ରାଜ୍ୟ

ଆଜିଠୁ ପୁରୀରେ ‘ବ୍ରିକ୍ସ’ ସମ୍ମିଳନୀ

ଆଜିଠୁ ପୁରୀରେ ଆରମ୍ଭ ହେଉଛି ‘ବ୍ରିକ୍ସ’ ସମ୍ମିଳନୀ । ବିପର୍ଯ୍ୟୟ ମୁକାବିଲାରେ ସାରା ବିଶ୍ୱରେ ଉଦାହରଣ ସାଜିଥିବା ଓଡ଼ିଶା ପାଇଁ ଆଉ ଏକ ଗର୍ବର ବିଷୟ। ପବିତ୍ର ଶ୍ରୀକ୍ଷେତ୍ର ପୁରୀରେ ଆଜିଠୁ ଜୁନ୍‌ ୫ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ‘ବ୍ରିକ୍ସ’ ବିପର୍ଯ୍ୟୟ ବିପଦ ହ୍ରାସ (ଡିଆର୍‌ଆର୍‌) କାର୍ଯ୍ୟକାରୀ ଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ତାଜ୍‌ ପୁରୀ ରିସର୍ଟ ଆଣ୍ଡ ସ୍ପା’ଠାରେ ଏହି ହାଇ ପ୍ରୋଫାଇଲ୍‌ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନ୍‌ଡିଏମ୍‌ଏ), ଭାରତ ସରକାର ଏହାକୁ ଆୟୋଜନ କରୁଥିବାବେଳେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍‌ଡମା) ଏଥିରେ ସହଯୋଗ କରୁଛି।

ବୈଠକରେ ବ୍ରିକ୍ସର ମୂଳ ସଦସ୍ୟ ଦେଶ ବ୍ରାଜିଲ୍‌, ଋଷ, ଭାରତ, ଚୀନ୍‌ ଏବଂ ଦକ୍ଷିଣ ଆଫ୍ରିକା ସହିତ ସହଯୋଗୀ ଦେଶ ଭାବେ ୟୁଏଇ, ସାଉଦି ଆରବ, ଇଜିପ୍ଟ, ଇରାନ, ଇଥିଓପିଆ ଏବଂ ଇଣ୍ଡୋନେସିଆର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଉଛନ୍ତି। ଏହାବ୍ୟତୀତ ଏନ୍‌ଡିଏମ୍‌ଏ, ଗୃହ ମନ୍ତ୍ରଣାଳୟ, ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିବେ। ଚଳିତ ବର୍ଷର ବୈଠକ “ନୂତନତା, ସହଯୋଗ ଏବଂ ସ୍ଥାୟିତ୍ୱ ମାଧ୍ୟମରେ ବିପର୍ଯ୍ୟୟ ସହନଶୀଳତାର ବିକାଶ’ ବିଷୟବସ୍ତୁ ଉପରେ ଆଧାରିତ। ବିପର୍ଯ୍ୟୟ ପରିଚାଳନା ପାଇଁ ପାଣ୍ଠି ଯୋଗାଣ, ସ୍ଥାନୀୟ ସମୁଦାୟଭିତ୍ତିକ ସତର୍କ ସୂଚନା ପ୍ରଣାଳୀ, ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଏବଂ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ଉପରେ ଏଠାରେ ବିସ୍ତୃତ ଆଲୋଚନା କରାଯିବ।

ଏହା ଓଡ଼ିଶା ପାଇଁ ଏକ ବଡ଼ ସମ୍ମାନ। ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା, ଆଗୁଆ ସ୍ଥାନାନ୍ତରଣ ରଣନୀତି ଏବଂ ଶୂନ୍ୟ ଜୀବନହାନୀ ନୀତି ପାଇଁ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ମଡେଲ୍‌କୁ ଜାତିସଂଘ ସମେତ ସାରା ବିଶ୍ୱ ପ୍ରଶଂସା କରିଛି। ଓଡ଼ିଶାର ଏହି ଅପ୍ରତିଦ୍ୱନ୍ଦ୍ୱୀ ସଫଳତାକୁ ସ୍ୱୀକୃତି ଦେଇ ଭାରତ ସରକାର ଏହି ବୈଠକ ପାଇଁ ପୁରୀକୁ ଚୟନ କରିଛନ୍ତି। ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଯୋଗୁୁଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ବିଶ୍ୱର 

Share

Leave a Reply

Your email address will not be published. Required fields are marked *

13 + six =