ପପୁଲାର ଭେଇକିଲ୍‌ସ ଆଣ୍ଡ୍ ସର୍ଭିସେସ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ପପୁଲାର ଭେଇକିଲ୍‌ସ ଆଣ୍ଡ୍ ସର୍ଭିସେସ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । ୨୦୨୩ ଆର୍ଥିକ ବର୍ଷରେ ରାଜସ୍ୱ ଦୃଷ୍ଟିରୁ କଂପାନି ହେଉଛି ଏକ ଅଗ୍ରଣୀ ବିବିଧ ଅଟୋମୋବାଇଲ୍ ଡିଲରସିପ୍ ଯାହାର ଏକ ସମ୍ପୂର୍ଣ୍ଣ ସମନ୍ୱିତ ବିଜନେସ୍ ମଡେଲ୍ ରହିଛି ।
ନୂଆ ଇସ୍ୟୁ ଜରିଆରେ ୨୫୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଫର ଫର୍ ସେଲ୍‌ରେ ୧୪,୨୭୫,୪୦୧ ଇକ୍ୱିଟି ସେୟାର ବିକ୍ରି କରିବ ।
ଏହି ଅଫର ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କଂପାନି ଓ ସହାୟକ ସଂସ୍ଥାର ୧୯୨ କୋଟି ଟଙ୍କାର ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ଖର୍ଚ୍ଚ କରିବ ।
ଅଫର ଫର ସେଲ୍‌ରେ ବାନିୟାନ-ଟ୍ରି ଗ୍ରୋଥ୍ କ୍ୟାପିଟାଲ୍ ୨ ଏଲ୍‌ଏଲ୍‌ସି ପକ୍ଷରୁ ୧୨,୨୭୫,୪୦୧ ଇକ୍ୱିଟି ସେୟାର ବିକ୍ରି କରାଯିବ ।
ଇକ୍ୱିଟି ସେୟାରଗୁଡ଼ିକୁ ବମ୍ବେ ଷ୍ଟକ ଏକ୍ସଚେଂଜ୍ ଲିମିଟେଡ୍ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ ଲିମିଟେଡ୍‌ରେ ତାଲିକାଭୁକ୍ତ କରିବା ଲାଗି ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍‌ରେ ପ୍ରସ୍ତାବ ରହିଛି ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍ ଓ ସେଂଟ୍ରମ୍ କ୍ୟାପିଟାଲ୍ ଲିମିଟେଡ୍ ।
କଂପାନି ପକ୍ଷରୁ କାର୍‌, ବାଣିଜ୍ୟିକ ଯାନ ଓ ଇଲେକ୍ଟ୍ରିକ୍ ଦୁଇଚକିଆ ଓ ତିନି ଚକିଆ ଯାନର ସୋ’ରୁମ୍ ସ୍ଥାପନ କରାଯାଇଛି । ଏହା ମାରୁତି ସୁଜୁକି ଲିମିଟେଡ୍‌, ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌, ଜାଗୁଆର ଲ୍ୟାଣ୍ଡ୍‌ରୋଭର ଇଣ୍ଡିଆ ଲିମିଟେଡ୍‌, ଟାଟା ମୋଟର୍ସ ଲିମିଟେଡ୍‌, ଡେମ୍‌ଲର ଇଣ୍ଡିଆ କମର୍ସିଆଲ ଭେଇକିଲ୍ ପ୍ରାଇଭେଟ୍ ଲିମିଟେଡ୍‌, ପିଆଜିଓ ଭେଇକିଲ୍‌ସ ପ୍ରାଇଭେଟ୍ ଲିମିଟେଡ୍ ଓ ଏଥର ଏନର୍ଜି ପ୍ରାଇଭେଟ୍ ଲିମିଟେଡ୍‌ର ସୋ’ରୁମ୍ ସ୍ଥାପନ କରାଯାଇଛି । ୨୦୨୩ ଜୁଲାଇ ସୁଦ୍ଧା ସାରା ଦେଶରେ କଂପାନିର ୫୯ଟି ସୋ’ରୁମ୍‌, ୧୨୬ ସେଲ୍‌ସ ଆଉଟ୍‌ଲେଟ୍ ଓ ବୁକିଂ ଅଫିସ, ୩୧ ପ୍ରି-ଓନଡ୍ ଗାଡ଼ି ସୋ’ରୁମ୍‌, ୧୩୪ ସର୍ଭିସ୍ ସେଂଟର, ୪୦ ରିଟେଲ୍ ଆଉଲେଟ୍ ଓ ୨୪ଟି ଗୋଦାମ ରହିଛି ।

Share

Leave a Reply

Your email address will not be published. Required fields are marked *

ten + six =