ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଭାଇବ୍ରାଂଟ୍ ଗୁଜରାଟ ଗ୍ଲୋବାଲ୍ ସମିଟ୍‌ରେ ୬ଟି ଇଲେକ୍ଟ୍ରିନ ଯାନର ପରିକଳ୍ପିତ ମଡେଲ୍ ଉନ୍ମୋଚିତ

ଭୁବନେଶ୍ୱର: ଭାରତରେ ଇଲେକ୍ଟ୍ରିକ୍ ଯାନର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ଭାଇବ୍ରାଂଟ୍ ଗୁଜରାଟ ଗ୍ଲୋବାଲ୍ ସମିଟ୍‌ର ଦଶମ ସଂସ୍କରଣରେ ଜୟ ଇ-ବାଇକ୍ ଓ ଜୟ ଇ-ରିକ୍ ବ୍ରାଣ୍ଡ୍ ଅଧୀନରେ ଇଲେକ୍ଟ୍ରିକ୍ ଯାନର ପରିକଳ୍ପିତ ମଡେଲ୍‌ଗୁଡ଼ିକୁ ଉନ୍ମୋଚନ କରାଯାଇଛି ।
ଉନ୍ନତ ପ୍ରଯୁକ୍ତି ଓ ନବସୃଜନରେ ପ୍ରସ୍ତୁତ ଏହି ଯାନଗୁଡ଼ିକ ମଧ୍ୟରେ କଂପାନି ଦୁଇଟି ହାଇ ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଏବଂ ଚାରିଟି ଇଲେକ୍ଟ୍ରିକ୍ କମର୍ସି÷ଆଲ୍ ଯାନ ଗଲ୍‌ଫ କାର୍ଟ (୬ ସିଟ୍‌) ଆବର୍ଜନା ନିଷ୍କାସନ ଗାଡ଼ି, ଇ-କାର୍ଟ ଏବଂ ଇ-ଲୋଡର ଯାନକୁ ଉପସ୍ଥାପନ କରିଛି ।
ସମିଟ୍‌ରେ ଉତ୍ପାଦକୁ ବଢ଼ାଇ କଂପାନି ପକ୍ଷରୁ ପରବର୍ତୀ ପିଢ଼ିର ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଏବଂ ଇଲେକ୍ଟ୍ରୋଲାଇଜର୍ ପ୍ରଯୁକ୍ତି ଉପସ୍ଥାପନ କରାଯାଇଛି । କଂପାନି ହାଇଡ୍ରୋଜେନ୍ ଫୁଏଲ୍ ସେଲ୍‌ର ଶକ୍ତିରେ ଚାଲିବାକୁ ଥିବା ସ୍କୁଟରର ନମୁନାକୁ ଉପସ୍ଥାପନ କରିଛି । ହାଇଡ୍ରୋଜେନ୍ ପ୍ରଯୁକ୍ତିରେ ଆଗକୁ ବଢ଼ିବା ଲାଗି କଂପାନିର ପ୍ରତିବଦ୍ଧତାକୁ ଏହା ଦର୍ଶାଉଛି । ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଏବେ ଗବେଷଣା ଓ ବିକାଶ ପ୍ରକ୍ରିୟାରେ ରହିଛି । ପରର୍ବତୀ ପିଢ଼ିର ଆବଶ୍ୟକତା ପୂରଣ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ସମ୍ପୂର୍ଣ୍ଣ ବିକାଶିତ ହେବା ପରେ ଏହା ଇଲେକ୍ଟ୍ରିକ୍ ଯାନ ସମେତ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଟ୍ରାଇଟନ୍ ଇଭି ସହଯୋଗିତାରେ କଂପାନି ଏହି ଅଭିଯାନ ଆଗକୁ ବଢ଼ାଇଛି ।
