ଏବେ ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ବ

ଭୁବନେଶ୍ବର () ତିତିଲକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ ।  ବୈଠକ ପରେ ମୁଖ୍ୟଶାସନ ସଚିବ କହିଛନ୍ତି ଯେ ଗଜପତି ଜିଲ୍ଲାରେ ତୁରନ୍ତ ପୁନରୁଦ୍ଧାର କର୍ଯ୍ୟ  ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଗଜପତି ଜିଲ୍ଲାକୁ ୨ଟି ଅଧିକ ଏନଡିଆରଏଫ ଟିମ ପଠାଇଲେ ରାଜ୍ୟ ସରକାର  । ପୂର୍ବରୁ ନିୟୋଜିତ ଥିବା ଓଡ୍ରାଫ ଓ ଏନଡିଆରଏଫ ଟିମ କାର୍ଯ୍ୟ କରିଛନ୍ତି । ୧୧୧୨ଟି ଆଶ୍ରୟସ୍ଥଳରେ ୩ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବା ଜିଲ୍ଲାରେ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲା ସର୍ବାଧିକ କ୍ଷୟକ୍ଷତି ହୋଇଛି ।

ତେବେ କୈଣସି ମୃତାହତ ଖବର ଆସିନାହିଁ । ଗଜପତି ଜିଲ୍ଲାରେ ଟେଲିକମୁନିକେଷନ ବ୍ୟାହତ ହୋଇଥିଲା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଏହାର ସମାଧାନ ହୋଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ୩ଲକ୍ଷ ଲୋକଙ୍କୁ ଆଶ୍ରୟସ୍ଥଳରେ ରଖାଯାଇଛି । ଗଜପତି ଜିଲ୍ଲାରେ ରାସ୍ତା ଉପରେ ପଡିଥିବା ଗଛକୁ ସଫା କରାଯାଇଛି। ବଂଶଧରା ନଦୀର ଜଳ ସ୍ତର ବଢିବାର ସମ୍ଭାବନା ରହିଛି ।

ବାତ୍ୟା ପ୍ରଭାବରେ ଏବେ ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଥିବାରୁ ଆଗକୁ ବନ୍ୟା ସ୍ଥିତି ଉପୁଜିପାରେ। କୋମୋନା ବ୍ଲକରେ ସର୍ବାଧିକ ୩୧୫ ମିଲିମିଟର ବର୍ଷା ହୋଇଛି । ଜଗତସିଂହପୁର ଓ ଗଞ୍ଜାମରେ ୨୦୦ ମିଲିମିଟରରୁ ଉର୍ଦ୍ଧ୍ବ ବର୍ଷା ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ  । ଏଥିସହିତ ଓଡ୍ରାଫ ଟିମ ଏବେ ବିଭିନ୍ନ ସ୍ଥାନରେ ଭାଙ୍ଗିପଡିଥିବା ଗଛ କାଟି ରାସ୍ତା ସଫାକରିଛନ୍ତି । ଓଡ୍ରାଫ ଟିମ ବାତ୍ୟା ସମୟରେ ଏକ କିଛି ମତ୍ସଜୀବୀଙ୍କୁ ସମୁଦ୍ରରୁ ଉଦ୍ଧାର କରିଛି ।

Share

Leave a Reply

Your email address will not be published. Required fields are marked *

6 − 5 =