୫୪ କୋଟି ଟଙ୍କାର ସମ୍ପତି ଜବତ

ଆଇଏନଏକ୍ସ ମିଡିଆ ମାମଲାରେ ବଡ କାର‌୍ୟ୍ୟାନୁଷ୍ଠାନ ନେଇଛି ପ୍ରବର୍ତନ ନିର୍ଦ୍ଦେଶାଳୟ ବା ଇଡି । ପୂର୍ବ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ କାର୍ତି ଚିଦାମ୍ବରମଙ୍କ ବିରୋଧରେ ବଡ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ତିଙ୍କର ଭାରତ ଓ ବିଦେଶରେ ଥିବା ୫୪ କୋଟି ଟଙ୍କାର ସମ୍ପତି ଜବତ କରିଛି ଇଡି । ଜବତ ସମ୍ପତିରେ ବ୍ୟାଙ୍କ ଆକାଉଁଟ ସାମିଲ ଅଛି । ଏଥିସହ କାର୍ତିଙ୍କ କମ୍ପାନୀ ଏ-ଏସ-ସି-ପିଏଲର ଅନେକ ସମ୍ପତି ଜବତ କରାଯାଇଛି । କମ୍ପାନୀର କୋଡାଇକନାଲରେ ଥିବା ୨୫ ଏକର ଚାଷ ଜମି, ଉଟିସ୍ଥିତ ୩.୭୫କୋଟିର ବଙ୍ଗଳା, ଉଟି କୋଠାଗିରି ସ୍ଥିତ ୧୬ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି । ଏଥିସହ ବିଦେଶରେ ଜବତ ହୋଇଥିବା ସମ୍ପତି ତାଲିକାରେ ରହିଛି ୟୁକେ ସମରସେଟରେ ଥିବା ୫କୋଟି ଟଙ୍କାର ଫାର୍ମହାଉସ, ଓ ସ୍ପେନ ବାର୍ସିଲୋନାରେ ଥିବା ଜମି, ଯାହାର ଦାମ ୧୪କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏହାଛଡା ତାଙ୍କ କମ୍ପାନୀ ନାଁରେ ଥିବା ୯୦ଲକ୍ଷ ଟଙ୍କା ବ୍ୟାଙ୍କ ଡିପୋଜିଟ କାର୍ତିଙ୍କ ନାଁରେ ଇଣ୍ଡିଆନ ଓଭର ସିଜ ବ୍ୟାଙ୍କରେ ଥିବା ୯.୨୩ କୋଟି ଟଙ୍କା ଜବତ କରିଛି ଇଡି । ଗତ କିଛି ଦିନ ତଳେ ଏୟାରସେଲ ମ୍ୟାକ୍ସିସ ମାମଲାରେ ଉଭୟ ବାପା-ପୁଅଙ୍କୁ ଆଶ୍ୱସ୍ତି ମିଳିଥିଲା । ନଭେମ୍ବର ୧ ତାରିଖ ଯାଏଁ ତାଙ୍କ ଗିରଫଦାରି ଉପରେ କୋର୍ଟ ରୋକ ଲଗାଇଥିଲେ ।

Share

Leave a Reply

Your email address will not be published. Required fields are marked *

5 × 1 =