ଫିଲ୍ମ ନେଲା ଫ୍ୟାନଙ୍କ ଜୀବନ

ଫ୍ୟାନମାନେ ନିଜର ଫେବରେଟ ଷ୍ଟାରର ମୁଭି ଆସିଲେ ସିନେମା ହଲ ସଜାଇବାଠୁ ଆରମ୍ଭ କରି ପୋଷ୍ଟର ବ୍ୟାନର ଏବଂ ଫୁଲମାଳ ସହିତ ନିଜ ସୁପରଷ୍ଟାରକୁ ସ୍ୱାଗତ କରିଥାନ୍ତି । ଏହା ଅତି ସାଧାରଣ କଥା ଅଟେ କିନ୍ତୁ ପ୍ରଭାସଙ୍କର ଏକ ଫ୍ୟାନଙ୍କ ସହିତ ପୋଷ୍ଟର ଲଗାଇବା ସମୟରେ ଏକ ଏଭଳି ଘଟଣା ଘଟିଛି ଯେଉଁ କାରଣରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁଯାୟୀ ଭେଙ୍କେଟେସ ନାୟକ ନାମକ ଜଣେ ଯୁବକ ପ୍ରଭାସଙ୍କର ଏକ ବଡ଼ ଫ୍ୟାନ ଅଟନ୍ତି । ସେ ଗତକାଲି ମେହେବୁବାନଗରର ତିରୁମାଲା ଥିଏଟରରେ ଏକ ବ୍ୟାନର ଲଗାଇବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି ଯେ ଫ୍ୟାନ ଜଣକ ପୋଷ୍ଟର ଠିକ କରିବା ପାଇଁ ଚେଷ୍ଟା କରୁଥିଲେ । ଏହି ସମୟରେ ସେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ଏବଂ କରେଣ୍ଟ ଏତେ ହାଇ ଭୋଲଟେଜର ଥିଲା ଯେ ସେ ସିନେମା ହଲ ଉପରୁ ତଳକୁ ଖସିପଡିଥିଲେ ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

two × one =