ପାଟଣାରେ ସେକ୍ସ ରାକେଟ୍ ଠାବ

ପାଟଣା: ମାତିଛନ୍ତି ଦେହ ବ୍ୟବସାୟୀ । ଖୁଲମଖୁଲା କରୁଥିଲେ ବେପାର । ଶେଷରେ ପୋଲିସ ଖବର ପାଇବା ପରେ ରାକେଟ ଠାବ କରିଛି । ପାଟଣାରେ ଏକ୍ଜିବ୍ୟୁସନ ରୋଡରେ ଥିବା ଏକ ହୋଟେଲରେ ବ୍ୟବସାୟ ଚାଲିଥିବା ବେଳେ ଅଚାନକ ଚଢ଼ାଉ କରି ୧୬ ଜଣଙ୍କୁ ଗିରଫ କରାଯାଇଛି । ତେବେ ଧରା ହୋଇଥିବା ଯୁବତୀମାନେ କୋଲକାତା ଓ ଗୁଜୁରାଟର ବୋଲି ଜଣା ପଡିଛି । ସେମାନଙ୍କୁ ଆଣି ପାଟଣାରେ ବ୍ୟବସାୟ କରାଯାଉଥିଲା । ୬ ହଜାରରୁ ୩୦ ପର୍ଯ୍ୟନ୍ତ ଟଙ୍କାରେ ରାତିରେ ମିଳୁଥିଲା ସୁବିଧା । ତେବେ ପୋଲିସ ଖବର ପାଇବା ପରେ ଚଢ଼ାଉ କରିଛି । ତେବେ ମିଳିଥିବା ସୂଚନା ମୁତାବକ ରେଟର ୩୦ ପ୍ରତିଶତ ଦେହଜୀବୀଙ୍କୁ ଦେଇ ବାକି ପଇସା ଦଲାଲମାନେ ଖାଇ ଯାଉଥିଲେ । ତେବେ ରାକେଟ ଚାଲିଥିବା ହୋଟେଲକୁ ମଧ୍ୟ ସିଜ୍ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 5 =