ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ସାଇନ୍ ୧୨୫ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ସାଇନ୍ ୧୨୫କୁ ଉନ୍ମୋଚନ କରାଯାଇଛି ଯାହାର ଏକ୍ସ ସୋ’ରୁ ମୂଲ୍ୟ (ଦିଲ୍ଲୀ) ୭୯,୮୦୦ ଟଙ୍କାରୁ ଆରମ୍ଭ ହୋଇଛି ।
ଏହାର ଉନ୍ମୋଚନ ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ଲିମିଟେଡ୍‌ର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “୧୨୫ ସିସି ମୋଟରସାଇକଲ୍ କ୍ଷେତ୍ରର ନେତୃତ୍ୱ ନେଉଥିବା ବ୍ରାଣ୍ଡ୍ ସାଇନ୍ ହେଉଛି ଆମ ଗ୍ରାହକମାନଙ୍କ ଭଲ ପାଇବା ଓ ବିଶ୍ୱାସର ପ୍ରତିଫଳନ । ଆମେ ୨୦୨୩ ସାଇନ୍ ୧୨୫ ଉନ୍ମୋଚନ କରୁଥିବା ବେଳେ ଆମର ବିଶ୍ୱାସ ରହିଛି ଏହା କ୍ଷେତ୍ରରେ ଏକ ନୂଆ ମାନଦଣ୍ଡ ସୃଷ୍ଟି କରିବ ଏବଂ ଆମର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ।’’
ଓବିଡି୨ ନିୟମ ପାଳନ କରୁଥିବା ନୂଆ ୨୦୨୩ ସାଇନ୍ ୧୨୫ ବିଷୟରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦ୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଶୁଭାରମ୍ଭ ହେବା ପରଠାରୁ ବ୍ରାଣ୍ଡ୍ ସାଇନ୍ ଭରସା ଓ ବିଶ୍ୱାସର ପରିପୂରକ ହୋଇରହିଛି । ହୋଣ୍ଡାର ଉତ୍କୃଷ୍ଟ ପ୍ରଯୁକ୍ତି, ଉନ୍ନତ ସୁବିଧାସୁଯୋଗ ଏବଂ ସ୍ୱତନ୍ତ୍ର ୧୦ ବର୍ଷର ୱାରେଂଟି ସହିତ ନୂଆ ସାଇନ ଗ୍ରାହକମାନଙ୍କୁ ଅଦମ୍ୟ ମୂଲ୍ୟ ଓ ମାନସିକ ଶାନ୍ତି ପ୍ରଦାନ କରୁଛି ।’’
ନୂଆ ସାଇନ୍ ୧୨୫ରେ ରହିଛି ବିଏସ୍‌-୬ ଓବିଡି ୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଂଜିନ୍ ସହିତ ଉନ୍ନତ ସ୍ମାର୍ଟ ପାୱାର । ହୋଣ୍ଡାର ସ୍ୱତନ୍ତ୍ର ଏସିଜି ଷ୍ଟାର୍ଟର ପାଇଁ ଗାଡ଼ି ବିନା ଝଟ୍‌କାରେ ଷ୍ଟାର୍ଟ ହେଉଛି । ଏଥିରେ ରହିଛି ପରବର୍ତୀ ସ୍ତରର ସୁବିଧା ସୁଯୋଗ ଯଥା ୫-ସ୍ପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍‌, ଇଂଜିନ ଷ୍ଟାର୍ଟ/ ଷ୍ଟପ୍ ସ୍ୱିଚ୍‌, ସମନ୍ୱିତ ହେଡ୍‌ଲ୍ୟାମ୍ପ୍ ବିମ୍ ଓ ପାସିଂ ସ୍ୱିଚ୍‌, ୫-ସ୍ତରର ଆଡ୍‌ଜଷ୍ଟ୍ କରାଯାଇପାରୁଥିବା ପଛ ସସ୍‌ପେନ୍‌ସନ୍ । ସିଲ୍ ଚେନ୍‌, କମ୍ବିବ୍ରେକ୍ ସିଷ୍ଟମ୍ ସହିତ ଇକ୍ୱିଲାଇଜର, ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ବାହ୍ୟ ଇନ୍ଧନ ଟାଙ୍କି ଓ ଟ୍ୟୁବ୍‌ଲେସ୍ ଟାୟାର ।
ଦୃଢ଼ ସାମ୍ନା ଭାଇଜର ସହ କ୍ରୋମ୍ ଗାର୍ନିସ୍‌, ପାଶ୍ୱର୍ କଭରରେ ପ୍ରିମିୟମ୍ କ୍ରୋମ୍ ଷ୍ଟ୍ରୋକ୍‌, ଚମତ୍କାର ଗ୍ରାଫିକ୍ସ, କ୍ରୋମ୍ ମଫଲର କଭର, ସମୃଦ୍ଧ ମିଟର ଡିଜାଇନ୍‌, ସ୍ମାର୍ଟ ଟେଲ୍ ଲ୍ୟାମ୍ପ୍‌, ଟ୍ରେଣ୍ଡି ବ୍ଲାକ୍ ଆଲୟ ଭଳି ଷ୍ଟାଇଲର ସମାହାର ୨୦୨୩ ସାଇନ୍ ୧୨୫ରେ ରହିଛି । ଏହା ଉପରେ କଂପାନି ପକ୍ଷରୁ ୧୦ ବର୍ଷର ସ୍ୱତନ୍ତ୍ର ୱାରେଂଟି (୩ ବର୍ଷ ସାଧାରଣ ଓ ୭ ବର୍ଷ ବର୍ଦ୍ଧିତ ବିକଳ୍ପ ୱାରେଂଟି ପ୍ରଦାନ କରୁଛି ।
ଡ୍ରମ୍ ଓ ଡିସ୍କ୍ ଭଳି ଦୁଇଟି ଭାରିଆଂଟ୍‌ରେ ଉପଲବ୍ଧ ହୋଇଥିବା ହୋଣ୍ଡା ସାଇନ୍‌ର ମୂଲ୍ୟ ଯଥାକ୍ରମେ ୭୯,୮୦୦ ଟଙ୍କା ଓ ୮୩,୮୦୦ ଟଙ୍କା ରହିଥିବା ବେଳେ ଏହା ବ୍ଲାକ୍‌, ଜେନି ଗ୍ରେ ମେଟାଲିକ୍‌, ମ୍ୟାଟ୍ ଆକ୍ସିସ୍ ଗ୍ରେ, ରିବେଲ୍ ରେଡ୍ ମେଟାଲିକ୍ ଓ ଡିସେଂଟ୍ ବ୍ଲୁ ମେଟାଲିକ୍ ରଙ୍ଗରେ ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty + three =