ରାଜ୍ୟ

ମୌସୁମୀ ଆସିବାକୁ ବାଟ ସଫା

ମୌସୁମୀ ଆସିବାକୁ ବାଟ ସଫା । ମେ’ ୨୦ ରେ ବର୍ଷାର ଆଗମନ । ଆଣ୍ଡାମାନରେ ପହଞ୍ଚିବ ମୌସୁମୀ! । ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଠିକ୍ ସମୟରେ ଭାରତୀୟ ଭୂଖଣ୍ଡରେ ପ୍ରବେଶ କରିବାକୁ ଯାଉଛି । ମେ ୨୦ ସୁଦ୍ଧା ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ମୌସୁମୀ ବାୟୁ ପହଞ୍ଚିବା ନେଇ ପୂର୍ବାନୁମାନ କରାଯାଇଛି । ମେ’ ୧୪ ରୁ ୨୦ ମଧ୍ୟରେ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ ଶକ୍ତିଶାଳୀ ହେବା ସହ ବର୍ଷାର ପରିମାଣ ବଢ଼ିବ । ଏହା ମୌସୁମୀ ଆଗମନ ପାଇଁ ପରିବେଶକୁ ସମ୍ପୂର୍ଣ୍ଣ ଅନୁକୂଳ କରିବ ।

GFS ମଡେଲ ଅନୁଯାୟୀ ଲଘୁଚାପ କ୍ଷେତ୍ର ୧୪-୧୫ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବା ସହ ମୌସୁମୀ ବାୟୁକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ । ଆଣ୍ଡାମାନ ସମେତ ତାମିଲନାଡୁ ଓ କେରଳର କିଛି ଅଂଶରେ ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହୋଇଗଲାଣି । ଆଣ୍ଡାମାନରେ ମୌସୁମୀ ଛୁଇଁବା ପରେ ଏହା କେରଳ ଅଭିମୁଖେ ଯାତ୍ରା କରିବ । ସାଧାରଣତଃ ଜୁନ୍ ୧ ତାରିଖରେ ଏହା କେରଳ ଉପକୂଳ ଛୁଇଁଥାଏ । ଯଦି ଲଘୁଚାପ ସୃଷ୍ଟି ପ୍ରକ୍ରିୟା ଶୀଘ୍ର ହୁଏ, ତେବେ ମେ’ ୨୦ ପୂର୍ବରୁ ମଧ୍ୟ କେତେକ ସ୍ଥାନରେ ମୌସୁମୀ ପ୍ରବେଶ କରିପାରେ । ଚାଷୀ ଓ ସାଧାରଣ ଜନତାଙ୍କ ପାଇଁ ଏହା ଏକ ଆଶ୍ୱସ୍ତିକର ଖବର ।

Share

Leave a Reply

Your email address will not be published. Required fields are marked *

4 × five =