ଆଜାଦ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: ଆଜାଦ ଇଞ୍ଜିନିୟରିଂ ଲିମିଟେଡ୍ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍‌ପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି । କଂପାନି ଇନିସିଆଲ ପବ୍ଲିକ୍ ଅଫର ଜରିଆରେ ୨୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଅଫର ଫର୍ ସେଲ୍‌ରେ ୫୦୦ କୋଟି ଟଙ୍କା ମୂଲ୍ୟର ଇକ୍ୱିଟି ସେୟାର ବିକ୍ରି କରିବ ।
ଅଫର ଫର ସେଲ୍‌ରେ ରାକେଶ ଚୋପଦାର ୧୭୦ କୋଟି ଟଙ୍କା, ପିରାମଳ ଷ୍ଟ୍ରକଚରଡ୍ କ୍ରେଡିଟ୍ ଅପର୍ଚୁନିଟିଜ୍ ଫଣ୍ଡ୍ ୨୮୦ କୋଟି ଟଙ୍କା ଏବଂ ଡିଏମ୍‌ଆଇ ଫାଇନାନ୍ସ ପ୍ରାଇଭେଟ୍ ଲିମିଟେଡ୍ ୫୦ କୋଟି ଟଙ୍କାର ଇକ୍ୱିଟି ସେୟାର ବିକ୍ରି କରିବେ ।
ଏହି ଅଫର ଜରିଆରେ ସଂଗୃହୀତ ହେବାକୁ ଥିବା ପାଣ୍ଠିକୁ କଂପାନି ପୁଞ୍ଜି ବ୍ୟୟ, କିଛି ଋଣକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ପରିଶୋଧ କରିବା ଏବଂ ଅବଶିଷ୍ଟ ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ଖର୍ଚ୍ଚ କରିବ ।
ଏହି ଅଫରର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ଆକ୍ସିସ୍ କ୍ୟାପିଟାଲ୍ ଲିମିଟେଡ୍‌, ଆଇସିଆଇସିଆଇ ସିକ୍ୟୁରିଟିଜ୍ ଲିମିଟେଡ୍‌, ଏସ୍‌ବିଆଇ କ୍ୟାପିଟାଲ୍ ମାର୍କେଟ୍‌ସ ଲିମିଟେଡ୍ ଓ ଆନନ୍ଦ ରାଠି ଆଡଭାଇଜର୍ସ ଲିମିଟେଡ୍ ।
ଆଜାଦ ଇଞ୍ଜିନିୟରିଂ ହେଉଛି ଏରୋସ୍ପେସ୍‌, ପ୍ରତିରକ୍ଷା, ଶକ୍ତି, ତୈଳ ଓ ଗ୍ୟାସ୍ ଶିଳ୍ପର ଅସଲି ଉପକରଣ ନିର୍ମାତାଙ୍କ ପାଇଁ ଉଚ୍ଚ ମାନର ଉତ୍ପାଦ ନିର୍ମାଣ କରୁଥିବା ସଂସ୍ଥା । କଂପାନି ଉଚ୍ଚ ମାନର ଇଞ୍ଜିନିୟରିଂ ଓ ମେସିନ ଉପକରଣ ନିର୍ମାଣ କରୁଛି । ସେଥିରୁ ତ୍ରୁଟିର ଆଶଙ୍କା ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜାଦ ଇଞ୍ଜିନିୟରିଂ ଚୀନ୍‌, ୟୁରୋପ, ଆମେରିକା ଓ ଜାପାନର ନିର୍ମାତାମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏହାର ଗ୍ରାହକମାନଙ୍କ ମଧ୍ୟରେ ବିଶ୍ୱର ନାମୀଦାନୀ କଂପାନି ଯଥା ଜେନେରାଲ ଇଲେକ୍ଟ୍ରିକ୍‌, ହନିୱେଲ ଇଟଂରନ୍ୟାସନାଲ୍‌, ମିତଶୁବିସି ହେଭି ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍‌, ସିମେନ୍ସ ଏନର୍ଜି, ଇଟନ୍ ଏରୋସ୍ପେସ୍ ଓ ମ୍ୟାନ୍ ଏନର୍ଜି ସଲ୍ୟୁସନ୍ସ ଏସ୍‌ଇ ସାମିଲ ରହିଛନ୍ତି ।
ଆଜାଦ ଇଞ୍ଜିନିୟରିଂ ଲିମିଟେଡ୍ ଶୁଭାରମ୍ଭ ହେବା ପରଠାରୁ ଏହାର ଉତ୍ପାଦଗୁଡ଼ିକୁ ଆମେରିକା, ଚୀନ୍‌, ୟୁରୋପ, ମଧ୍ୟପ୍ରାଚ୍ୟ ଦେଶ ଓ ଜାପାନକୁ ପଠାଉଛି । କଂପାନିର ରାଜସ୍ୱ ୨୦୨୦ ବର୍ଷରେ ୧୨୪ କୋଟି ଟଙ୍କା ଥିବା ବେଳେ ୨୦୨୩ ସୁଦ୍ଧା ତାହା ୨୫୧.୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଇବିଆଇଟିଡିଏ ମାର୍ଜିନ୍ ୩୧.୬୧ ପ୍ରତିଶତ ରହିଛି ।

Share

Leave a Reply

Your email address will not be published. Required fields are marked *

thirteen − 5 =