ରାଜ୍ୟ

ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ପ୍ରଭାବରେ ଆଜିଠୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଉତ୍ତର ଥାଇଲାଣ୍ଡରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ୧୯ ସେପ୍ଟେମ୍ବର ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଏହି ଲଘୁଚାପପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରେ ସିଷ୍ଟମ୍‌ଟି ଧୀରେ ଧୀରେ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଯାଇପାରେ । କିନ୍ତୁ ଓଡ଼ିଶାରେ ଆସନ୍ତା କିଛି ଦିନ ବର୍ଷାର ପ୍ରଭାବ ଜାରି ରହିବ । ଯାହା ପ୍ରଭାବରେ ୧୮, ୧୯ ଓ ୨୦ ସେପ୍ଟେମ୍ବରରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ।”

ବିଶେଷକରି ଆଜି ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱରରେ ବିଜୁଳି, ଘଡ଼ଘଡ଼ି ଏବଂ ଝଟକା ପବନ ବହିବାର ଆଶଙ୍କା ରହିଛି। ସେପଟେ ବାତ୍ୟା ନେଇ ଅନିଶ୍ଚିତତା ଏବେ ବି ଜାରି ରହିଛି। IMD ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ନିର୍ଦ୍ଧିଷ୍ଟ ସୂଚନା ଜାରି କରାଯାଇନାହିଁ । ବିଦେଶୀ ମଡେଲ୍‌ଗୁଡ଼ିକରେ ମତଭେଦ ଥିବାରୁ ତୀବ୍ରତା ଓ ଗତିପଥ ନେଇ ଅସ୍ପଷ୍ଟତା ରହିଛି। ତେବେ ଲୋକେ ବ୍ୟସ୍ତ ନ ହେବାକୁ ପରାମର୍ଶ ଦେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ସରକାର ବିପର୍ଯ୍ୟୟ ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।”

ରାଜ୍ୟରେ ଲଗାତାର ବର୍ଷା ଛାଡ଼ିଯାଇଥିବାବେଳେ ବର୍ତ୍ତମାନ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଅଳ୍ପ ଅଳ୍ପ ବର୍ଷା ହେଉଥିବାବେଳେ ବର୍ତ୍ତମାନ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା ହେଉଛି। ଏହା କ୍ରମଶଃ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୩ରୁ ୪ ଦିନ ମଧ୍ୟ‌ରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ୨୩/୨୪ ତାରିଖ ବେଳକୁ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ମୁହାଁ ହୋଇ ଗତି କରିବା ସହ ରାଜ୍ୟରେ ପ୍ରବଳ ବର୍ଷା କରାଇପାରେ ବୋଲି ସେ ସୂଚନା ଦେଇଛନ୍ତି ।”

Share

Leave a Reply

Your email address will not be published. Required fields are marked *

20 − one =