ଟିପିସିଓଡିଏଲ୍ ପକ୍ଷରୁ ବାଲିଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ

ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ପେମେଂଟ୍‌ର ପ୍ରସାର ଓ ସୁରକ୍ଷା ଅଭିଯାନରେ ଉନ୍ନତି
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କଟକରେ ୯ ଦିନ ବ୍ୟାପୀ ଚାଲିଥିବା ଐତିହାସିକ ବାଲିଯାତ୍ରା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରାଯାଇଛି ।
ଗ୍ରାହକମାନଙ୍କ ଅନୁଭବରେ ଉନ୍ନତି ଆଣିବା ଏବଂ ଏକ ସୁରକ୍ଷିତ ଓ ଡିଜିଟାଲ୍ ସଶକ୍ତ ଗୋଷ୍ଠୀ ଗଠନ କରିବାରେ ଯୋଗଦାନ ପ୍ରଦାନ କରିବା ନିମନ୍ତେ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିଲା ।
୧୦୦ ଏକର ଜମିରେ ଆୟୋଜିତ ଚଳିତ ବର୍ଷ ବାଲିଯାତ୍ରାରେ ପ୍ରାୟ ଏକ କୋଟି ଜନ ସମାଗମ ହୋଇଥିଲା ଯେଉଁଠାରେ ତ୍ରୁଟି ଶୂନ୍ୟ ବିଦ୍ୟୁତ ଯୋଗାଣର ଅନୁଭୂତିକୁ ସୁନିଶ୍ଚିତ କରାଯାଇଥିଲା । ୨୦୦ କ୍ଷେତ୍ର କର୍ମଚାରୀ ଓ ୨୦ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ଏବଂ ପ୍ରସ୍ତୁତି ପ୍ରକ୍ରିୟା ୧୦ ଦିନ ପୂର୍ବରୁ ଶେଷ କରାଯାଇଥିଲା ଯେଉଁଥିପାଇଁ ୨୦୨୩ ନଭେମ୍ବର ୨୭ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯାଇପାରିଥିଲା ।
ବାଲିଯାତ୍ରାରେ ଟିପିସିଓଡିଏଲ୍ ପକ୍ଷରୁ ଡିଜିଟାଲ୍ ପେମେଂଟ୍ ପଦ୍ଧତି ଉପରେ ସଚେତନତା ଅଭିଯାନ ଆୟୋଜନ କରାଯାଇଥିଲା ଯେଉଁଥିରେ ଏକ ସୁରକ୍ଷିତ ଓ ପ୍ରଭାବଶାଳୀ ପେମେଂଟ୍ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ନିର୍ଧାରିତ ତାରିଖ ମଧ୍ୟରେ ବିଦ୍ୟୁତ ବିଲ୍ ପଇଠ କରିବା ଲାଗି ଡିଜିଟାଲ୍ ମାଧ୍ୟମକୁ ଚୟନ କରୁଥିବା ଗ୍ରାହକମାନଙ୍କୁ ଉଲ୍ଲେଖନୀୟ ରିହାତି ପ୍ରଦାନ କରାଯାଉଛି ଯାହା ଆଧୁନିକ ଆର୍ଥିକ ଅଭ୍ୟାସ ପ୍ରତି ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରି ବାଲିଯାତ୍ରା ସମୟରେ ଟିପିସିଓଡିଏଲ୍ ପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଓୟାରିଂ ଓ ପରୀକ୍ଷା ଲାଗି ସ୍ୱୀକୃତିପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କୁ ବ୍ୟବହାର କରିବା, ବିଦ୍ୟୁତ ବ୍ୟବସ୍ଥାଠାରୁ ସୁରକ୍ଷିତ ଦୂରତ୍ୱ ବଜାୟ ରଖିବା, ବେଆଇନ ହୁକ ବିଷୟରେ ସଚେତନତା, ଉପଯୁକ୍ତ ଆର୍ଥିଂକୁ ସୁନିଶ୍ଚିତ କରିବା ଏବଂ ଶକ୍ତି ଅନୁକୂଳ ଏଲ୍‌ଇଡି ଆଲୋକ ର ବ୍ୟବହାର ଆଦି ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ମାର୍ଗଦର୍ଶିକା ଉପରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା । ଏହି ପ୍ରତିବଦ୍ଧତା ଏକ ସୁରକ୍ଷିତ ଓ ନିରାପଦ ପରିବେଶ ସୃଷ୍ଟି କରିବାରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ମିତ୍ର ଆପ୍‌ର ଗ୍ରହଣୀୟତାକୁ ବ୍ୟାପକ କରିବା ଲାଗି ବାଲିଯାତ୍ରାରେ ଯୋଗ ଦେଇଥିବା ଲୋକମାନଙ୍କୁ ମିତ୍ର ଆପ୍ ଡାଉନ୍‌ଲୋଡ୍ କରିବାକୁ ଆହ୍ୱାନ ଦିଆଯାଇଥିଲା ଯାହା ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ସହ ଅଭିଯୋଗ ସମାଧାନ ପ୍ରକ୍ରିୟାର ସରଳୀକରଣ କରିଛି । ମିତ୍ର ଆପ୍‌ରେ ଗ୍ରାହକମାନେ ତତ୍କାଳ ବିଦ୍ୟୁତ ବିଲ୍ ପ୍ରଦାନ ଏବଂ ବାସ୍ତବ ସମୟ ବିଦ୍ୟୁତ ବିଭ୍ରାଟ ଅପ୍‌ଡେଟ୍ ଭଳି ସୁବିଧା ପାଇପାରିବେ । ସୋଲାର ରୁଫଟପ୍ ସ୍ଥାପନ ଭଳି ପରିବେଶ ମିତବ୍ୟୟିତାର ପ୍ରସାର ଲାଗି ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।
ସାମୟିକ ବିଦ୍ୟୁତ ଆବଶ୍ୟକତା ପୂରଣ କରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ଐତିହାସିକ ବାଲିଯାତ୍ରାର ପ୍ରତିଟି ଷ୍ଟଲ୍‌କୁ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଥିଲା । ଗ୍ରାହକମାନଙ୍କ ଅଭିଯୋଗର ପରିଚାଳନା, ନୂତନ ସଂଯୋଗର ସରଳୀକରଣ ଏବଂ ସାମୟିକ ସଂଯୋଗ ପ୍ରଦାନ କରିବା ଲାଗି ବାଲିଯାତ୍ରାରେ ୧୦ଟି ଉତ୍ସଗୀକୃତ ସହାୟତା ସ୍ଥଳ ରହିଥିଲା ଯାହା ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଅନୁଭୂତିକୁ ସୁନିଶ୍ଚିତ କରିଛି ।
ବାଲିଯାତ୍ରା ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି ଯେ, “ସୁରକ୍ଷା ପ୍ରତି ଆମର ଦୃଢ଼ ସମର୍ପଣ ଭାବ ଏଭଳି ଏକ ବାଲିଯାତ୍ରାକୁ ସୁନିଶ୍ଚିତ କରିଥିଲା ଯାହା କେବଳ ଉଲ୍ଲାସପୂର୍ଣ୍ଣ ନଥିଲା, ବରଂ ସମସ୍ତଙ୍କ ପାଇଁ ସୁରକ୍ଷିତ ଥିଲା । ସ୍ୱୀକୃତିପ୍ରାପ୍ତ ବିଦ୍ୟୁତ ସଂଯୋଗ ନେବା, ବିଦ୍ୟୁତ ବିଲ୍ ଫଇସଲା ଲାଗି ଡିଜିଟାଲ ପେମେଂଟ୍ ମାଧ୍ୟମକୁ ଗ୍ରହଣ କରିବା ଏବଂ ସୁରକ୍ଷା ପ୍ରୋଟୋକଲ୍‌କୁ ନିୟମିତ ପାଳନ କରିବା ଲାଗି ଆମେ ଜନ ସାଧାରଣଙ୍କୁ ଆହ୍ୱାନ ଦେଉଛୁ । ଆପଣଙ୍କ ସୁରକ୍ଷା ହେଉଛି ଆମର ସବୁଠୁ ବଡ଼ ପ୍ରାଥମିକତା ।’’

Share

Leave a Reply

Your email address will not be published. Required fields are marked *

13 + three =