୨୭ରେ ସର୍ବଦଳୀୟ ବୈଠକ ଡାକିବେ ବାଚସ୍ପତି

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବସିବ ବିଧାନସଭା ମୌସୁମୀ ଅଧିବେଶନ । ତାପୂର୍ବରୁ ୨୭ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ର । ସୁରୁଖୁରୁରେ ଗୃହକାର୍ୟ୍ୟ ଚଳାଇବା ପାଇଁ ସରକାର ଓ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ବାଚସ୍ପତି । କୋଭିଡ୍ କଟକଣାରେ ସେପ୍ଟେମ୍ବର ୯ ତାରିଖ ଯାଏ ଅଧିବେଶନ ଚାଲିବ ।
ଚଳିତ ଅଧିବେଶନରେ ରହିବ ୮ଟି କାର୍ୟ୍ୟ ଦିବସ । ଏଥିରୁ ୭ ଦିନ ଅଫିସିଆଲ୍ ବିଜନେସ୍ ପାଇଁ ସ୍ଥିର ହୋଇଥିବା ବେଳେ ଗୋଟିଏ ଦିନ ସେପ୍ଟେମ୍ବର ୩ ତାରିଖ ପ୍ରାଇଭେଟ୍ ମେମ୍ବର୍ସ ବିଜନେସ୍ ପାଇଁ ଧାର୍ୟ୍ୟ ହୋଇଛି । ମୌସୁମୀ ଅଧିବେଶନରେ କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଆଗତ ହୋଇପାରେ । ଚଳିତ ଅଧିବେଶନରେ କମ୍ପିପାରେ ବିଧାନସଭା । ସରକାରଙ୍କୁ ଘେରିବା ପାଇଁ ସରକାରଙ୍କ ହାତରେ ଅନେକ ପ୍ରସଙ୍ଗ ରହିଛି । .

Share

Leave a Reply

Your email address will not be published. Required fields are marked *

two × two =