ଟିପିଏସଓଡ଼ିଏଲରେ ଶ୍ରୀ ଜାମସେଦଜୀ ଟାଟାଙ୍କ ୧୮୫ତମ ଜନ୍ମ ବାର୍ଷିକୀ ପାଳିତ

ବ୍ରହ୍ମପୁର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼ରେ ଭାରତୀୟ ଶିଳ୍ପର ପୁରୋଧା ଶ୍ରୀ ଜାମସେଦଜୀ ନୁସରୱାନଜୀ ଟାଟାଙ୍କ ୧୮୫ତମ ଜନ୍ମ ବାର୍ଷିକୀ ପାଳିତ ହୋଇଛି। କର୍ପୋରେଟ ଅଫିସ ସମେତ ଟିପିଏସଓଡ଼ିଏଲର ଅନ୍ୟାନ୍ୟ ଅଫିସଗୁଡ଼ିକରେ ମଧ୍ୟ ଏହାକୁ ପାଳନ କରାଯାଇଛି। ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗଙ୍କ ସହ ଅପରେସନ ସର୍ଭିସେସ ଚିଫ ଶ୍ରୀ ମିଲିନ୍ଦ୍ ପ୍ରଭାକର କୁଲକର୍ଣ୍ଣି , ପ୍ରୋକ୍ୟୁରମେଣ୍ଟ ଚିଫ ଶ୍ରୀ ସୁବ୍ରତ ଦେ, ଟେକ୍ନୋଲୋଜି ବିଭାଗ ଚିଫ ଶ୍ରୀ ବିମାନ ଘୋଷ, ଚିଫ୍ ଟେକ୍ନିକାଲ ସର୍ଭିସେସ ଶ୍ରୀ ଦ୍ୟାନେଶ୍ୱର ରାମଚନ୍ଦ୍ର ଧର୍ମାଧିକାରି ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଜେଏନ ଟାଟାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
ପ୍ରତିଷ୍ଠାତା ଦିବସ ଅବସରରେ ଟିପିଏସଓଡ଼ିଏଲ୍ ପକ୍ଷରୁ ଟାଟା ସ୍ବେଛାସେବୀ ସପ୍ତାହ-୨୧ର ଆରମ୍ଭ ହୋଇଛି। ଏହି ମାସ ବ୍ୟାପି କାର୍ଯ୍ୟକ୍ରମରେ ସାମାଜିକ ଦାୟିତ୍ଵ ପଦକ୍ଷେପରେ ଅଂଶ ଗ୍ରହଣ କରିବା ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରାଯାଉଛି। ଉତ୍ସବକୁ ସ୍ମରଣୀୟ କରିବା ପାଇଁ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗଙ୍କ ମାର୍ଗଦର୍ଶନରେ ୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ମାରିଲାକ ମେର୍ସି ହୋମ୍ ପରିଦର୍ଶନ କରିବା ସହ ବୃଦ୍ଧାଶ୍ରମ ବାସିନ୍ଦାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସାମାଜିକ ଦାୟିତ୍ଵ ଓ ବୟସ୍କଙ୍କ ପ୍ରତି କରୁଣା ପ୍ରଦର୍ଶନ ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ବଜାୟ ରଖି ସେମାନଙ୍କ ସହ କିଛି ସମୟ ବିତାଇ ଥିଲେ।
ଏହି ପରିଦର୍ଶନରେ ଟିପିଏସଓଡ଼ିଏଲ୍ ସ୍ବେଛାସେବୀମାନେ ବିଭିନ୍ନ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ ଏବଂ ବୃଦ୍ଧାଶ୍ରମ ବାସିନ୍ଦାଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ ପ୍ରୟାସ କରିଥିଲେ। ସେମାନଙ୍କ ସହ ଆତ୍ମୀୟତା ଭରା କଥାବାର୍ତ୍ତାରୁ ଆରମ୍ଭ କରି ଗୀତ ଗାଇବା ଓ ଜୀବନର ସୁଖ ଦୁଃଖ କାହାଣୀ ବାଣ୍ଟିବାରେ କର୍ମଚାରୀମାନେ ସମୟ ଦେଇଥିଲେ। ଏହା ସହ ସ୍ବେଛାସେବୀମାନେ ବାସିନ୍ଦାଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର ପାଇଁ କିଛି ଜରୁରୀ ସାମଗ୍ରୀ, କପଡ଼ା ଓ ଖାଦ୍ୟ ବଣ୍ଟନ କରିଛନ୍ତି।
କମ୍ପାନୀର ଏହି ପଦକ୍ଷେପ ସମ୍ପର୍କରେ ଟିପିଏସଓଡ଼ିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ ଗର୍ଗ କହିଛନ୍ତି, ” ଆମର ବୃଦ୍ଧାଶ୍ରମ ପରିଦର୍ଶନ କେବଳ ଏକ ସେବା କାର୍ଯ୍ୟ ନୁହେଁ, ବରଂ ଏହା ସମ୍ମାନ ଓ ସଂହତିର ଅଭିବ୍ୟକ୍ତି। ଏହା ଆମର ମାନବିକତା ଓ ଅନ୍ୟ ମାନଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ଆଣିବା ପାଇଁ ପ୍ରତିବଦ୍ଧତାକୁ ସୂଚାଉଛି। କେବଳ ଗୋଟିଏ ପଦକ୍ଷେପରେ ସୀମିତ ନୁହେଁ, ବରଂ ପାରସ୍ପରିକ ସଦଭାବ, ସହାନୁଭୂତି ଓ ବୁଝାମଣା ଆଧାରରେ ଦୀର୍ଘ ସ୍ଥାୟୀ ସମ୍ପର୍କ ଗଢିବା ଦିଗରେ ଏହା ଏକ ଆରମ୍ଭ ମାତ୍ର। ମାନବିକତାକୁ ଆଶ୍ରୟ କରି ପରସ୍ପର ଶିଖିବା ଓ ଉନ୍ନତି କରିବା ସହ ଏହି ବୃଦ୍ଧାଶ୍ରମ ଭଳି ଅନ୍ୟାନ୍ୟ ସଂସ୍ଥାଗୁଡ଼ିକୁ ଅବିରତ ସହଯୋଗ କରିବା ପାଇଁ ଆମେ ପ୍ରତିବଦ୍ଧ।”

Share

Leave a Reply

Your email address will not be published. Required fields are marked *

fifteen − two =