ଟିକାକରଣ ପାଇଁ ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ

ଭୁବନେଶ୍ୱର: ଆସନ୍ତା ୩ ତାରିଖ ସୋମବାରଠାରୁ ରାଜଧାନୀରେ ଆରମ୍ଭ ହେବ ୧୮ ବର୍ଷରୁ ଅଧିକଙ୍କ ଟିକାକରଣ । ତେବେ ଏଥିପାଇଁ ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ସ୍ଲଟ୍ ବୁକିଂ । ଏନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବିଏମସି କମିଶନର ପ୍ରେମଚନ୍ଦ ଚୌଧୁରୀ | ଲୋକମାନେ ନିଜର ରେଜିଷ୍ଟ୍ରେସନ କରି ସିଡ୍ୟୁଲ କରିବା ପରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଟିକାକରଣ ପାଇଁ ଭୁବନେଶ୍ୱରକୁ ଗତକାଲି ରାତିରେ ଦେଢ଼ ଲକ୍ଷ ଡୋଜ କୋଭାକ୍ସିନ ଟିକା ଆସି ପହଞ୍ଚିଛି । ଆଜି ମଧ୍ୟ ବିଏମସି କମିଶନର ପ୍ରେମଚନ୍ଦଙ୍କ ଉପସ୍ଥିତିରେ ଟିକାକରଣ ହୋଇଛି ।୧୮ ବର୍ଷରୁ ଅଧିକ ୫୦ ଜଣଙ୍କୁ ଟିକା ଦିଆଯାଇଛି । ଆସନ୍ତା ସୋମବାରଠାରୁ ଟିକାକେନ୍ଦ୍ରରେ ଟିକା ଦିଆଯିବ । ଏଥିପାଇଁ ସମସ୍ତେ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ବୋଲି ବିଏମସି କମିଶନର କହିଛନ୍ତି । ଅନ୍ୟପଟେ କୋଭିଡର ଦ୍ୱିତୀୟ ଲହର ଭିତରେ କରୋନାର ମୁକାବିଲା କରୁଛି ଭୁବନେଶ୍ୱର । ଏବେ ବି ରାଜଧାନୀରେ ୫୦ ପ୍ରତିଶତ ଏଚିଡିୟୁ ଓ ସାଧାରଣ ବେଡ୍ ବଳକା ଅଛି । ତା ସହିତ କେବଳ ୧୦ ପ୍ରତିଶତ ଆଇସିୟୁ ଏବେ ଫାଙ୍କା ରହିଛି | ସେହିଭଳି ଲକ୍ଷଣ ଦେଖାଇଲେ ହିଁ ଟେଷ୍ଟ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର |

ବିଏମସି କମିଶନର ଆହୁରି ମଧ୍ୟ କହିଛନ୍ତି, ଦିନକୁ ୧ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେନେଇ ବିଭିନ୍ନ ହସ୍ପିଟାଲରେ ୩୫୫୩ଟି ବେଡ୍ ଉପଲବ୍ଧ । ଏଥି ମଧ୍ୟରୁ ୫୩୧ ଆଇସିୟୁ, ୮୩୬HUD, ୨୧୮୬ ସାଧାରଣ ବେଡ୍ ରହିଛି । ୯୫ ପ୍ରତିଶତ ସାଧାରଣ ବେଡ୍‌ରେ ଅକ୍ସିଜେନ୍ ସଂଯୋଗ ରହିଛି । ୯୦% ଆଇସିୟୁ, ୫୦ % ଏଚ୍‌ୟୁଡି ଏବଂ ସାଧାରଣ ବେଡ୍‌ରେ ରୋଗୀ ଚିକିତ୍ସା ହେଉଛନ୍ତି । ୮୫ ପ୍ରତିଶତ ରୋଗୀ ଏବେ ଘରେ ରହି ଚିକିତ୍ସିତ ହେଉଛନ୍ତି ।ସେହିଭଳି ମଧ୍ୟମ ଲକ୍ଷଣଧାରୀଙ୍କୁ ଫାବିଫିରାଭିର୍ ଔଷଧ ଦିଆଯାଉଛି । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ହେଲ୍ପଲାଇନ୍ ନମ୍ବର ୧୯୨୯ ଏବଂ ୧୦୪ ମାଧ୍ୟମରେ ପରାମର୍ଶ । ଅନେକ ଲୋକ ଲକ୍ଷଣ ଥାଇ ବି ଟେଷ୍ଟ କରୁ ନାହାନ୍ତି । ୧୧ଟି ଘରୋଇ ଏବଂ ୨୪ଟି ସିଏଚ୍‌ସି ଓ ପିଏଚ୍‌ସିରେ ହେଉଛି ନମୁନା ପରୀକ୍ଷଣ କରାଯାଉଛି ବୋଲି ବିଏମ୍‌ସି କମିଶନର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × 4 =