ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ ବୈଠକ

ନୂଆଦିଲ୍ଲୀ ()  ଆଜି ନୀତି ଆୟୋଗ ଗଭର୍ଣ୍ଣିଂ କାଉନ୍ସିଲ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବାକୁ ଥିବା ଆୟୋଗର ପରିଚାଳନା ପରିଷଦ ବୈଠକରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୈଠକରେ ଗଭର୍ଣ୍ଣିଂ କାଉନସିଲରେ ସଦସ୍ୟ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ, କିଛି କେନ୍ଦ୍ରମନ୍ତ୍ରୀଙ୍କ ସମେତ ନୀତି ଆୟୋଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେବେ । ବୈଠକରେ ମରୁଡି ଓ ରିଲିଫ୍, ବର୍ଷାଜଳ ସଂରକ୍ଷଣ, କୃଷି କ୍ଷେତ୍ରରେ ଢାଂଚାଗତ ପରିବର୍ତନ ଓ କୃଷି ବଜାରର ସ୍ଥିତି , ଆକାଂକ୍ଷା ଜିଲାର ସ୍ଥିତି ତଥା ମାଓ ଉପଦ୍ରୁତ ଅଂଚଳରେ ସୁରକ୍ଷା ଭଳି ପ୍ରସଙ୍ଗରେ ଆଲୋଚନା ହେବ ।

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗଠାରୁ ଆରମ୍ଭ କରି ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଓଡ଼ିଶା ଉଠାଇବ । ନୀତି ଆୟୋଗ ପରିଚାଳନା ପରିଷଦରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ସଦସ୍ୟ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

1 × one =