ବଢ଼ୁଛି ପେଟ୍ରୋଲ ଡିଜେଲ ଦର, ଜାଣନ୍ତୁ ଆଜି କେଉଁଠି କେତେ

ନୂଆଦିଲ୍ଲୀ: ହୁ ହୁ ବଢ଼ିବାରେ ଲାଗିଛି ପେଟ୍ରୋଲ ଡିଜେଲ ଦର । ସବୁଠି ପ୍ରାୟ ୧୧୦ ଉପରେ ରହିଛି ପେଟ୍ରୋଲ ଦର । ପେଟ୍ରୋଲ୍ ଓ ଡିଜେଲ୍ ଦରରେ ଲଗାମ ଲାଗୁନି। ମଧ୍ୟ ପ୍ରଦେଶର ବାଲଘାଟରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୧୮ଟଙ୍କା ୨୫ ପଇସା ହୋଇଛି। ସେହିଭଳି ଏଠାରେ ଡିଜେଲ ଲିଟର ପିଛା ୧୦୭ ଟଙ୍କା ୪୬ ପଇସା ହୋଇଛି। ଦିଲ୍ଲୀରେ ଆଜି ପେଟ୍ରୋଲ ଦର ଲିଟର ପିଛା ୧୦୭ ଟଙ୍କା ୨୪ ପଇସାକୁ ବୃଦ୍ଧି ପାଇଥିବା ବେଳେ ଡିଜେଲ ଦର ୯୫ ଟଙ୍କା ୯୭ ପଇସା ହୋଇଛି।

ସେହିଭଳି ମୁମ୍ବାଇରେ ପେଟ୍ରୋଲ ଦର ଲିଟର ପିଛା ୧୧୩ ଟଙ୍କା ୧୨ ପଇସା ହୋଇଥିବା ବେଳେ ଡିଜେଲ ଦର ୧୦୪ ଟଙ୍କା ହୋଇଛି। କୋଲକାତାରେ ପେଟ୍ରୋଲ ଓ ଡିଜେଲ ଦର ଯଥାକ୍ରମେ ୧୦୭ ଟଙ୍କା ୭୮ ପଇସା ଓ ୯୯ ଟଙ୍କା ୦୮ ପଇସା ରହିଛି। ଚେନ୍ନାଇରେ ଏହି ଦର ଯଥାକ୍ରମେ ୧୦୪ ଟଙ୍କା ୨୨ ପଇସା ଓ ୧୦୦ ଟଙ୍କା ୨୫ ପଇସା ରହିଛି।
ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୮ ଟଙ୍କା ୧୯ ପଇସା ହୋଇଥିବାବେଳେ ଡିଜେଲ୍ ୧୦୪ ଟଙ୍କା ୭୦ ପଇସା ହୋଇଛି। ସେହିପରି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୧୩ ଟଙ୍କା ୭୮ ପଇସା ଓ ଡିଜେଲ ଲିଟର ପ୍ରତି ଦର ୧୧୦ ଟଙ୍କା ୯ ପଇସାରେ ପହଞ୍ଚିଛି। କଟକରେ ପେଟ୍ରୋଲ ଲିଟର ୧୦୮ ଟଙ୍କା ୫୧ ପଇସା ଏବଂ ଡିଜେଲ୍ ଦର ଲିଟର ପ୍ରତି ୧୦୫.୮୨ ଟଙ୍କାରେ ବିକ୍ରି ହେଉଛି।

Share

Leave a Reply

Your email address will not be published. Required fields are marked *

9 − four =