ୱାର୍ଡୱିଜାର୍ଡ ଇନୋଭେସନ ଆଣ୍ଡ ମୋବିଲିଟି ଲିମିଟେଡର ଅଧ୍ୟକ୍ଷ ପରିଚାଳନା ନିର୍ଦ୍ଦେଶକ ୟତୀନ ଗୁପ୍ତେ କହିଛନ୍ତି ଯେ, “ଦେଶରେ ସ୍ଥାୟୀ ଗମନାଗମନୁ ଆଗକୁ ବଢ଼ାଇବା ଏବଂ ବିଶ୍ୱରେ ଅଗ୍ରଣୀ ଭାବେ ଭାରତର ଭୂମିକାକୁ ସୁଦୃଢ଼ କରିବା ଦିଗରେ ଆମର ଦୃଷ୍ଟିକୋଣକୁ ପ୍ରଦର୍ଶିତ କରିବାର ସୁଯୋଗ ପ୍ରଦାନ କରିଥିବାରୁ ଆମେ ଗୁଜରାଟ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । ଭାଇବ୍ରାଂଟ୍ ଗୁଜରାଟ ଗ୍ଲୋବାଲ ସମିଟ୍ ଭଳି ପଦକ୍ଷେପ ଦ୍ୱାରା ରାଜ୍ୟ ସରକାର ଭାରତରେ ସ୍ଥାୟୀ ଗମନାଗମନରେ ପରିବର୍ତନର ନେତୃତ୍ୱ ନେଉଛନ୍ତି । ସମସ୍ତଙ୍କ ପାଇଁ ଇଭି ଉପଲବ୍ଧ କରାଇବା ସହ ସୁରକ୍ଷିତ ଏବଂ ସୁବିଧାଜନକ ଇଲେକ୍ଟ୍ରିକ୍ ଗମନାଗମନ ସମାଧାନ ପ୍ରଦାନ କରିବାକୁ ଜୟ ଇ-ବାଇକ୍ ପ୍ରତିଶ୍ରୁତିବଦ୍ଧ । ଆଗାମୀ ଦିନରେ ଇଭି ଏକ ବିକଳ୍ପ ପରିବର୍ତେ ଏକ ଆବଶ୍ୟକତାରେ ପରିଣତ ହେବ । ନବସୃଜନ ହେଉଛି ଆମର ସବୁଠାରୁ ବଡ ଶକ୍ତି, ଏବଂ ଏହି ଇଭିଗୁଡିକ ଉତ୍ପାଦନରେ ପ୍ରବେଶ କରୁଥିବାରୁ, ଆମେ ବିଶ୍ୱାସ କରୁ ଯେ ଏହି ଧାରଣା ଇଭିଗୁଡିକ ଏହି ବିଭାଗରେ ବିପ୍ଳବ ଆଣିବ । ଆମେ ବିଶ୍ୱାସ କରୁଛୁ ଯେ ଏହି ମଡେଲଗୁଡିକ ଗ୍ରାହକଙ୍କ ଚାହିଦା ପୂରଣ କରିବାରେ ସାହାଯ୍ୟ କରିବା ସହିତ ସେମାନଙ୍କୁ ଆରାମ ଏବଂ ସୁରକ୍ଷିତ ଗମନାଗମନର ଉତ୍କୃଷ୍ଟ ଅନୁଭୂତି ପ୍ରଦାନ କରିବ । ହାଇଡ୍ରୋଜେନ୍ ଭିତିକ ଫୁଏଲ୍ ସେଲ୍ ପ୍ରଯୁକ୍ତି ଉପସ୍ଥାପନ କରି ଆମେ ବେଶ ଆନନ୍ଦିତ ଯାହା ଆମର ଆରଆଣ୍ଡ୍‌ଡି ଦକ୍ଷତା ଓ ସ୍ଥାୟୀ ଦୁନିଆ ପ୍ରତି ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି ।”
ଏଆଣ୍ଡ୍‌ଏସ୍ ପାୱାର ସହଯୋଗରେ ଲାଇ-ଆୟନ ବ୍ୟାଟେରି ପ୍ରଯୁକ୍ତି ଏବଂ ଗାଜା ସେଲ୍ ଉତ୍ପାଦନ ଆଦିକୁ ଏହି ସମ୍ମିଳନୀ ଅବସରରେ କଂପାନି ଉପସ୍ଥାପନ କରୁଛି ।

Share

Leave a Reply

Your email address will not be published. Required fields are marked *

11 − eleven =