ପ୍ରଥମ ଦିନରେ ୧୦୦ କୋଟି

ମୁମ୍ବାଇ()  ବକ୍ସ ଅଫିସରେ ଧମାଲ କରିଛି ଫିଲ୍ମ “ସାହୋ” । ୫ଟି ଭାଷାରେ ରିଲିଜ ହୋଇଥିବା ଏହି ଫଲ୍ମ ‘ସାହୋ’ ଓପନିଙ୍ଗ ଦିନରେ ହିଁ ୧୦୦ କୋଟିରୁ ଅଧିକ ଟଙ୍କା ଆୟ କରିଛି। ‘ସାହୋ’ର ହିନ୍ଦୀ ଭର୍ସନରୁ କେବଳ ପ୍ରଥମ ଦିନରେ ୨୪ କୋଟିରୁ ଅଧିକ ଟଙ୍କା ଆୟ ହୋଇଛି। ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍ କରି ଏ ସମ୍ପର୍କିତ ସୂଚନା ଦେଇଛନ୍ତି। ୩୫୦ କୋଟି ଟଙ୍କାର ବଡ଼ ବଜେଟରେ ନିର୍ମିତ ଏହି ଫିଲ୍ମ “ସାହୋ” ଫିଲ୍ମକୁ ଭଲ ରିଭ୍ୟିୁ ମିଳିଛି । ଏହି ଫିଲ୍ମ ‘ସାହୋ’ ଦେଖିବାକୁ ଦର୍ଶକ ଆଗ୍ରହର ସହ ଅପେକ୍ଷା କରିଥିଲେ । ଦର୍ଶକଙ୍କ ଭଲ ରିଭ୍ୟୁ ଓ ପ୍ରଥମ ଦିନର ଆୟ ଦେଖିବାକୁ କଲେ ଏହି ଫିଲ୍ମ ଅନେକ ବଡ଼ ବଡ଼ ଫିଲ୍ମର ରେକର୍ଡ଼ ଭାଙ୍ଗିଛି ।

ଏହି ସିନେମା ‘ସାହୋ’ରେ ପ୍ରଭାସ ଓ ଶ୍ରଦ୍ଧାଙ୍କ ଅଭିନୟ ଦର୍ଶକଙ୍କ ମନ କିଣି ନେଇଛି । ଏହି ଫିଲ୍ମଟିକୁ ହିନ୍ଦି, ତେଲୁଗୁ, ତାମିଲ, କନ୍ନଡ଼ ଓ ମାଲାୟାଲାମରେ ରିଲିଜ କରାଯାଇଛି । ଏହି ଫଲ୍ମରେ ଚଙ୍କି ପାଣ୍ଡେ, ନୀଲ ନିତିନ ମୁକେଶ ଓ ମହେଶ ମାଞ୍ଜରେକର ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।

Share

Leave a Reply

Your email address will not be published. Required fields are marked *

13 − 9 =