ଗୋ ଗ୍ରୀନ ଅଭିଯାନ : ଏଣିକି ସରକାରୀ କର୍ମଚାରୀଙ୍କୁ ଗୋଟିଏ ପେଜରେ ମିଳିବ ଦରମା ବିବରଣୀ

ଭୁବନେଶ୍ବର () ଦେଶରେ ପ୍ରଥମ ଥର ପାଇଁ ଓଡିଶା ସରକାର ସରକାରୀ କର୍ମଚାରୀଙ୍କୁ ଗୋଟିଏ ପୃଷ୍ଠାର ସାଲାରୀ ସ୍ଲିପ ଦେବେ । ଆସନ୍ତା ଡିସେମ୍ବର ମାସରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ଅର୍ଥ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଅର୍ଥ ବିଭାଗର ଏକ ରିପୋର୍ଟ ଅନୁଯାୟୀ ପ୍ରତି ମାସରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ପ୍ରାୟ 15 ଲକ୍ଷ ଏ-3 ପେପର ସରକାରୀ କର୍ମଚାରୀଙ୍କ ସାଲାରୀ ସ୍ଲିପ ବାହାର କରିବାକୁ ବ୍ୟବହାର କରାଯାଉଛି । ଜଣେ ସରକାରୀ କର୍ମଚାରୀଙ୍କ ଦରମା ପାଇଁ ପ୍ରାୟ 50ଟି ଏ-3 ପେପର ବ୍ୟବହାର ହେଉଛି । ନୂଆ ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ ସରକାର ବାର୍ଷିକ 1 କୋଟି 80 ଲକ୍ଷ ଏ-3 ପେପର ବ୍ୟବହାର ବଞ୍ଚାଇବେ ।

5-ଟି କାର୍ଯ୍ୟକ୍ରମ ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ପ୍ରତି ମାସର ଶେଷ କାର୍ଯ୍ୟ ଦିବସରେ ଟ୍ରେଜେରୀରୁ ଦରମା ପ୍ରଦାନ କରାଯିବ । ଏଥିସହିତ କର୍ମଚାରୀଙ୍କ ଦରମାର ପୂର୍ଣ୍ଣାଙ୍ଗ ବିବରଣୀ ଗୋଟିଏ ପେପରରେ ଦିଆଯିବ । ଏହାଦ୍ବାରା ଖର୍ଚ୍ଚ କାଟ ହେବା ସହ ଦରମା ପ୍ରଦାନ ପ୍ରକ୍ରିୟା ମଧ୍ୟ ତ୍ବରାନ୍ବିତ ହୋଇପାରିବ ।

ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ବର ଟ୍ରେଜେରୀ ଅଫିସରେ ଏହି ବ୍ୟବସ୍ଥାକୁ ଏକ ପାଇଲଟ ପ୍ରକଳ୍ପ ଭାବେ ଗ୍ରହଣ କରିବେ । ତେବେ ତା ପୂର୍ବରୁ ଆକାଉଣ୍ଟାଣ୍ଟ ଜେନେରାଲ ଓ କର୍ମଚାରୀଙ୍କ ସହ ଆଲୋଚନା କରିବେ । ଏଭିତରେ ରାଜ୍ୟ ସରକାର ଏହି ଯୋଜନାର ସଫଳ ରୁପାୟନ ପାଇଁ ଟ୍ରେଜେରୀ ଅଧିକାରୀ ଓ ଡିଡିଓଙ୍କୁ ଆବଶ୍ୟକ ତାଲିମ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

Share

Leave a Reply

Your email address will not be published. Required fields are marked *

six + 9 =