Business

ସିସିକ୍ୟୁସି ୨୦୨୬ରେ ଟିପିଡବ୍ଲ୍ୟୁଓଡିଏଲ୍‌କୁ ୨୧ ସ୍ୱର୍ଣ୍ଣ ଓ ୫ ରୌପ୍ୟ ପୁରସ୍କାର’

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲ୍ୟୁଓଡିଏଲ୍‌) ସିସିକ୍ୟୁସି ୨୦୨୬ରେ ୨୧ଟି ସ୍ୱର୍ଣ୍ଣ ଏବଂ ୫ଟି ରୌପ୍ୟ ପୁରସ୍କାର ହାସଲ କରିଛି। କମ୍ପାନୀ ପକ୍ଷରୁ ଅଂଶଗ୍ରହଣ କରିଥିବା ସମସ୍ତ ୨୬ଟି ଟିମ୍‌ ନିଜର ଗୁଣାତ୍ମକତା ଓ ଉନ୍ନତିମୂଳକ ପ୍ରକଳ୍ପ ପାଇଁ ସ୍ୱୀକୃତି ଲାଭ କରିଛନ୍ତି। ଏହି ସଫଳତାକୁ ଆହୁରି ଗୌରବମୟ କରି ‘ଟିମ୍ ଅର୍ଥସିଦ୍ଧି’ କାଇଜେନ୍ ବର୍ଗରେ ସମ୍ମାନଜନକ ଜେକେ ଦାସ ରୋଲିଂ ଟ୍ରଫି – ସ୍ୱର୍ଣ୍ଣ ପୁରସ୍କାର ହାସଲ କରିଛି।

କ୍ୱାଲିଟି ସର୍କଲ୍ ଫୋରମ୍ ଅଫ୍ ଇଣ୍ଡିଆ (କ୍ୟୁସିଏଫ୍‌ଆଇ) ପକ୍ଷରୁ ଆୟୋଜିତ ୩୪ତମ ରାଉରକେଲା ଚାପ୍ଟର କନଭେନସନ୍ ଏବଂ ୮ମ ଭୁବନେଶ୍ୱର ଚାପ୍ଟର କନଭେନସନ୍ ସେପ୍ଟେମ୍ବର ୨୬ ଓ ୨୭ ତାରିଖରେ ଯଥାକ୍ରମେ ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ବିପିୟୁଟି) ଏବଂ ଭୁବନେଶ୍ୱରସ୍ଥିତ ସୋଆ ୟୁନିଭର୍ସିଟିରେ ଅନୁଷ୍ଠିତ ହୋଇଥିଲା। “ଗୁଣାତ୍ମକତା ମାଧ୍ୟମରେ ସ୍ଥାୟୀ ବିକାଶ ଓ ଆତ୍ମନିର୍ଭରଶୀଳତା ପାଇଁ ନେତୃତ୍ୱ” ବିଷୟବସ୍ତୁକୁ ନେଇ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ ସଂସ୍ଥାର ଟିମ୍‌ମାନେ ନିଜର ଉନ୍ନତିମୂଳକ ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିସହ ଗୁଣାତ୍ମକତା, ଉତ୍ପାଦକତା ଓ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବ୍ୟବହାରିକ ପଦକ୍ଷେପ ପ୍ରଦର୍ଶନ କରିଥିଲେ।

ଟିପିଡବ୍ଲ୍ୟୁଓଡିଏଲ୍‌ର ବିଭିନ୍ନ ବ୍ୟବସାୟିକ ବିଭାଗ ଯଥା ଅପରେସନ୍ସ, ଟେକ୍ନିକାଲ୍ ସର୍ଭିସେସ୍, କମର୍ସିଆଲ୍, ଆଇଟି, ଫାଇନାନ୍ସ, ଡିଏସ୍‌ଏସ୍‌, କନ୍ଟ୍ରାକ୍ଟସ୍ ଏବଂ ଷ୍ଟୋର୍ସରୁ ଟିମ୍‌ମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ପ୍ରକଳ୍ପରେ ଫିଡର୍ ଓ ନେଟୱର୍କର ବିଶ୍ୱସନୀୟତା ବୃଦ୍ଧି, ଏସ୍‌ଏଆଇଡିଆଇ ଓ ଏସ୍‌ଏଆଇଏଫ୍‌ଆଇ ହ୍ରାସ, ଗ୍ରାହକ ଅଭିଯୋଗର ଅନୁପାଳନ ବ୍ୟବସ୍ଥା ସୁଦୃଢ଼ କରିବା, ଇନ୍‌ଭେଣ୍ଟୋରିର ସୁପରିଚାଳନା, ଭୋଲ୍ଟେଜ୍ ପ୍ରଦର୍ଶନରେ ଉନ୍ନତି, ସୁରକ୍ଷା ପଦକ୍ଷେପକୁ ଅଧିକ ସୁଦୃଢ଼ କରିବା ଏବଂ କ୍ଷେତ୍ରସ୍ତରୀୟ ଓ ଗ୍ରାହକକୈନ୍ଦ୍ରିକ କାର୍ଯ୍ୟପ୍ରଣାଳୀକୁ ସୁଦୃଢ଼ କରିବା ପାଇଁ ଡିଜିଟାଲ୍ ସମାଧାନ ବିକଶିତ କରିବା ଭଳି ବିଭିନ୍ନ ବ୍ୟବସାୟିକ ଓ ପରିଚାଳନାଗତ ସମସ୍ୟାର ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଏହି ସମ୍ମିଳନୀରେ ‘ଟିମ୍ ଅର୍ଥସିଦ୍ଧି’ର ପ୍ରକଳ୍ପ ବିଶେଷ ଉଲ୍ଲେଖନୀୟ ରହିଥିଲା। ଓଏଚ୍‌ପିସି କଲୋନୀ ପାଇଁ ଅସ୍ଥାୟୀ ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଏନର୍ଜି ବାଲାନ୍ସିଂ ମାଧ୍ୟମରେ ଏକ ସ୍ୱତନ୍ତ୍ର ବିଲିଂ ପ୍ରକ୍ରିୟାର ସମାଧାନ ଟିମ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା। କାଇଜେନ୍ ବର୍ଗରେ ୨୨୮ଟି ଟିମ୍‌ ମଧ୍ୟରୁ ଟିମ୍ ଅର୍ଥସିଦ୍ଧି ଦ୍ୱିତୀୟ ସ୍ଥାନ ହାସଲ କରିଥିଲା। ଏଥିରେ ୨୫ଟି ସଂସ୍ଥାର ପ୍ରାୟ ୧,୦୫୦ ଜଣ ଅଂଶଗ୍ରହଣକାରୀ ସାମିଲ ଥିଲେ। ଏହି ସଫଳତା ପାଇଁ ଟିମ୍‌କୁ ଜେକେ ଦାସ ରୋଲିଂ ଟ୍ରଫି – ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହା ସହିତ, ଗୁଣାତ୍ମକ ମାନର ବୁଝାମଣା ଏବଂ ବ୍ୟବହାର କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଉରକେଲା ଚାପ୍ଟରଠାରେ ଆୟୋଜିତ ନଲେଜ ଟେଷ୍ଟରେ ଟିପିଡବ୍ଲ୍ୟୁଓଡିଏଲ୍‌ର ୭ଟି ଟିମ୍‌କୁ ସମ୍ବର୍ଦ୍ଧିତ କରାଯାଇଛି।

