେ ନୀରୁ ଧାଣ୍ଡା ମହିଳା ଟ୍ରାପର ବ୍ୟକ୍ତିଗତ ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଥିଲେ । ଏସିଆନ୍ ଗେମ୍ସରେ ଶୁଟିଂ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିବା ପ୍ରଥମ ଭାରତୀୟ ମହିଳା ହୋଇଥିଲେ ନୀରୁ । ଏହା ସହ ମହିଳା ଟ୍ରାପ୍ ଟିମ୍ ଇଭେଣ୍ଟରେ ମଧ୍ୟ ନୀରୁ, ମନୀଷା କୀର ଓ ଆଶିମା ଆହ୍ଲାୱତଙ୍କ ଦଳ ରୌପ୍ୟ ପଦକ ଜିତିଛି ।

Share

Leave a Reply

Your email address will not be published. Required fields are marked *

four × 2 =