ଦେଶରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଇନ୍ଦୋର() ସାରା ଦେଶରେ କରୋନା ଭାଇରସର ପ୍ରଭାବ ଦିନକୁ ଦିନ ବଢିଚାଲିଛି । ଏହାରି ମଧ୍ୟରେ ଦେଶରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମଧ୍ୟପ୍ରଦେଶରେ ପ୍ରଥମ କରୋନା ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୫ ବର୍ଷୀୟା ମହିଳା ଇନ୍ଦୋରର ସରକାରୀ ପରିଚାଳିତ ମାଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଉଜ୍ଜୟିନୀରେ ପ୍ରାରମ୍ଭିକ ଚିକିତ୍ସା ପରେ ତାଙ୍କୁ ଇନ୍ଦୋର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ କରୋନାରେ ସଂକ୍ରମିତ ହୋଇଥିବା ଆଜି ଦିନରେ ରିପୋର୍ଟ ଆସିଥିଲା । ମହିଳାଙ୍କ ମୃତ୍ୟୁ ପରେ ଭାରତରେ କରୋନା ଭାଇରସ୍ ମୃତ୍ୟୁସଂଖ୍ୟା ୧୨କୁ ବୃଦ୍ଧି ପାଇଛି । ଅନ୍ୟପଟେ ଆକ୍ରାନ୍ତଙ୍କ ସଂଖ୍ୟା ୬୦୦ରୁ ଅଧିକ ହୋଇଛି ।

Share

Leave a Reply

Your email address will not be published. Required fields are marked *

eight + eleven =