ଏହି ସଫଳତା ସମ୍ପର୍କରେ ଟିପିଡବ୍ଲ୍ୟୁଓଡିଏଲ୍‌ର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଛନ୍ତି, “ଯେତେବେଳେ ପ୍ରତ୍ୟେକ ଟିମ୍‌ ଦୈନନ୍ଦିନ ସମସ୍ୟାକୁ ସୁଧାରର ଅବସର ଭାବେ ଗ୍ରହଣ କରନ୍ତି, ସେତେବେଳେ ଏକ ମଜବୁତ ଗୁଣାତ୍ମକ ସଂସ୍କୃତି ନିର୍ମାଣ ହୋଇଥାଏ। ସିସିକ୍ୟୁସି ୨୦୨୬ରେ ଆମ ଦଳଗୁଡ଼ିକର ପ୍ରଦର୍ଶନ, ସମସ୍ୟା ଚିହ୍ନଟ କରିବା, ବ୍ୟାବହାରିକ ସମାଧାନ ବିକଶିତ କରିବା ଏବଂ ସୁଧାର ଭାବନାକୁ ଅର୍ଥପୂର୍ଣ୍ଣ ବ୍ୟବସାୟିକ ଫଳାଫଳରେ ରୂପାନ୍ତରିତ କରିବାର ସେମାନଙ୍କ ଦକ୍ଷତାକୁ ଦର୍ଶାଉଛି। ଏହି ଯୋଗଦାନ ପାଇଁ ମୁଁ ସମସ୍ତ ଟିମ୍‌, ମେଣ୍ଟର ଏବଂ ଫାସିଲିଟେଟରମାନଙ୍କୁ ଶୁଭେଚ୍ଛା ଜଣାଉଛି। ସେମାନଙ୍କର ଏହି ପ୍ରଚେଷ୍ଟା ନିରନ୍ତର ଉନ୍ନତି,  ନବସୃଜନ ଏବଂ ଉତ୍କର୍ଷତାକୁ ଆମ ଦୈନନ୍ଦିନ କାର୍ଯ୍ୟଶୈଳୀର ଅଂଶବିଶେଷ କରିବାର ସଂକଳ୍ପକୁ ଆହୁରି ସୁଦୃଢ଼ କରୁଛି।”

ସିସିକ୍ୟୁସି ୨୦୨୬ରେ ଉପସ୍ଥାପିତ ପ୍ରକଳ୍ପଗୁଡ଼ିକ ଟିପିଡବ୍ଲ୍ୟୁଓଡିଏଲ୍‌ର ନିରନ୍ତର ଉନ୍ନତି ଓ ସୁସଂଗଠିତ ସମସ୍ୟା ସମାଧାନ ପ୍ରତି ରହିଥିବା ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ବିଭିନ୍ନ ବିଭାଗର କର୍ମଚାରୀମାନେ ଦୈନନ୍ଦିନ ସମସ୍ୟାର ସମାଧାନ ପାଇଁ ଏପରି ବିଭିନ୍ନ ପଦକ୍ଷେପ ବିକଶିତ କରିଛନ୍ତି, ଯାହା ପରିଚାଳନାଗତ ଦକ୍ଷତା, ବିଦ୍ୟୁତ୍ ଯୋଗାଣର ବିଶ୍ୱସନୀୟତା, ସୁରକ୍ଷା, ଗ୍ରାହକ ସେବା ଏବଂ

ବ୍ୟବସାୟିକ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସହାୟକ ହେବ। ଏହି ପଦକ୍ଷେପ ଦୈନନ୍ଦିନ ସମସ୍ୟାକୁ ନବସୃଜନ ଓ ଉନ୍ନତିର ସୁଯୋଗରେ ପରିଣତ କରିବାରେ କ୍ୱାଲିଟି ସର୍କଲ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଆହୁରି ସୁଦୃଢ଼ କରିଛି।

Share

Leave a Reply

Your email address will not be published. Required fields are marked *

one + thirteen =