ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ପକ୍ଷରୁ ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଅଳଙ୍କାର ଅଫର ଉନ୍ମୋଚିତ

ଭୁବନେଶ୍ୱର: ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ରଥଯାତ୍ରା ଉପଲକ୍ଷେ ସ୍ୱତନ୍ତ୍ର ଅଳଙ୍କାର ଅଫର ଘୋଷଣା କରାଯାଇଛି ଯାହା ସୌନ୍ଦର୍ଯ୍ୟର ପରିପ୍ରକାଶ କରିବ । ରଥଯାତ୍ରା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ହିନ୍ଦୁ ପର୍ବ ଯାହାକୁ ପ୍ରତିବର୍ଷ ଗ୍ରୀଷ୍ମ ଋତୁରେ ଆୟୋଜନ କରାଯାଏ । ସାରା ବିଶ୍ୱରେ ଏହି ପର୍ବକୁ ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ।
ରଥଯାତ୍ରାର ପ୍ରତୀକ ଓ ଭବ୍ୟତାରୁ ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଥିବା ସ୍ୱତନ୍ତ୍ର ଅଳଙ୍କାରକୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ପ୍ରସ୍ତୁତ କରାଯାଇଛି । ଏହି ଅସାଧାରଣ ଡିଜାଇନ୍‌ଗୁଡ଼ିକରେ ଆମ ବିଶିଷ୍ଟ କାରିଗରମାନେ ଦେବାଦେବୀ, ରଥ ଓ ପବିତ୍ର ଚିହ୍ନଗୁଡ଼ିକର ମୋଟିଫକୁ ବ୍ୟବହାର କରିଛନ୍ତି ଯାହା ଏହି ପର୍ବ ପ୍ରତି ଯୋଡ଼ି ହୋଇଥିବା ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ପ୍ରତି ଏକ ଶ୍ରଦ୍ଧାଞ୍ଜଳି । ପ୍ରତିଟି ଗହଣାକୁ ଅତି ଯତ୍ନ ସହକାରେ ହଲମାର୍କ ସୁନା ବ୍ୟବହାର କରି ପ୍ରସ୍ତୁତ କରାଯାଇଛି ଯାହାକୁ ପିଢ଼ି ପରେ ପିଢ଼ି ହସ୍ତାନ୍ତର କରାଯାଇପାରିବ ।
ଏହି ଅବସରରେ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ନିର୍ଦେଶିକା ଜୋୟିତା ସେନ୍ କହିଛନ୍ତି ଯେ, “ରଥଯାତ୍ରାର ଗୁରୁତ୍ୱ ଓ ଏହି ସମୟରେ ଅଳଙ୍କାର କିଣିବାର ପବିତ୍ରତାକୁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଆମେ ଭଲ ଭାବେ ବୁଝିଛୁ । ଆମର ଦକ୍ଷ କାରିଗର ଓ ଡିଜାଇନରମାନଙ୍କ ଟିମ୍ ଅତି ଯତ୍ନର ସହ ଅଳଙ୍କାରର ସମ୍ଭାରକୁ ପ୍ରସ୍ତୁତ କରିଛନ୍ତି ଯାହା ପାରମ୍ପରିକ ଓ ସମସାମୟିକ ଷ୍ଟାଇଲ୍‌ର ସମାହାର । ସୂକ୍ଷ୍ମ ଭାବେ ତିଆରି କରାଯାଇଥିବା ସୁନା ପେଣ୍ଡାଂଟ୍‌ରୁ ଆରମ୍ଭ କରି ମିନାକରୀ ଇୟର ରିଙ୍ଗ ପର୍ଯ୍ୟନ୍ତ ସମସ୍ତଙ୍କ ସ୍ୱାଦ ଓ ପସନ୍ଦକୁ ସୁହାଇବା ଭଳି ଏଥିରେ କିିଛି ନା କିଛି ରହିଛି ।’’
ଋଥଯାତ୍ରା ଅନୁଭବକୁ ବଢ଼ାଇବା ପାଇଁ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ପକ୍ଷରୁ ହୀରା ମୂଲ୍ୟ ଉପରେ ୧୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଇଛି । ହୀରା ଗହଣାର ଗଢ଼ା ମୂଲ୍ୟ ଉପରେ ୨୫% ପର୍ଯ୍ୟନ୍ତ ଓ ସୁନା ଗହଣାର ଗଢ଼ା ମୂଲ୍ୟ ଉପରେ ୩୫% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯାଉଥିବା ବେଳେ ପୁରୁଣା ସୁନା ବଦଳାଇବା ଉପରେ ୦% ମୂଲ୍ୟ କାଟ କରାଯାଉଛି । ଏହା ଆପଣମାନଙ୍କୁ ଆମ ସୁନ୍ଦର ସୃଷ୍ଟି ସହିତ ଯୋଡ଼ିବା ଏବଂ ରଥଯାତ୍ରାର ଭାବକୁ ଗ୍ରହଣ କରିବାରେ ସହାୟକ ହେବ ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ରହିଛି ସୁନା, ହୀରା, ପ୍ଲାଟିନମ୍ ଓ ଷ୍ଟଡେଡ୍ ଗହଣାର ବ୍ୟାପକ ସମ୍ଭାର । କଂପାନିର ବ୍ରାଣ୍ଡ୍‌ଗୁଡ଼ିକ ମଧ୍ୟରେ ରହିଛି ଏଭରଲାଇଟ୍ ହାଲୁକା ଗହଣା, ଗୋସିପ୍‌, ରୁପା ଏବଂ କଷ୍ଟ୍ୟୁମ୍ ଅଳଙ୍କାର । ଏହା ଭାରତରେ ଡି’ସାଇନିଆ ସୋ’ରୁମ୍‌ର ଶୁଭାରମ୍ଭ କରିଛି ଯାହା ପ୍ରିମିୟମ୍ ଗହଣା କିଣିବାର ଅନୁଭବ ପ୍ରଦାନ କରୁଛି । ପୁରୁଷମାନଙ୍କ ଲାଗି ଏହାର ଅହମ୍ ସମ୍‌ଭାର ଓ ବିବାହ ପାଇଁ ବିବାହ ଅଳଙ୍କାର ସମ୍ଭାର ରହିଛି ।

Share

Leave a Reply

Your email address will not be published. Required fields are marked *

3 + nine =